ଘରେ ବସି କାମ ଖୋଜିପାରିବେ ପ୍ରବାସୀ:ସହାୟକ ହେବ ‘ମୋ ସହାୟ’ ପୋର୍ଟାଲ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ଯୋଗୁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାରେ ସହଯୋଗ କରିବ ସ୍ବତନ୍ତ୍ର ଆପ୍ଲିକେଶନ। ଘରେ ବସି ଅନ୍‌ଲାଇନରେ ନିଜ ଦକ୍ଷତା ଅନୁଯାୟୀ ଚାକିରି ବା କାମ ଖୋଜିପାରିବେ ଶ୍ରମିକ। ଘରେ ବସିଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମ ଯୋଗାଇଦେବା ଲକ୍ଷ୍ୟରେ ‘ମୋ ସହାୟ’ ନାମରେ ଏକ ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଫେସର ଓ ଛାତ୍ରୀଛାତ୍ର। ଇତିମଧ୍ୟରେ ଏହା ଲୋକାର୍ପିତ ହୋଇଥିବାବେଳେ ନିଯୁକ୍ତିଦାତା ଓ ଶ୍ରମିକଙ୍କ ମଧ୍ୟରେ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ। ଶ୍ରମିକଙ୍କୁ କାମ ବା ଚାକିରି ଯୋଗାଇବା କ୍ଷେତ୍ରରେ ଏହା ବେଶ୍‌ ସହାୟକ ହେବ।
ଆଇଆଇଟି ଭୁବନେଶ୍ୱର ପ୍ରଫେସର ଦେବୀପ୍ରସାଦ ଡୋଗ୍ରାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ଏହି ଆପ୍ଲିକେଶନରେ ପ୍ରଥମେ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ନାମ, ବୟସ, ମୋବାଇଲ୍‌ ନମ୍ବର, ନିଜ ଠିକଣା ଆଦି ଦେବାପରେ ଏହି କ୍ରସ୍‌-ପ୍ଲାଟ୍‌ଫର୍ମ ଆପ୍ଲିକେଶନ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଦକ୍ଷତା ସମ୍ପର୍କିତ ତଥ୍ୟ ମାଗିବ। ତେବେ ଲେଖାପଢା ଜାଣି ନ ଥିବା ଶ୍ରମିକମାନେ ଯେପରି ସହଜରେ ଏଥିରେ ପଞ୍ଜୀକୃତ ହୋଇପାରିବେ ସେଥିପାଇଁ ଏହାକୁ ସରଳ କରାଯାଇଛି। ଇଂଲିଶ, ହିନ୍ଦୀ ସହ ଓଡ଼ିଆ ଭାଷା ମଧ୍ୟ ଉପଲବ୍ଧ ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ ଭାଷାରେ ‘ମୋ ସହାୟ’କୁ ଉପଲବ୍ଧ କରିବାକୁ ପ୍ରଚେଷ୍ଟା ଚାଲିଛି ବୋଲି ସୂଚନା ଦିଆଯାଇଛି। ତେବେ ଶ୍ରମିକମାନେ ନାମ ପଞ୍ଜୀକରଣ କରିସାରିବା ପରେ ସମ୍ପୃକ୍ତ ତଥ୍ୟକୁ ଏହି ପୋର୍ଟାଲ ନିଯୁକ୍ତିଦାତା ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ଏହାପରେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ମାଧ୍ୟମରେ ପଞ୍ଜୀକୃତ ଶ୍ରମିକଙ୍କ ଦକ୍ଷତାକୁ ବିଚାରକୁ ନେଇ ତାହାକୁ ମାନବସମ୍ବଳ ଆବଶ୍ୟକ କରୁଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ସଂସ୍ଥା ନିକଟରେ ପହଞ୍ଚାଇବ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ଶିଳ୍ପସଂସ୍ଥା, ଏମ୍‌ଏସ୍‌ଏମ୍‌ଇ ଏବଂ ଛୋଟବଡ଼ ଶିଳ୍ପାନୁଷ୍ଠାନ ଏଥିରେ ରହିଛନ୍ତି। ଏସବୁ ପ୍ରକ୍ରିୟାରେ ଶ୍ରମିକଙ୍କ ତଥ୍ୟକୁ ସୁରକ୍ଷିତ ଏବଂ ଗୋପନୀୟ ରଖାଯିବ ବୋଲି ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି।
ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ‘ମୋ ସହାୟ’ରେ ୨୪ଟି ଭିନ୍ନ ଭିନ୍ନ ଶିଳ୍ପ ପାଇଁ ଆବଶ୍ୟକ ୩୦୮ ପ୍ରକାରର ଦକ୍ଷତା ବା କାମ ସମ୍ପର୍କରେ ଉଲ୍ଲେଖ ରହିଛି। ଆଗାମୀ ଦିନରେ ଏହାକୁ ଅଧିକ ମଜବୁତ କରିବା ସହ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ସହ ଯୋଡ଼ିବାକୁ ‘ମୋ ସହାୟ’ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ(ସିଆଇଆଇ) ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରୀ(ଏଫ୍‌ଆଇସିସିଆଇ) ସହ ମିଳିତଭାବେ କାର୍ଯ୍ୟକରିବ। ଅନ୍ୟପକ୍ଷରେ ‘ପ୍ଲେ ଷ୍ଟୋର୍‌’ରେ ଉପଲବ୍ଧ ନ ଥିବା ଏହି ଆପ୍‌କୁ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଆଦିର ବ୍ରାଉଜର ମାଧ୍ୟମରେ ଆକ୍ସେସ କରିପାରିବ। ‘ଲିଙ୍କ୍‌ଡ ଇନ୍‌’, ‘ନକ୍‌ରୀ’ ଆଦି ଜବ୍‌ ପୋର୍ଟାଲ ଭଳି ଏହା କାର୍ଯ୍ୟକରିବ। ଆଇଆଇଟି ପ୍ରଫେସର ମନୋରଞ୍ଜନ ଶତପଥୀ, ଉଦ୍ୟୋଗୀ ସୁରଜ କୁମାର ଗନ୍ତାୟତ, ବରିଷ୍ଠ ଇଣ୍ଡଷ୍ଟ୍ରୀ ପ୍ରଫେସନାଲ ବିଜୟ ସାହୁ, ଆଇଆଇଟି ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନର ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏବଂ ପ୍ରଫେସରଙ୍କ ଦ୍ୱାରା ଏହି ଆପ୍‌ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri