Posted inଜାତୀୟ

ସୌଦି ଜେଲର ଗୋଟିଏ ଘରେ ୨୫୦ ଭାରତୀୟ: ଜୀବନ ବଞ୍ଚାଇବା ଲାଗି ମୋଦିଙ୍କୁ କଲେ ଗୁହାରି

ନୂଆଦିଲ୍ଲୀ, ୧୪।୯: ସୌଦିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୫୦ ଜଣ ଭାରତୀୟଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଭାରତୀୟଙ୍କୁ ଜେଲ୍‌ର ଗୋଟିଏ ଘରେ ରଖାଯାଇଛି। ଏଠାରେ ରହିବାକୁ ଅସୁବିଧା ହେଉଥିବା ସମ୍ପୃକ୍ତ ଭାରତୀୟମାନେ ଅଭିଯୋଗ କରିଛନ୍ତି। ଜେଲ୍‌ରେ ଥିବା ମୁସ୍ତକିମ୍‌ ନାମକ ଜଣେ ଯୁବକ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ବନ୍ଦୀମାନଙ୍କ ଜୀବନ ବଞ୍ଚାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡ଼ିଓରେ ଅନୁରୋଧ କରୁଥିବାର ଦେଖିବାକୁ ମିଳୁଛି। ଯୁବକ ଜଣକ ସହାରନପୁର ଅନ୍ତର୍ଗତ ଦେଓବନ୍ଦ ଅଞ୍ଚଳର ବେରୁନ୍‌ କୋଟେଲର ବାସିନ୍ଦା। ଜେଲରେ ଭାରତୀୟମାନେ ଅତି କଷ୍ଟରେ ଶୋଇଥିବା ୪୪ ସେକେଣ୍ଡର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଯୁବକଙ୍କ ସ୍ତ୍ରୀ ଶାବନା ମଧ୍ୟ ସୋସିଆଲ୍‌ ମିଡ଼ିଆରେ ୪୯ ସେକେଣ୍ଡର ଏକ ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ସେ ମୋଦିଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଏବେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ବର୍ଷା କରିବ ବାୟୁସେନା ବିମାନ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧାଙ୍କ...

ବ୍ୟାଣ୍ଡ୍‌ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି।...

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ...

‘ମାନବାଧିକାର ରିପୋର୍ଟରେ ସତ୍ୟତା ନାହିଁ’

କୋଲକାତା,୨୮।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ କାଲକୁତା ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲା ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ସେହି ରିପୋର୍ଟରେ କୌଣସି...

କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଆଇସିୟୁରେ ଭର୍ତ୍ତି

ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍‌ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ...

ଆଲ୍‌କୋହଲ ଯାଞ୍ଚ୍‌କୁ ସାମୟିକ ବନ୍ଦ ରଖିବାକୁ ଅନୁରୋଧ କଲା ଏୟାର ଇଣ୍ଡିଆ ପାଇଲଟ ସଂଘ

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସ୍ପାଇସ୍‌ ଜେଟ୍‌ର ଜଣେ ପାଇଲଟଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏପରିସ୍ଥଳେ ସାମୟିକ ଭାବେ...

ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା...

Advertisement


Archives

Model This Week