ଯାଜପୁର ଜିଲାରେ ଆବାସ ତାଲିକା: ୨୬ ରୁ ୧୯ ପଞ୍ଚାୟତରେ ଗରିବ ନାହାନ୍ତି

ଯାଜପୁର ଅଫିସ,୨୦ା୧: ଖୁସିର ଖବର ଯାଜପୁର ଜିଲା ସଦର ବ୍ଲକରେ ଗରିବ ଲୋକଙ୍କ ସଂଖ୍ୟା କମିଛି। ଏହି ବ୍ଲକରେ କୁଡିଆ କିମ୍ବା ମାଟି ଘରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ କମ। ବ୍ଲକର ସମୁଦାୟ ୨୬ରୁ ମାତ୍ର ୭ ଗ୍ରାମ ପଞ୍ଚାୟତର ୧୦୧ ଜଣ କଚ୍ଚା ଘରେ ବସବାସ କରୁଥିବା ଗରିବ ଲୋକ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ଜିଲାର ଅନ୍ୟ ବ୍ଲକଗୁଡିକରେ ୨ ହଜାରରୁ ୭ ହଜାର ପର୍ଯ୍ୟନ୍ତ ହିତାଧିକାରୀଙ୍କ ଚୟନ କରାଯାଇଥିବାବେଳେ ଏହି ବ୍ଲକରେ ସବୁଠାରୁ କମ ଆବାସ ଘର ମିଳିବ ବୋଲି ତାଲିକାରୁ ଜଣାପଡିଛି। ହେଲେ ବାସ୍ତବରେ ଏହି ବ୍ଲକରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାର ବସବାସ କରୁଥିଲେ ହେଁ ସେମାନଙ୍କୁ ଆବାସ ତାଲିକାରେ ସାମିଲ ନ କରାଯିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହାବାଦ୍‌ ଗତ ବନ୍ୟାରେ କଚ୍ଚା ଘର ଭାଙ୍ଗି ଯାଇଥିବାରୁ ମରାମତି କରି ରହୁଥିବା ପରିବାରବର୍ଗ ମଧ୍ୟ ଏହି ତାଲିକାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଯାଜପୁର ନିର୍ବାଚନ ମଣ୍ଡଳୀ ଚୟନ ପ୍ରକ୍ରିୟାରେ ଏଭଳି ଅନିୟମିତତା ସମସ୍ତଙ୍କୁ ଆଚମ୍ବିତ କରିଛି।
ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଣୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜିଲାରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି ା ପୂର୍ବରୁ ଜିଲାରେ ଶତାଧିକ ସ୍ବଚ୍ଛଳ ପରିବାର ଏହି ଯୋଜନାର ଲାଭ ପାଇଥିବା ନଜିର ରହିଛି। ଏପରିକି ମୃତବ୍ୟକ୍ତି, ସରକାରୀ କର୍ମଚାରୀମାନେ ଏହି ଯୋଜନାରେ ଉପକୃତ ହୋଇଛନ୍ତି ା ଶାସକ ଦଳର କେତେକ ହିତାଧିକାରୀ ସାଜି ଯୋଜନା ଅନ୍ତର୍ଗତ ଗୃହଗୁଡିକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଛନ୍ତି ା ଗ୍ରାମୀଣ ଆବାସ ଦୁର୍ନିତୀ ସମ୍ପର୍କରେ ବିଶିଷ୍ଟ ସାମାଜିକ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ସରପଞ୍ଚ ଏସମ୍ପର୍କରେ ପ୍ରମାଣ ତଥ୍ୟ ସହ ରାଜ୍ୟ ପଞ୍ଚାୟତ ପ୍ରମୁଖ ସଚିବ, ରାଜ୍ୟ ଭିଜିଲାନ୍ସ ବିଭାଗ ଓ ଜିଲାପାଳଙ୍କୁ ଲିଖିତ ଭାବେ ଗତ ୨୦୧୭ରେ ଅଭିଯୋଗ କରିଥିଲେ ା ଏହି ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରାଯାଇ ବିହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ବର୍ତ୍ତମାନ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ମିଳିଛି। ଗତ ଡିସେମ୍ବରରେ ଜିଲାର ୧୦ଟି ବ୍ଲକର ୩୩,୫୨୦ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ଏଥିରେ ବଡ଼ଚଣା ବ୍ଲକରେ ୩୨୦୦, ବରୀରେ ୨୭୫୩, ବିଞ୍ଝାରପୁରରେ ୫୮୫୬, ଦାନଗଦିରେ ୨୮୨୪, ଦଶରଥପୁରରେ ୭୧୨୮, ଧର୍ମଶାଳାରେ ୩୪୯୨, ଯାଜପୁରରେ ୧୦୧, କୋରେଇରେ ୩୪୩୭, ରସୁଲପୁରରେ ୨୮୯୩ ଓ ସୁକିନ୍ଦା ବ୍ଲକରେ ୧୮୩୬ ହିତାଧିକାରୀଙ୍କୁ ଚୟନ ତାଲିକାରେ ସାମିଲ କରାଯାଇଛି। ଏହି ତାଲିକାରେ ଜିଲାର ମୋଟ ୧୭୮୧ ଗ୍ରାମରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାର କଚ୍ଚା ଘରେ ବସବାସ କରୁଥିବା କୁହାଯାଉଛି। ତେଣୁ ଏହି ଚୟନ ପ୍ରକ୍ରିୟା ତରବରରେ ହୋଇଥିବା ମନେ ହେଉଛି। ଏ ସମ୍ପର୍କରେ ସର୍ବସାଧାରଣରେ ଅଭିଯୋଗ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକୃତ ହିତାଧିକାରୀମାନେ ଅଭିଯୋଗ କରି ପାରିବେ। ଏଯାଏ ପ୍ରାୟ ୩୫୦ ଜଣ ବିଭିନ୍ନ ପ୍ରକ୍ରିୟାରେ ଅଭିଯୋଗ କରିଥିବା ଜଣାପଡିଛି।
ଏଠାରେ ଯାଜପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକର ବାସୁଦେବପୁର, ବିଚିତ୍ରପୁର, ଜାହାନପୁର, ମାଳଆନନ୍ଦପୁର, ସାନସୁଆର, ସାହାସପୁର ଓ ସିମିଲିଆ ପଞ୍ଚାୟତବାସୀ କେବଳ ଆବାସ ଯୋଜନାରେ ଘର ପାଇବେ ବୋଲି ତାଲିକାରେ ଦର୍ଶାଯାଇଛି। ବାକି ୧୯ଟି ପଞ୍ଚାୟତବାସୀ ତଥା ବଡସୁଆଁର, ବେରୁଦା, ଭୁବନେଶ୍ୱରପୁର, ଭୁଇଁପୁର, ଚଇନପୁର, ଛତିଶଦେବିଲ, ଏରବାଙ୍କ, ଝାଲପଡା, ଖଇରାବାଦ, ଜାଫରପୁର, ମହେଶ୍ୱରପୁର, ମକରନ୍ଦପୁର, ନାଥସାହି, ପଣସା, ରୁଦ୍ରପୁର, ଶ୍ୟାମଦାସପୁର, ସୁଜନପୁର, ଉପରବରୁହଁା ଓ ଜାମଧରପୁର ପଞ୍ଚାୟତର କୌଣସି ଗରିବ ହିତାଧିକାରୀଙ୍କୁ ଏହି ତାଲିକାରେ ସାମିଲ କରାଯାଇନାହିଁ। ଏଠାରେ ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର କୈଳାସ ଚନ୍ଦ୍ର ମଲିକଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ସେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ଏବଂ ଏନେଇ ୫ା୮ା୨୦୨୨ରେ ତଦନ୍ତ କରିବାକୁ ଯାଜପୁର ମଣ୍ଡଳ ଉନ୍ନୟନ ଅଧିକାରୀ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ କୈଳାସ ଏକ ରାଜମିସ୍ତ୍ରୀ ଭାବେ କାମ କରନ୍ତି ଏବଂ ତାଙ୍କର ନିର୍ମାଣ ଶ୍ରମିକ ପ୍ରମାଣପତ୍ର ରହିଛି। ତାଙ୍କର ଏକ ବଖରା ଚାଳ ଘର ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। କିନ୍ତୁ ଏହି ତାଲିକାରେ ତାଙ୍କର ନାମ ନାହିଁ।
ଏ ସଂକ୍ରାନ୍ତରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରାଙ୍କୁ ପଚାରିବାରୁ ସେ କହିଛନ୍ତି,ଆବେଦନ ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁମାନଙ୍କ ତାଲିକାରେ ନାମ ନାହିଁ ସେମାନେ ଅଭିଯୋଗ କରି ପାରିବେ।
ଫଟୋ ଅଛି


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?