ଘରେ ବସି କାମ ଖୋଜିପାରିବେ ପ୍ରବାସୀ:ସହାୟକ ହେବ ‘ମୋ ସହାୟ’ ପୋର୍ଟାଲ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ଯୋଗୁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାରେ ସହଯୋଗ କରିବ ସ୍ବତନ୍ତ୍ର ଆପ୍ଲିକେଶନ। ଘରେ ବସି ଅନ୍‌ଲାଇନରେ ନିଜ ଦକ୍ଷତା ଅନୁଯାୟୀ ଚାକିରି ବା କାମ ଖୋଜିପାରିବେ ଶ୍ରମିକ। ଘରେ ବସିଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମ ଯୋଗାଇଦେବା ଲକ୍ଷ୍ୟରେ ‘ମୋ ସହାୟ’ ନାମରେ ଏକ ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଫେସର ଓ ଛାତ୍ରୀଛାତ୍ର। ଇତିମଧ୍ୟରେ ଏହା ଲୋକାର୍ପିତ ହୋଇଥିବାବେଳେ ନିଯୁକ୍ତିଦାତା ଓ ଶ୍ରମିକଙ୍କ ମଧ୍ୟରେ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଶ୍ରମିକଙ୍କୁ କାମ ବା ଚାକିରି ଯୋଗାଇବା କ୍ଷେତ୍ରରେ ଏହା ବେଶ୍‌ ସହାୟକ ହେବ।
ଆଇଆଇଟି ଭୁବନେଶ୍ୱର ପ୍ରଫେସର ଦେବୀପ୍ରସାଦ ଡୋଗ୍ରାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ଏହି ଆପ୍ଲିକେଶନରେ ପ୍ରଥମେ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ନାମ, ବୟସ, ମୋବାଇଲ୍‌ ନମ୍ବର, ନିଜ ଠିକଣା ଆଦି ଦେବାପରେ ଏହି କ୍ରସ୍‌-ପ୍ଲାଟ୍‌ଫର୍ମ ଆପ୍ଲିକେଶନ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଦକ୍ଷତା ସମ୍ପର୍କିତ ତଥ୍ୟ ମାଗିବ। ତେବେ ଲେଖାପଢା ଜାଣି ନ ଥିବା ଶ୍ରମିକମାନେ ଯେପରି ସହଜରେ ଏଥିରେ ପଞ୍ଜୀକୃତ ହୋଇପାରିବେ ସେଥିପାଇଁ ଏହାକୁ ସରଳ କରାଯାଇଛି। ଇଂଲିଶ, ହିନ୍ଦୀ ସହ ଓଡ଼ିଆ ଭାଷା ମଧ୍ୟ ଉପଲବ୍ଧ ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ ଭାଷାରେ ‘ମୋ ସହାୟ’କୁ ଉପଲବ୍ଧ କରିବାକୁ ପ୍ରଚେଷ୍ଟା ଚାଲିଛି ବୋଲି ସୂଚନା ଦିଆଯାଇଛି। ତେବେ ଶ୍ରମିକମାନେ ନାମ ପଞ୍ଜୀକରଣ କରିସାରିବା ପରେ ସମ୍ପୃକ୍ତ ତଥ୍ୟକୁ ଏହି ପୋର୍ଟାଲ ନିଯୁକ୍ତିଦାତା ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ଏହାପରେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ମାଧ୍ୟମରେ ପଞ୍ଜୀକୃତ ଶ୍ରମିକଙ୍କ ଦକ୍ଷତାକୁ ବିଚାରକୁ ନେଇ ତାହାକୁ ମାନବସମ୍ବଳ ଆବଶ୍ୟକ କରୁଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ସଂସ୍ଥା ନିକଟରେ ପହଞ୍ଚାଇବ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ଶିଳ୍ପସଂସ୍ଥା, ଏମ୍‌ଏସ୍‌ଏମ୍‌ଇ ଏବଂ ଛୋଟବଡ଼ ଶିଳ୍ପାନୁଷ୍ଠାନ ଏଥିରେ ରହିଛନ୍ତି। ଏସବୁ ପ୍ରକ୍ରିୟାରେ ଶ୍ରମିକଙ୍କ ତଥ୍ୟକୁ ସୁରକ୍ଷିତ ଏବଂ ଗୋପନୀୟ ରଖାଯିବ ବୋଲି ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ‘ମୋ ସହାୟ’ରେ ୨୪ଟି ଭିନ୍ନ ଭିନ୍ନ ଶିଳ୍ପ ପାଇଁ ଆବଶ୍ୟକ ୩୦୮ ପ୍ରକାରର ଦକ୍ଷତା ବା କାମ ସମ୍ପର୍କରେ ଉଲ୍ଲେଖ ରହିଛି। ଆଗାମୀ ଦିନରେ ଏହାକୁ ଅଧିକ ମଜବୁତ କରିବା ସହ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ସହ ଯୋଡ଼ିବାକୁ ‘ମୋ ସହାୟ’ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ(ସିଆଇଆଇ) ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରୀ(ଏଫ୍‌ଆଇସିସିଆଇ) ସହ ମିଳିତଭାବେ କାର୍ଯ୍ୟକରିବ। ଅନ୍ୟପକ୍ଷରେ ‘ପ୍ଲେ ଷ୍ଟୋର୍‌’ରେ ଉପଲବ୍ଧ ନ ଥିବା ଏହି ଆପ୍‌କୁ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଆଦିର ବ୍ରାଉଜର ମାଧ୍ୟମରେ ଆକ୍ସେସ କରିପାରିବ। ‘ଲିଙ୍କ୍‌ଡ ଇନ୍‌’, ‘ନକ୍‌ରୀ’ ଆଦି ଜବ୍‌ ପୋର୍ଟାଲ ଭଳି ଏହା କାର୍ଯ୍ୟକରିବ। ଆଇଆଇଟି ପ୍ରଫେସର ମନୋରଞ୍ଜନ ଶତପଥୀ, ଉଦ୍ୟୋଗୀ ସୁରଜ କୁମାର ଗନ୍ତାୟତ, ବରିଷ୍ଠ ଇଣ୍ଡଷ୍ଟ୍ରୀ ପ୍ରଫେସନାଲ ବିଜୟ ସାହୁ, ଆଇଆଇଟି ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନର ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏବଂ ପ୍ରଫେସରଙ୍କ ଦ୍ୱାରା ଏହି ଆପ୍‌ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?