ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ, ୫୪୨୪ରୋଗୀ ଚିହ୍ନଟ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ମହାମାରୀ ସହ ମୁକାବିଲା ଓ ବ୍ଲାକ୍‌ ଫଙ୍ଗସ୍‌ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ। ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏହାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୫୪୨୪ ନୂଆ ବ୍ଲାକ୍‌ ଫଙ୍ଗସ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଛି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୫୬ଜଣ ଏଭଳି ରୋଗୀ ଅଛନ୍ତି, ଯେଉଁମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି ଏବଂ ୫୫ପ୍ରତିଶତ ଡାଇବେଟିଜ୍‌ ରୋଗୀ ରହିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌ରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ଗୁଜରାଟ। ଏହି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୧୬୫ ମାମଲା ଚିହ୍ନଟ ହୋଇସାରିଛି। ଏହାପରେ ମହାରାଷ୍ଟ୍ର ୧୧୮୮, ଉତ୍ତରପ୍ରଦେଶ ୬୬୩, ମଧ୍ୟପ୍ରଦେଶ ୫୧୯, ହରିଆଣାରେ ୩୩୯ ଓ ଆନ୍ଧ୍ର ପ୍ରଦେଶରେ ୨୪୮ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ଉପରେ ଚିନ୍ତା ପ୍ରକଟ କରି ହର୍ଷବର୍ଦ୍ଧନ କହିଛନ୍ତି, ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ କରୋନା ପଜିଟିଭ୍‌ ହାର ଅଧିକ ରହିଛି। ଏଥିରେ କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ରାଜସ୍ଥାନ, ଜମ୍ମୁ-କଶ୍ମୀର, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୋଆ, ମଣିପୁର ପୁଡ଼ୁଚେରୀ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକିମ ଓ ଲାକ୍ଷାଦ୍ୱୀପ ଭଳି ଆଦି ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଜାନଙ୍କ ଜାମିନ ଆବେଦନ ଖାରଜ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରେମିକ ତଥା ‘ଅଲି ବାବା ଦାସ୍ତାନ ଏ କାବୁଲ’ର ମୁଖ୍ୟ ଅଭିନେତା ଶିଜାନ ଖାଁ ନ୍ୟାୟିକ ହେପାଜତରେ...

ପୁଣି ଡରାଇଲା କରୋନା : ଆଜି ୭୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ରବିବାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ...

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ...

ମୋଦି ଜାପାନରେ ଢ଼ୋଲ ବଜାଇ ପାକିସ୍ତାନରେ ଖାଇଛନ୍ତି ବିରିୟାନୀ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୫: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ଏହି ମର୍ମରେ ପ୍ରିୟଙ୍କା କହିଛନ୍ତି ଯେ,...

ମା’ ମାଣିକେଶ୍ୱରୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କଟକଣା: ଦାଦନଙ୍କୁ ଷ୍ଟେଶନରେ ଯାଞ୍ଚ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ପ୍ରତିଷେଧକ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ନିମନ୍ତେ ସମୟ...

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ...

୮୭ ମିନିଟରେ ୨୦୨୩ ବଜେଟ ଉପସ୍ଥାପନ: ନୂଆ ଭାରତର ଚିତ୍ର ସ୍ପଷ୍ଟ,ରାଜ୍ୟଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ,ପ୍ୟାନ କାର୍ଡକୁ ଜାତୀୟ ପରିଚୟ କାର୍ଡ ମାନ୍ୟତା…

ନୂଆଦିଲ୍ଲୀ,୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୮୭ ମିନିଟର ବଜେଟ ଉପସ୍ଥାପନ କରି ନୂଆ ଭାରତର ଚିତ୍ର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା...

ଘରୋଇ ହସ୍ପିଟାଲକୁ ମାର୍ଚ୍ଚ ସୁଦ୍ଧା ମିଳିବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ,୪ ।୧: ସରକାର ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ସିଆଇଆଇ)ର କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ...

Advertisement
Archives

Model This Week