ଜଳ ଘେରରୁ ୨୮ ପରିବାର ଉଦ୍ଧାର: ପ୍ରବଳ ବର୍ଷାରେ ରାସ୍ତା ଧୋଇଗଲା

ବାରିପଦା ଅଫିସ,୨୨ା୯- ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଳକ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଜମ୍ଭିରା ନଦୀ ଓ ମହାନ୍ତି ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଦୁଇଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମହାନ୍ତି ନାଳର ଉଦବୃତ୍ତ ଜଳ କୋଷ୍ଠା, କଣ୍ଟିସାହି, ବାଘଡ଼ା ଓ ଉପାଲଗଡ଼ିଆ ଅଞ୍ଚଳରେ ପ୍ରବେଶ କରିଛି। ଏହି ଅଞ୍ଚଳରେ ଫସି ରହିଥିବା ୨୮ଟି ପରିବାରକୁ ମଙ୍ଗଳବାର ପ୍ରଶାସନ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେଇଛି। ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଓଡ୍ରାଫ୍‌ ଟିମ ଓ ଦମକଳ ବାହାନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କଣ୍ଟିିସାହି-କୋଷ୍ଠା ରାସ୍ତାରେ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଶୁଳିଆପଦା ତହସିଲଦାର ଏବଂ ବିଡିଓ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକମାନଙ୍କୁ ସଚେତନ କରିବା ସହ ସଜାଗ ରହି ପରିସ୍ଥିତି ପ୍ରତି ନଜର ରଖିଛନ୍ତି। ବର୍ଷା ଲାଗି ରହିଲେ ଜଳବନ୍ଦୀ ପୂର୍ବରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ପରୀକ୍ଷିତ ଜେନା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ମାର୍କେଟରେ ସାମାଜିକ ଦୂରତା ରଖୁନାହାନ୍ତି ଲୋକେ

ବନ୍ତ,୧୯।୪(ଡି.ଏନ୍‌.ଏ.)-କରୋନା ମହାମାରୀକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକ ମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାବଶ୍ୟକ...

ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ସୌମ୍ୟଙ୍କ ମୃତ୍ୟୁ ପଛର ରହସ୍ୟ

ସୋର,୧।୮: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସର ତଦନ୍ତକୁ ନେଇ ପରିବାର ଲୋକେ...

ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ବାଲିଗୁଡା,୧ା୧୦(ଡି.ଏନ୍‌.ଏ.)-ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ଘଟଣା: ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଘଟିଥିବା ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର ଘଟଣାକୁ ନେଇ ଜାତୀୟ ମାନାବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ଗତ...

ପଞ୍ଚାୟତବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସମ୍ବଲପୁର/କୋଲାବିରା,୬ା୫(ବ୍ୟୁରୋ/ଡି.ଏନ.ଏ.): ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ପ୍ରତିବାଦରେ ଶୁକ୍ରବାର ଝାରସୁଗୁଡା ଜିଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତବାସୀ ବୈଠକ କରି ଉପନିର୍ବାଚନରେ ଭୋଟ...

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ବନ୍ତ, ୨୯ା୩(ସ୍ବ.ପ୍ର.)-ବନ୍ତ ବ୍ଲକ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ବାହାର ରାଜ୍ୟରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା...

ନାବାଳିକା ବଳାତ୍କାର ମାମଲା : ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଭଦ୍ରକ ଅଫିସ, ୨୦।୭ – ଶନିବାର ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସାହା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ...

‘ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ’କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି। ଭାରତବର୍ଷର...

Advertisement
Archives

Model This Week