ବର୍ଷକରେ ୨୫ କୋଟିର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌। ରାଜଧାନୀରୁ କୋରାପୁଟ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚଢାଉ କରି ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ମୋଟ ୭୩ ମାମଲାରେ ୧୪୦ଜଣଙ୍କୁ ଗିରଫ କରିଛି।
ଏସ୍‌ଟିଏଫ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ, ଧଳା ଜହରର ଭୂସ୍ବର୍ଗ ପାଲଟିଥିବା ବାଲେଶ୍ୱରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା। ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୨୫ କିଗ୍ରା ବ୍ରାଉନ୍‌ସୁଗାର ଜବତ କରିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ଏଥିସହିତ ବିଭିନ୍ନ ଜିଲାରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରିଥିଲା। ଅନ୍ୟପକ୍ଷେ ବନ୍ୟଜନ୍ତୁ ଚାଲାଣ ଉପରେ ରୋକ୍‌ ଲଗାଇବାକୁ ୨୦୨୦ରେ ଏସ୍‌ଟିଏଫ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିଲା। ଏଥିରେ ଅସାଧୁ ବେପାରିଙ୍କ ଦ୍ୱାରା ଚାଲାଣବେଳେ ୨ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ବେଳେ ୭ ଚିତା ବାଘ ଛାଲ, ୫ କିଗ୍ରା ବଜ୍ରକାପ୍ତା କାତି, ୨ ହରିଣ ଛାଲ ଜବତ କରାଯାଇଥିଲା। ମୋଟ୍‌ ୨୨ଲକ୍ଷ ୯୫ ହଜାର ବେଆଇନ ଟଙ୍କା, ୫ଲକ୍ଷ ୨୯ ହଜାର ନକଲି ନୋଟ୍‌ ଓ ୪.୬ କୁଇଣ୍ଟାଲ ଚନ୍ଦନ କାଠ ମଧ୍ୟ ଜବତ କରାଯାଇଥିଲା। ଡିସେମ୍ବର ୭ରେ ଏସ୍‌ଟିଏଫ୍‌ ରାୟଗଡାରେ ଚଢ଼ାଉ କରି ସ୍ଥାନୀୟ ପୋଲିସ ସହଯୋଗରେ ୨୦ ପ୍ରକାରର ୧୫୧ କେଜିର ମୂଲ୍ୟବାନ ପଥର ଜବତ କରିଥିଲା। ଏହାକୁ ମିଶାଇ ବର୍ଷକରେ ବହୁ କୋଟି ଟଙ୍କାର ମୋଟ ୪୩୦ କିଗ୍ରା ମୂଲ୍ୟବାନ ପଥର ଚୋରାଚାଲାଣ ସମୟରେ ଜବତ କରିଛି। ଏଥିସହିତ ୫ କୁଇଣ୍ଟାଲ ନକଲି ଜର୍ଦ୍ଦା ଓ ୬୬ହଜାର ଲିଟର କିରୋସିନ, ବିପୁଳ ବିସ୍ଫୋରକ ଯଥା ୧୯୬ କୁଇଣ୍ଟାଲ୍‌ ଆମୋନିଆ ନାଇଟ୍ରେଟ୍‌, ୩୨୦୦ ଜିଲୋଟିନ୍‌ ଷ୍ଟିକ୍‌ ଓ ୧୦,୪୦୬ ଡିଟୋନେଟର ଜବତ ହୋଇଛି। ସେହିପରି ଅନୈତିକ ଚାଲାଣ ସମୟରେ ୭ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri