କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର ଏକାଧିକ ସ୍ଥାନରେ ଯାଞ୍ଚ କରାଯାଇ ୨୬ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। କେନ୍ଦୁଝର ଜିଲା ବଡ଼ବିଲ୍‌ ପୋଲିସ ଏକ କାର୍‌ରୁ ୨୦ଲକ୍ଷ ଟଙ୍କା ଜବତ କରିଥିବାବେଳେ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରୁ ୬ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାର ଠିକ୍‌ କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ ଏହାକୁ ପ୍ରଶାସନିକ ଜିମା ଦେଇ ପଚରାଉଚରା ଜାରି ରଖିଛି।
ସୂଚନା ଅନୁସାରେ କେନ୍ଦୁଝରର ବଡ଼ବିଲ ପୋଲିସ ଭଦ୍ରାସାହିଠାରେ ଶୁକ୍ରବାର ମଧ୍ୟାହ୍ନରେ ଯାଞ୍ଚ କରୁଥିବାବେଳେ ପୋଲିସ ଏକ କାର୍‌ (ଓଡି୦୨-ବିଏଫ୍‌- ୭୭୭୮)କୁ ଅଟକାଇ ତନଖି କରିଥିଲା। କାର୍‌ ଭିତରୁ ଏକ ବ୍ୟାଗ୍‌ ଭର୍ତ୍ତି ୨୦ ଲକ୍ଷ ଟଙ୍କାକୁ ଜବତ କରିବା ସହ କାର୍‌ରେ ବସିଥିବା ଅବିନାଶ କୁମାର ମିଶ୍ର ଓ ଚାଳକ ହେମନ୍ତ ସିଂ ରାଠୋରଙ୍କୁ ପୋଲିସ ଅଟକ ରଖିଛି। ଅବିନାଶଙ୍କ କହିବା ମୁତାବକ, କୋଇଡ଼ାସ୍ଥିତ ହନୁମାନ ମନ୍ଦିର ଗଳିରେ ଥିବା ପୱନ ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ପେମେଣ୍ଟ ନିମନ୍ତେ ଯୋଡ଼ାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଣକରି କୋଇଡ଼ା ଅଭିମୁଖେ ଯାଉଥିଲେ। ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷ ଥାନାରେ ପହଞ୍ଚତ୍ ଟଙ୍କା ଉଠାଣ ହୋଇଥିବା କହିଥିଲେ ହେଁ ସମସ୍ତ ଟଙ୍କା କେନ୍ଦୁଝର ଜିଲା କୋଷାଗାରରେ ଜମା କରାଯିବ ଓ ଏ ନେଇ ଆୟକର ବିଭାଗକୁ ତଦନ୍ତ ନିମନ୍ତେ ଅବଗତ କରାଯାଇଛି ବୋଲି ବଡ଼ବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି। ସେହିପରି ଅବିଭକ୍ତ କଳାହାଣ୍ଡି ଜିଲା ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଟିମ୍‌ ଖରିଆର ରୋଡ ଏନ୍‌ଏସି ନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ନେତୃତ୍ୱରେ ସ୍ମାଟିକ ସର୍ଭେଲାନ୍ସ ଟିମ୍‌ କୋମନା ବ୍ଲକ ଘାଟିପଡ଼ା ନିକଟରେ ଯାଞ୍ଚ କରୁଥିବାବେଳେ ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିରେ ୧ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ତାଙ୍କୁ ଅଟକ ରଖି ପଚାରାଉଚରା କରିଥିଲେ। କିନ୍ତୁ ସେ ଉକ୍ତ ଟଙ୍କାର ଉପଯୁକ୍ତ ନଥିପତ୍ର ଦେଖାଇ ନ ପାରିବାରୁ ଟଙ୍କା ଜବତ କରାଯାଇଛି। ସେହିପରି ନୂଆପଡ଼ା-ବରଗଡ ଜିଲ୍ଲା ସୀମାନ୍ତ ସାହିପଲା ନିକଟରେ ନୂଆପଡା ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଖରିଆର ରୋଡ୍‌ର କେତନ କୁମାର ସାହା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪ଲକ୍ଷ ୮୯ହଜାର ଟଙ୍କା ମିଳିଥିଲା। ତେବେ ସେ ଟଙ୍କାର କୌଣସି କାଗଜାତ ଦେଖାଇ ନ ପାରିବାରୁ ପୋଲିସ ଟଙ୍କା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri