ଢେଙ୍କାନାଳରେ ୨୭୦ ହାତୀ

ଢେଙ୍କାନାଳ ଅଫିସ୍‌, ୨୯।୬ – ହାତୀମୃତ୍ୟୁ ପରିସଂଖ୍ୟାନର ନକାରାତ୍ମକ ଚିତ୍ରକୁ ନେଇ ଜାତୀୟସ୍ତରରେ ନିନ୍ଦିତ ହେଉଛି ଓଡ଼ିଶା। ଗତ କିଛିଦିନ ମଧ୍ୟରେ ଆଠଗଡ଼ ବନଖଣ୍ଡର ନିଷିଦ୍ଧାଞ୍ଚଳର ମାଟିତଳୁ ସିରିଜ୍‌ କଙ୍କାଳ ଠାବ ହେବା ଘଟଣା ଏହି ଐତିହ୍ୟ ପ୍ରାଣୀଙ୍କ ଅସ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଭିତରେ ଗଜରାଜଙ୍କୁ ନେଇ ଢେଙ୍କାନାଳ ଜିଲାରୁ ଆସିଛି ସକାରାତ୍ମକ ଚିତ୍ର। ଜିଲାରେ ହାତୀସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। କିଛି ମାସ ତଳେ ୨୪୦ ହାତୀ ଥିବା ବେଳେ ଏବେ ଏହି ସଂଖ୍ୟା ୨୭୦ରେ ପହଞ୍ଚତ୍ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାର ୮ ରେଞ୍ଜ ମଧ୍ୟରୁ ହିନ୍ଦୋଳରେ ସର୍ବାଧିକ ୨୦୦ ହାତୀ ଅଛନ୍ତି। ତନ୍ମଧ୍ୟରୁ ଏକ ବଡ଼ ପଲରେ ୬୫ ହାତୀ ଦଳବଦ୍ଧ ହୋଇ ରହୁଛନ୍ତି। ଜିଲାର ଥଣ୍ଡା ଜଳବାୟୁ ସୀମାପାର ହାତୀଙ୍କୁ ଆକୃଷ୍ଟ କରୁଥିବାବେଳେ ସମାନ୍ତରାଳ ଭାବେ ହାତୀ-ମଣିଷ ସଂଘର୍ଷ ମଧ୍ୟ ବଢ଼ିବାରେ ଲାଗିଛି। ସେହିପରି ପଲରୁ ପୃଥକ୍‌ ହୋଇ ଆତଙ୍କ ସୃଷ୍ଟି କରୁଥିବା ୨୬ଟି ଗୋଟିକିଆ ଦନ୍ତାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ।
ଢେଙ୍କାନାଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୨୪୦ ହାତୀ ରହୁଥିବା କିଛି ମାସ ତଳେ ସ୍ପଷ୍ଟ କରିଥିଲା ବନ ବିଭାଗ। ସାତକୋଶିଆ ଅଭୟାରଣ୍ୟରୁ ଆଉ ୩୦ ହାତୀ ଏବେ ଜିଲାରେ ପ୍ରବେଶ କରିଛନ୍ତି। ବନ ବିଭାଗ ପକ୍ଷରୁ ୨୦୧୭-୧୮ ପରଠାରୁ ବାର୍ଷିକ ହାତୀ ଗଣନା ହୋଇନାହିଁ। କିନ୍ତୁ ଦୈନିକ ହାତୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନକୁ ହିସାବ କରାଯାଉଛି। ତଦନୁଯାୟୀ, ଷଡ଼ଙ୍ଗୀ ରେଞ୍ଜ୍‌ରେ ୮, ସଦର ରେଞ୍ଜ୍‌ରେ ୫, ହିନ୍ଦୋଳ ରେଞ୍ଜ୍‌ରେ ୬, ମହାବିରୋଡ ରେଞ୍ଜ୍‌ରେ ୪, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ୩ ଗୋଠଛଡ଼ା ଦନ୍ତା ବିଚରଣ କରୁଥିବା ସ୍ପଷ୍ଟ ହୋଇଛି। ଷଡ଼ଙ୍ଗୀ ରେଞ୍ଜ୍‌ରେ ଇତସ୍ତତଃ ହୋଇ ବୁଲୁଥିବା ୮ଟି ଗୋଟିକିଆ ଦନ୍ତା ମଧ୍ୟରୁ କେବଳ କପିଳାସ ଅଭୟାରଣ୍ୟରେ ୩ଟି ରହୁଛନ୍ତି। ଦଳବଦ୍ଧ ହାତୀପଲ ଅପେକ୍ଷା ଗୋଠଛଡ଼ା ଗୋଟିକିଆ ଦନ୍ତାକୁ ନେଇ ବେଶ୍‌ ଚିନ୍ତାରେ ପଡ଼ିଛି ବନ ବିଭାଗ। ଏହି ହାତୀମାନେ ଅତ୍ୟଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ରାତିଅଧିଆ ଜନବସତିକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ମାରିବାକୁ ଗୋଡ଼ାଉଛନ୍ତି। ହିନ୍ଦୋଳ ଏବଂ ସଦର ରେଞ୍ଜ୍‌ ମଧ୍ୟ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥରେ ହାତୀଙ୍କ ଉପସ୍ଥିତିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ବଢୁଛି। ଗୋଟିକିଆ ଦନ୍ତାଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ‘ଗଜସାଥୀ’ ନିୟୋଜିତ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ୨୦୨୧-୨୨ରେ ଜିଲାରେ ୨୨ଜଣ ହାତୀ ଆକ୍ରମଣ ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ହାତୀ ଉପଦ୍ରବ ସମସ୍ୟା ସମାଧାନ ଲାଗି ବାଟ ମିଳୁ ନ ଥିବାବେଳେ ହିନ୍ଦୋଳ ରେଞ୍ଜ କନ୍ଧରା ସଂରକ୍ଷିତ ଜଙ୍ଗଲ ସୀମାନ୍ତ ଆଠଗଡ଼ ବନଖଣ୍ଡର ବଡ଼ମ୍ବା, ନରସିଂହପୁର ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଉଠିବା ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ଆଠଗଡ଼ ବନଖଣ୍ଡ ହାତୀ ମୃତ୍ୟୁ ଟ୍ରାଜେଡି ପରେ ସୀମାନ୍ତ ବନାଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପ୍ରତିଦିନ ହାତୀ ସଂଖ୍ୟା ଗଣନା କରାଯାଉଛି। ମଙ୍ଗଳବାର ସୁଦ୍ଧା ଜିଲାରେ ୨୭୦ ହାତୀ ଅଛନ୍ତି। ଗୋଠଛଡା ଦନ୍ତା ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ‘ଗଜସାଥୀ’ଙ୍କୁ ନିୟୋଜିତ କରାଯାଇଛି। ଢେଙ୍କାନାଳ ସଦର ରେଞ୍ଜ୍‌ର ରସାସିଂହଠାରୁ ମେରାମଣ୍ଡଳୀ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ଥିବାରୁ ହାତୀଙ୍କ ଚଳପ୍ରଚଳ ପାଇଁ ନିର୍ମାଣାଧୀନ ୫ଟି ଅଣ୍ଡରପାସ୍‌ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?