୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ ହେବା ପରେ ଯଥାରିତି ନୀତି ଅନୁଯାୟୀ ପୂର୍ଣ୍ଣାହୁତି ହୋଇଛି।

ତିନି ଦିନ ଧରି ଆୟୋଜିତ ଏହି ମହାଯଜ୍ଞରେ ସାମୁହିକ ଜପ ,ଧ୍ୟାନ, ବ୍ୟାୟମ ,ପ୍ରଜ୍ଞାଯୋଗ ,ରୁଦ୍ରାଭିଷେକ ସହ ଗାୟତ୍ରୀ ନବ କୁଣ୍ଡୀୟ ମହାଯଜ୍ଞ ଓ ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ବିଭିନ୍ନ ସଂସ୍କାର ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଜିଲା ତଥା ଜିଲ୍ଲା ବାହାରୁ ଶତାଧିକ ମହିଳା ଓ ପୁରୁଷ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିଥିଲେ।

ବୁଧବାର ସାନ୍ଧ୍ୟରେ ଘୃତଯଜ୍ଞ ପୂର୍ଣାହୁତୀ ହୋଇଥିଲା। ବାଲିଗୁଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନନ୍ତ ଚରଣ ପୃଷ୍ଟିଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିବା ବେଳେ କୁର୍ତ୍ତମଗଡ଼ ମହାଯଜ୍ଞ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମନ୍ଵୟ ଓଡିଶା ପୂର୍ବ ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ଜିଲା ଧର୍ମ ଜାଗରଣ ସମନ୍ଵୟର ଟୋଲି ପ୍ରମୁଖ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହ ଗାୟତ୍ରୀ ପରିବାରର ପରିବ୍ରାଜକ ଅଶୋକ ପେଣ୍ଠୋଇ, ପଣ୍ଡିତ ବିରୁପାକ୍ଷ ଦାସ , ଜିଲା ଯୁବ ସଂଯୋଜକ ନବୀନ ପାତ୍ର, ଗୋପାଳ ପଟ୍ଟନାୟକ , ନିବେଦିତା ନାୟକ ,ଗୀତାଞ୍ଜଳି ମହାନ୍ତି ,ଗୌତମ ମାଝି ,ଆନନ୍ଦ ଦଣ୍ଡ ସେନା ,ଜଗନ୍ନାଥ ବେହେରା, ବିରେନ୍ଦ୍ର ପାଟମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଦିନ ସନ୍ଧ୍ୟା ସମୟରେ କୁର୍ତ୍ତମଗଡ଼ ସ୍ଥିତ ଯଜ୍ଞେଶ୍ଵର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମଦ ଭାଗବତ କଥା ସପ୍ତାହ ସହ ଦୀପ ଦାନ ଯଜ୍ଞ ଓ ଶ୍ରୀମଦ ଭାଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ...

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର -ଚେନ

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା) : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ...

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ଅବକାରୀ ଚଢଉ ୩ ଗିରଫ: ୩୦ଲିଟର ମଦ ଜବତ

ପାଟଣା,୧୮।୨(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଓ ବଲାଣିପଶି ଗ୍ରାମ ଅଞ୍ଚଳରେ ମଙ୍ଗଳବାର ପାଟଣା ଅବକାରୀ...

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ...

Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ

ଛତ୍ରପୁର,୧୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣରେ Alivridleଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri