Posted inଖେଳ

ଦ୍ୱିତୀୟ ଦିନିକିଆ: ରିଚାଙ୍କ ୯୬ ସତ୍ତ୍ୱେ ହାରିଲା ଭାରତ

ମୁମ୍ବାଇ,୩୦ା୧୨:ଉଇକେଟ କିପର ବ୍ୟାଟର ରିଚା ଘୋଷଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୩ ରନରେ ହାରିଛି ଭାରତ। ଏହା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୮ ଉଇକେଟ ହରାଇ ୨୫୮ ରନ୍‌ କରିଥିଲା। ଜବାବରେ ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୨୫୫ ରନ୍‌ ସ୍କୋର କରିଥିଲା।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୫୮ ରନ୍‌ ସ୍କୋର କରିଥିଲା। ଫିବ୍‌ ଲିଚ୍‌ଫିଲ୍ଡ(୬୩) ଓ ଆଲିସା ହିଲୀ(୧୩) ପ୍ରଥମ ଉଇକେଟରେ ୪୦ ରନ୍‌ ଯୋଡିଥିଲେ। ଏଲିସ୍‌ ପେରୀ(୫୦)ଙ୍କ ସହିତ ଲିଚଫିଲ୍ଡ ୭୭ ରନ୍‌ ଯୋଡିଥିଲେ । ତେବେ ମିଡିଲ ଓଭରରେ ଦୀପ୍ତିଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ବିଫଳ ହୋଇଥିଲା।ଶେଷ ଆଡକୁ ଆଲାନା କିଙ୍ଗ ଦ୍ରୁତ ୨୮ ରନ୍‌ ସ୍କୋର କରିଥିଲେ। ଦୀପ୍ତି ୩୮ ରନ୍‌ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ ଦୀପ୍ତି ଶର୍ମା। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ୫ ଉଇକେଟ ସଫଳତା।

୨୫୯ ରନ୍‌ ଲକ୍ଷ୍ୟରେ ୟସ୍ତିକା ଭାଟିଆ(୧୪) ଓ ସ୍ମୃତି ମନ୍ଧାନା(୩୪) ପ୍ରଥମ ଉଇକେଟରେ ୩୭ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଚା ଘୋଷ କ୍ୟାରିୟର ଶ୍ରେଷ୍ଠ ୯୬ ରନ ସ୍କୋର କରିଥିଲେ। ୧୧୭ ବଲ୍‌ ଖେଳି ସେ ୯୬ ରନ୍‌ କରିଥିଲେ। ତୃତୀୟ ଉଇକେଟରେ ଜେମିମା ରୋଡ୍ରିଗୁଏଜ(୪୪)ଙ୍କ ସହ ମିଶି ୮୮ ରନ୍‌ ଯୋଡିଥିଲେ। ଉଭୟ ବ୍ୟାଟିଂ କରୁଥିବା ସମୟରେ ଭାରତର ବିଜୟ ହାତ ପାହାନ୍ତରେ ରହିଥିଲା।

ତେବେ ମଧ୍ୟକ୍ରମରେ ହରମନ୍‌ପ୍ରୀତ କୌର(୫), ଅମନଜୋତ୍‌ କୌର(୪), ପୂଜା ବସ୍ତ୍ରକାର(୮) ଓ ହରଲିନ୍‌ ଦେଓଲ(୧) ବିଫଳ ହେବାରୁ ଭାରତ ବିଜୟ ଲକ୍ଷ୍ୟରୁ ୩ ରନ୍‌ ଦୂରରେ ରହ ଯାଇଥିଲା। ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବା ବେଳେ ଦୀପ୍ତି ଶର୍ମା(୨୪*) ଓ ଡେବ୍ୟୁଟାଣ୍ଟ ଶ୍ରେୟଙ୍କା ପାଟିଲ(୫*) ୧୨ ରନ୍‌ ସଂଗ୍ରହ କରି ପାରିଥିଲେ। ଶେଷ ଭାଗରେ ୩ ଉଇକେଟ ନେଇ ଆନାବେଲ ସଦରଲାଣ୍ଡ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜର୍ଜିଆ ଓ୍ବେୟାରହାମ୍‌ ୨ ଉଇକେଟ ନେଇଥିବା ବେଳେ ଆସ୍‌ଲେ ଗାର୍ଡନର, କିମ୍‌ ଗାର୍ଥ ଓ ଆଲାନା କିଙ୍ଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri