ରାତି ପାହିଲେ ନୂଆପଡ଼ାରେ ଭୋଟ: ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୫୪,୪୯୭ ଭୋଟର

ନୂଆପଡ଼ା,୧୦ା୧୧ (ମକାରୁ ବେମାଲ) : ରାତି ପାହିଲେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନରେ ପ୍ରମୁଖ ଭାଜପା, ବିଜେଡି, କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୪ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀର ୨ ଲକ୍ଷ ୫୪ ହଜାର ୪୯୭ ଭୋଟର। ଭୋଟରମାନେ ୩୫୮ ମତଦାତା କେନ୍ଦ୍ରକୁ ଯାଇ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ବିଧାୟକ ଚୟନ କରିବେ। ନୂଆପଡ଼ା ବ୍ଲକରେ ୧୫୭, କୋମନା ବ୍ଲକରେ ୧୬୫, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ ଓ ଖରିଆର ରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ ମତଦାନ କେନ୍ଦ୍ର କରାଯାଇଛି। ଉପନିର୍ବାଚନ ପାଇଁ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପର ତ୍ସାହିତ ଥିବା ଦେଖିବାକୁ ମିଳିଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରବିବାର ଅପରାହ୍ନ ୪ଟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ ବିଭିନ୍ନ ଦଳର କର୍ମୀ ଓ ସମର୍ଥକ ଶେଷ ପର୍ଯ୍ୟାୟ ଲଢେଇ ପାଇଁ ପୁର ଦମରେ ଲାଗିପଡିଛନ୍ତି। ପ୍ରଚାର ଶେଷହେବା ପରେ ଆରମ୍ଭ ହୋଇଛି ଅନ୍ଧାରୀ ବିଜେ। କର୍ମୀମାନେ ଘରକୁ ଘର ବୁଲି ନିର୍ବାଚନୀ ଚିରକୁଟ ବାଣ୍ଟିବା ଆରମ୍ଭ କରିଛନ୍ତି। ଯେଉଁ ଗାଁ ବା ପଡ଼ାରେ ଦୁର୍ବଳ ସ୍ଥିତି ଦେଖୁଛନ୍ତି ତା’ ଉପରେ ଅଧିକ ନଜର ରଖିଛନ୍ତି। ପ୍ରାୟ ସମସ୍ତ ଦଳର କର୍ମୀମାନେ ଗଡ ଜଗିବା ଆରମ୍ଭ କରିଦେଇଛନ୍ତି। ରାତି ପାହିଲେ ନିର୍ବାଚନ ଥିବାରୁ ଦଳୀୟ ନେତା ଦିନରାତି ଏକ କରି ନିର୍ବାଚନ ବୈତରଣୀ ପାରିହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଭୋଟର ଏପଟସେପଟ ନ ହେବା ପାଇଁ ଗାଁ, ପଡ଼ା ଓ ବୁଥ୍‌ ସ୍ତରରେ ଭୋଜି ଭାତର ଆସର ଜମିଛି। ପ୍ରାର୍ଥୀମାନେ ଘରେ ବସି ଅଙ୍କ କଷିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ୍‌ ଦୁର୍ବଳ ରହିଛି ତା’ ଉପରେ ନଜର ରଖି କର୍ମୀମାନଙ୍କୁ ଜଗାଇବା ସହ ବିକଳ୍ପ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡିଛନ୍ତିା ଏଥିରେ କାହାର ପଲ୍ଲା ଭାରି ରହୁଛି, ଭୋଟର କାହାକୁ ବାଛୁଛନ୍ତି ଓ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳୁଛି ତାହା ଆସନ୍ତା ୧୪ରେ ଜଣାପଡିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?