Posted inଜାତୀୟ

୨୭ସେକେଣ୍ଡରେ ପ୍ଲେନ ଖସିବା ପୂର୍ବରୁ ୩ଟି ଶେଷ ଶଦ୍ଦ କହିଥିଲେ ପାଇଲଟ୍‌, ତା’ ପରେ…

ନୂଆଦିଲ୍ଲୀ,୧୩।୬: ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ।

ଡିଜିସିଏ ବିମାନବନ୍ଦରର ସିସିଟିଭି ଫୁଟେଜ ନିଜ ଅଧୀନକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଫୁଟେଜର ବିମାନଟି ଉଡ଼ାଣ ପରେ ଘଟଣା ସ୍ପଷ୍ଟ ଭାବରେ କଏଦ ହୋଇଛି, ଯାହା ଦୁର୍ଘଟଣାର କାରଣ ବୁଝିବାରେ ସହାୟକ ହୋଇପାରେ। ସୂଚନା ଅନୁଯାୟୀ, ଉଡ଼ାଣ ପରେ ବିମାନଟି କେବଳ ୩୧-୩୨ ସେକେଣ୍ଡ ପାଇଁ ଆକାଶରେ ରହିଥିଲା, ଯାହା ପରେ ଏହା ଦୁର୍ଘଟଣାଗ୍ରସ୍ତ ହେଲା।

ତଦନ୍ତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ୭ ରୁ ୧୨ ସେକେଣ୍ଡ ସମୟ। CCTV ଫୁଟେଜରେ ଦେଖାଯାଇଥିଲା ଯେ ଉଡ଼ାଣ ଭରିବାର ୮ ସେକେଣ୍ଡ ପରେ ବିମାନଟି ହଠାତ ତଳକୁ ଆସିବା ଆରମ୍ଭ କରିଥିଲା। ଏହା ସୂଚିତ କରୁଛି ଯେ କିଛି ଯାନ୍ତ୍ରିକ ତ୍ରୁଟି ଥିଲା କିମ୍ବା ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ। ରିପୋର୍ଟ ଅନୁଯାୟୀ, ପାଇଲଟଙ୍କ ଶେଷ ଶବ୍ଦ ଥିଲା, ‘Mayday, no thrust, losing power&’ ଏହି ଶବ୍ଦଗୁଡ଼ିକ ଇଞ୍ଜିନରେ ଶକ୍ତି ଅଭାବ କିମ୍ବା ଅନ୍ୟ କୌଣସି ଗମ୍ଭୀର ସମସ୍ୟାକୁ ଇଙ୍ଗିତ କରୁଛି, ଯାହା ତଦନ୍ତର ଆଧାର ହୋଇପାରେ।

ଏହି ଦୁର୍ଘଟଣାର ମୂଳଦୁଆ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ DGCA ଅନେକ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ସର୍ବପ୍ରଥମେ, ସେମାନେ CCTV ଫୁଟେଜ, ଫ୍ଲାଇଟ ଡାଟା ରେକଡର୍ର୍‌ (FDR) ଏବଂ କକପିଟ ଭଏସ ରେକଡର୍ର୍‌ (CVR) ରୁ ସୂଚନାକୁ ଏକତ୍ର କରି ଦୁର୍ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ, ଉଡ଼ାଣର ପ୍ରାରମ୍ଭିକ ମୁହୂର୍ତ୍ତରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକର ତଦନ୍ତ କରାଯାଉଛି। ଏଥିରେ ପକ୍ଷୀ ଆଘାତ, ଇଞ୍ଜିନ ଫେଲ, ପାଇଲଟଙ୍କ ପକ୍ଷରୁ କୌଣସି ଭୁଲ, କିମ୍ବା ଯାନ୍ତ୍ରିକ କିମ୍ବା ସଫ୍ଟୱେର୍‌ ତ୍ରୁଟି ଭଳି କାରଣ ଅନ୍ତର୍ଭୁକ୍ତ।

ଏହା ସହିତ, ଏୟାର ଟ୍ରାଫିକ କଣ୍ଟ୍ରୋଲ ସହିତ ହୋଇଥିବା କଥାବାର୍ତ୍ତା ଏବଂ ଏହାର ରେକର୍ଡିଂର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ବିମାନରେ ପୂର୍ବରୁ କୌଣସି ତ୍ରୁଟି ଥିଲା କି ନାହିଁ ତାହା ଜାଣିବା ପାଇଁ DGCA ବିମାନର ରକ୍ଷଣାବେକ୍ଷଣ ଇତିହାସ ଏବଂ ପୂର୍ବ ଉଡ଼ାଣ ଯାଞ୍ଚ ରିପୋର୍ଟ ମଧ୍ୟ ଦେଖୁଛି। ତଦନ୍ତରେ ଏହି ୨୭ ସେକେଣ୍ଡର ସମୟକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏହି ସମୟ ମଧ୍ୟରେ ବିମାନଟି ଉଚ୍ଚତା ହରାଇବା ଆରମ୍ଭ କରିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଅଳ୍ପ ସମୟ ମଧ୍ୟରେ ଘଟିଥିବା ଘଟଣା ଦୁର୍ଘଟଣାର ମୂଳରେ ପହଞ୍ଚିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା…

ଏନ୍‌ଭିଡିଆ ବଜାର ମୂଲ୍ୟ ୧.୫୭ ଟ୍ରିଲିୟନ ଡଲାର ଖସିଲା

ଓ୍ବାଶିଂଟନ୍‌,୧୧ା୧୧: ଅନ୍ତର୍ଜାତୀୟ କର୍ପୋରେଟ୍‌ ଜଗତରେ ବିଶ୍ୱର ପ୍ରମୁଖ ଟେକ୍‌ ତଥା ଅତ୍ୟାଧୁନିକ ଚିପ୍‌ ନିର୍ମାଣକାରୀ କମ୍ପାନୀ ଏନ୍‌ଭିଡିଆ ପ୍ରସଙ୍ଗ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି। ଚାଇନାର ଆଲିସ୍‌…

ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ିହେଲେ ୫.୦୫ଲକ୍ଷ ନୂଆ ହିତାଧିକାରୀ

ବାଲେଶ୍ୱର, ୧୧।୧୧(ବାଞ୍ଛାନିଧି ଦେ): ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଜୟ ଜଗନ୍ନାଥ, ଜୟ କ୍ଷୀରଚୋରା ଗୋପୀନାଥ, ଜୟ ବାବା ପଞ୍ଚଲିଙ୍ଗେଶ୍ୱରରୁ…

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?