କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର ଏକାଧିକ ସ୍ଥାନରେ ଯାଞ୍ଚ କରାଯାଇ ୨୬ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। କେନ୍ଦୁଝର ଜିଲା ବଡ଼ବିଲ୍‌ ପୋଲିସ ଏକ କାର୍‌ରୁ ୨୦ଲକ୍ଷ ଟଙ୍କା ଜବତ କରିଥିବାବେଳେ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରୁ ୬ଲକ୍ଷ ୨୯ହଜାର ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାର ଠିକ୍‌ କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ ଏହାକୁ ପ୍ରଶାସନିକ ଜିମା ଦେଇ ପଚରାଉଚରା ଜାରି ରଖିଛି।
ସୂଚନା ଅନୁସାରେ କେନ୍ଦୁଝରର ବଡ଼ବିଲ ପୋଲିସ ଭଦ୍ରାସାହିଠାରେ ଶୁକ୍ରବାର ମଧ୍ୟାହ୍ନରେ ଯାଞ୍ଚ କରୁଥିବାବେଳେ ପୋଲିସ ଏକ କାର୍‌ (ଓଡି୦୨-ବିଏଫ୍‌- ୭୭୭୮)କୁ ଅଟକାଇ ତନଖି କରିଥିଲା। କାର୍‌ ଭିତରୁ ଏକ ବ୍ୟାଗ୍‌ ଭର୍ତ୍ତି ୨୦ ଲକ୍ଷ ଟଙ୍କାକୁ ଜବତ କରିବା ସହ କାର୍‌ରେ ବସିଥିବା ଅବିନାଶ କୁମାର ମିଶ୍ର ଓ ଚାଳକ ହେମନ୍ତ ସିଂ ରାଠୋରଙ୍କୁ ପୋଲିସ ଅଟକ ରଖିଛି। ଅବିନାଶଙ୍କ କହିବା ମୁତାବକ, କୋଇଡ଼ାସ୍ଥିତ ହନୁମାନ ମନ୍ଦିର ଗଳିରେ ଥିବା ପୱନ ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ପେମେଣ୍ଟ ନିମନ୍ତେ ଯୋଡ଼ାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଣକରି କୋଇଡ଼ା ଅଭିମୁଖେ ଯାଉଥିଲେ। ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷ ଥାନାରେ ପହଞ୍ଚତ୍ ଟଙ୍କା ଉଠାଣ ହୋଇଥିବା କହିଥିଲେ ହେଁ ସମସ୍ତ ଟଙ୍କା କେନ୍ଦୁଝର ଜିଲା କୋଷାଗାରରେ ଜମା କରାଯିବ ଓ ଏ ନେଇ ଆୟକର ବିଭାଗକୁ ତଦନ୍ତ ନିମନ୍ତେ ଅବଗତ କରାଯାଇଛି ବୋଲି ବଡ଼ବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି। ସେହିପରି ଅବିଭକ୍ତ କଳାହାଣ୍ଡି ଜିଲା ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଟିମ୍‌ ଖରିଆର ରୋଡ ଏନ୍‌ଏସି ନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ନେତୃତ୍ୱରେ ସ୍ମାଟିକ ସର୍ଭେଲାନ୍ସ ଟିମ୍‌ କୋମନା ବ୍ଲକ ଘାଟିପଡ଼ା ନିକଟରେ ଯାଞ୍ଚ କରୁଥିବାବେଳେ ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିରେ ୧ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ତାଙ୍କୁ ଅଟକ ରଖି ପଚାରାଉଚରା କରିଥିଲେ। କିନ୍ତୁ ସେ ଉକ୍ତ ଟଙ୍କାର ଉପଯୁକ୍ତ ନଥିପତ୍ର ଦେଖାଇ ନ ପାରିବାରୁ ଟଙ୍କା ଜବତ କରାଯାଇଛି। ସେହିପରି ନୂଆପଡ଼ା-ବରଗଡ ଜିଲ୍ଲା ସୀମାନ୍ତ ସାହିପଲା ନିକଟରେ ନୂଆପଡା ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଖରିଆର ରୋଡ୍‌ର କେତନ କୁମାର ସାହା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪ଲକ୍ଷ ୮୯ହଜାର ଟଙ୍କା ମିଳିଥିଲା। ତେବେ ସେ ଟଙ୍କାର କୌଣସି କାଗଜାତ ଦେଖାଇ ନ ପାରିବାରୁ ପୋଲିସ ଟଙ୍କା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri