୯ ବର୍ଷରେ ୨୬ ହରିଣ ମୃତ

ଜଗତ୍‌ସିଂହପୁର,୩ା୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)। ଏହା ଭିତରେ ରହୁଛନ୍ତି ପାଖାପାଖି ୩୦୦ଟି ହରିଣ (ସ୍ପଟେଡ୍‌ ଡିୟର) । ଏହି ହରିଣମାନଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ ପର୍ଯ୍ୟଟକଙ୍କ ବହୁ ସଂଖ୍ୟାରେ ଆଗମନ ହୋଇଥାଏ । କିନ୍ତୁ ଦୁଃଖର କଥା ହେଲା ସେମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛି । ଶିକାରୀ କୁକୁରଙ୍କ ଆକ୍ରମଣ ସାଙ୍ଗକୁ ଟ୍ରେନ୍‌ ଧକ୍କାରେ ପ୍ରତିବର୍ଷ ହରିଣଙ୍କ ମୃତ୍ୟୁ ଘଟୁଛି। ସମ୍ପ୍ରତି କେବଳ ଧଳତଙ୍ଗଗଡ଼ ନୁହେଁ, ସାରା ଦେଶରେ ହରିଣଙ୍କ ସଂଖ୍ୟା କମି ଚାଲିଛି। ଏନେଇ ସେମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ଧଳତଙ୍ଗଗଡ଼ ପିଆର୍‌ଏଫ୍‌ରେ ୨୦୧୫ରୁ ଏଥିମଧ୍ୟରେ ଅର୍ଥାତ୍‌ ୯ ବର୍ଷରେ ୨୬ଟି ହରିଣଙ୍କ ମୃତ୍ୟୁ ଘଟିଛି । ବାସ୍ତବ କ୍ଷେତ୍ରରେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ତେଣୁ ବନ ବିଭାଗ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେଠାରୁ ପଦକ୍ଷେପ ଗ୍ରହଣ ନ କଲେ ଦିନ ଆସିବ ଧଳତଙ୍ଗଗଡ଼ ହରିଣ ଶୂନ ହୋଇଯିବ ବୋଲି ପ୍ରାଣୀ ପ୍ରେମୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୮, ୨୦୨୦ରେ ୧, ୨୦୨୧ରେ ୮, ୨୦୨୨ରେ ୨ ଓ ୨୦୨୩ ଏପ୍ରିଲ ସୁଦ୍ଧା ୨ଟି ଲେଖାଏ ହରିଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ୨୮ା୧୨ା୧୭ରେ ହରିଣକୁ ମୃତ୍ୟୁକୁ ସେତେବେଳେ ଆଲୋଚନା ଜୋର ଧରିଥିଲା। କାରଣ ଏହି ହରିଣକୁ ହଂସୁଆ ନଦୀ ପାଖ ଏରଡ଼ଙ୍ଗ ପଞ୍ଚାୟତ ବାଙ୍କିଆବାଟିଠାରେ ମାରି ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଏହାପରେ କିନ୍ତୁ କେହି ହରିଣ ମାରି ନ ଥିବା ସରକାରୀ ଭାବେ ଦର୍ଶାଯାଉଥିଲେ ସୁଦ୍ଧା ଏହା ଉପରେ ଅନୁଧ୍ୟାନ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପଟେ ୨୦୧୯ରୁ ୨୦୨୩ ଏପ୍ରିଲ ସୁଦ୍ଧା ଟ୍ରେନ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବ ଓ କୁକୁର କାମୁଡା କାରଣରୁ ମଧ୍ୟ ଅନେକଙ୍କ ମୃତ୍ୟୁ ହୋଇଛି । ଏସବୁର କାରଣ ଯାହା କିଛି ଥାଉନା କାହିଁକି ବନ ବିଭାଗର ଆନ୍ତରିକତା ଅଭାବରୁ ହରିଣମାନଙ୍କ ଜୀବନ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ଅରଣ୍ୟ ଅଭିଯାନ କାର୍ଯ୍ୟ ନିର୍ବାହୀ ସନ୍ତୋଷ କୁମାର ପ୍ରଧାନ, ପରିବେଶବିତ୍‌ ଚୈତନ୍ୟ ଚରଣ ଦାଶ, ମୁରଲୀଧର ସ୍ବାଇଁ ପ୍ରମୁଖ କହିଛନ୍ତି, ଜୁଲାଇ୧ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏହା କେବଳ ଔପଚାରିକତା ପାଇଁ କରାଯାଉଥିବା ଅନୁଭବ ହେଉଛି। ଧଳତଙ୍ଗଗଡ଼ରେ ବହୁ ସଂଖ୍ୟକ କଣ୍ଟା ବାଉଁଶ ଗଛ ରହିଛି। ସେଥିମଧ୍ୟରୁ ଅନେକ ବୁଦା ମରି ସେଥିରେ ଲତା ମାଡି ଗଲାଣି। ଏଗୁଡିକୁ ଉଠାଯାଇ ଫଳନ୍ତି ଗଛ ଲଗାଇବା ଆବଶ୍ୟକ । କାରଣ ଧଳତଙ୍ଗଗଡ଼ରୁ ଆମ୍ବ, ପଣସ, କୋଚିଳା, କରଞ୍ଜ ଆଦି ଫଳନ୍ତି ଗଛ ସଂଖ୍ୟା କମି ଚାଲିଛି । ପୋଲିସ ବ୍ୟବହାର କରୁଥିବା ଲାଠି ବେତରୁ ତିଆରି ହେଉଛି । ଏହି ପ୍ରକାର ବେତ ସଂଖ୍ୟା ଧଳତଙ୍ଗଗଡ଼ରେ ପ୍ରଚୁର ଥିଲା । କିନ୍ତୁ ଏହାକୁ କାଟି ବିକ୍ରି କରି କିଛି ଅସାଧୁ ଲୋକ ଭଲ ଅର୍ଥ ରୋଜଗାର କରୁଛନ୍ତି । ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ପୁରାତନ ଗଛ କାଟି ଦିଆଯାଇଛି। ଧଳତଙ୍ଗଗଡ଼ ଜଙ୍ଗଲରୁ ମଧ୍ୟ ମୂଲ୍ୟବାନ ଗଛ ଚୋରି ହେଉଛି। ଏଥିଯୋଗୁ ବନ୍ୟପ୍ରାଣୀ, ପକ୍ଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ଖାଦ୍ୟାଭାବ କାରଣରୁ ହରିଣମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଯାଇ ବିପଦଗାମୀ ହେଉଛନ୍ତି। ଯେହେତୁ ଧଳତଙ୍ଗଗଡ଼ ନିକଟରେ ରେଳ ଧାରଣା ଯାଇଛି ତେଣୁ ଏହା ଅତିକ୍ରମ କଲାବେଳେ ଅନେକ ସମୟରେ ଏହି ନିରୀହ ପ୍ରାଣୀ ମୃତାହତ ହେଉଛନ୍ତି। ଏ ପରିସ୍ଥିତିରେ ବନ ବିଭାଗ ଜଙ୍ଗଲ ଚାରିପଟେ ପାଚେରୀ ସହ ଏହି ପରିସରରେ ପର୍ଯ୍ୟାପ୍ତ ଘାସ ଓ ଲତା ଆଦି ଲଗାଇବା ଜରୁରୀ। ଜଙ୍ଗଲ ଭିତରେ ଥିବା ପୋଖରୀଗୁଡିକ ଶୁଖିଯାଉଥିବାରୁ ସେଗୁଡିକୁ ଗଭୀର କିମ୍ବା ବୋରିଂ ମାଧ୍ୟମରେ ଜଳପୂର୍ଣ୍ଣ କରାଯିବା ଉଚିତ୍‌ ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀ ନିୟୋଜିତ ସହ ସେମାନେ ନିଷ୍ଠାର ସହ କାମ କରିବା ଦରକାର ବୋଲି ଏହି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି । ଏହା ଉପରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର ନାଥ ମହାନ୍ତିଙ୍କୁ ପଚାରିବାରୁ ଖାଦ୍ୟାଭାବ ଯୋଗୁ ଅନେକ ସମୟରେ ହରିଣମାନେ ଜଙ୍ଗଲ ବାହାରକୁ ଚାଲିଯାଉଥିବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାର ପ୍ରତିକାର ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?