ଘୋଷଣା ସତ୍ତ୍ୱେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ମିଳୁନି

କେନ୍ଦ୍ରାପଡ଼ା, ୧୭ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରସ୍ଥ ଅର୍ବାନ ପିଏସିକୁ ରାଜ୍ୟ ସରକାର ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୨ମାସ ପୂର୍ବେ ବିଭିନ୍ନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା ହୋଇଛି। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟ ସରକାରଙ୍କ ଏପରି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉ ନ ଥିବା ଦର୍ଶାଇ ଆସନ୍ତା ୧୮ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହେବ ବୋଲି ଆହ୍ବାନ ଦିଆଯାଇଛି।
ଏ ସମ୍ପର୍କରେ ପୂର୍ବତନ ନଗର କଂଗ୍ରେସ ସଭାପତି ସୌମେନ୍ଦ୍ର ପୃଷ୍ଟି କହିଛନ୍ତି, ଜିଲାରେ ରୋଗୀସେବା ରୁଗ୍‌ଣ ଅବସ୍ଥାରେ ପହଞ୍ଚତ୍ଛି। ୨୦୧୧ ଜନଗଣନା ଅନୁଯାୟୀ, ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ୍ୟ ୫୦ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୫ରୁ ୬ ଜଣ ଅଛନ୍ତି। ସେହିପରି ଜିଲାରେ ଏମ୍ପ୍ଲୟିଜ ଷ୍ଟେଟ ଇନ୍‌ସ୍ୟୁରାନ୍ସ (ଇଏସ୍‌ଆଇ) ମେଡିକାଲ ନ ଥିବାରୁ ଉଚ୍ଚ ସ୍ବାସ୍ଥ୍ୟସେବାରୁ ଶ୍ରମିକ ବଞ୍ଚତ୍ତ ହେଉଛନ୍ତି। ଉପାନ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସ୍ଥାନୀୟ କ୍ୱାକ୍‌ଙ୍କୁ ସୁଯୋଗ ନେଇଛନ୍ତି। ସାମାଜିକ କର୍ମୀ ଦେବାଶିଷ ସାମଲ କହିଛନ୍ତି, ଗତ ୨୦ବର୍ଷ ମଧ୍ୟରେ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳର ୬୪୭ ଗ୍ରାମକୁ ବର୍ଷାଦିନେ ସିଧାସଳଖ ଯିବା ସମ୍ଭବ ନୁହେଁ। ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ୧୦୮, ୧୦୨, ବୋଟ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଥିଲେ ବି ଦୁର୍ଗମ ରାସ୍ତା ଏଥିରେ ବାଧକ ହୋଇଛି। ସେହିପରି ତୃଣମୂଳସ୍ତରର ସ୍ବାସ୍ଥ୍ୟସେବା ପାଇଁ ଜିଲାରେ ୨୨୬ ସବ୍‌ସେଣ୍ଟର ଅଛି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଅଧାରୁ ଅଧିକ ସବ୍‌ସେଣ୍ଟରରେ ଏଏନ୍‌ଏମ୍‌ମାନେ ରହୁନାହାନ୍ତି। ବିଶେଷକରି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କଂଗ୍ରେସ ଓବିସି ସେଲ୍‌ର କାର୍ଯ୍ୟକର୍ତ୍ତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିରେ ଟ୍ରମାକେୟାରଠାରୁ ଆରମ୍ଭ କରି ଅକ୍ସିଜେନ ଉତ୍ପାଦନ କେନ୍ଦ୍ର ପାଇଁ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ଅଧିକାଂଶ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଉଛି। ଆଇସିୟୁ ପରି ଜରୁରିକାଳୀନ କୋଠରିର ପରିଚାଳନା ନାହିଁ। ଜିଲାର ସରକାରୀ କର୍ମଚାରୀଙ୍କ ସହ କେତେକ ସମବାୟ ଅନୁଷ୍ଠାନ, ନର୍ସିଂହୋମ, ବେସରକାରୀ କର୍ମଚାରୀଙ୍କୁ ଇଏସ୍‌ଆଇରେ ସାମିଲ କରାଯାଇଛି। ସରକାରୀ ନିୟମ ଅନୁଯାୟୀ, କର୍ମଚାରୀଙ୍କ ଦରମାରୁ ୦.୭୫ ପ୍ରତିଶତ ଅର୍ଥ ସହ ନିଯୁକ୍ତିଦାତାଙ୍କ ପକ୍ଷରୁ ୩.୨୫ ପ୍ରତିଶତ ଅର୍ଥ ଇଏସ୍‌ଆଇ ପାଇଁ ପଇଠ ହେଉଛି। ଏହାସତ୍ତ୍ୱେ ଜିଲାରେ ଶ୍ରମିକଙ୍କ ପାଇଁ ହସ୍ପିଟାଲ ନ ଥିବାରୁ ଏହାର ଫାଇଦା ମିଳୁନାହିଁ। ସାଧାରଣ ଚିକିତ୍ସା କେନ୍ଦ୍ରରୁ ରେଫର ହେଉଥିବା ଶ୍ରମିକଙ୍କୁ ଉଚ୍ଚତର ସେବା ମିଳୁ ନ ଥିବାରୁ ଏହା ଏକ ଠକେଇ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ବହୁ ସମୟରେ ଜୀବନହାନି ହେଉଛି। ସେହିପରି ଗ୍ରାମାଞ୍ଚଳରେ ଡାକ୍ତର ଏକକାଳୀନ ୪୫ ଘଣ୍ଟା ରହି ସପ୍ତାହର ଅନ୍ୟଦିନରେ ଫାଙ୍କା ରଖୁଥିବାରୁ ରୋଗୀଙ୍କ ସ୍ବାସ୍ଥ୍ୟସେବାରେ ବାଧା ଆସୁଛି। ଉପାନ୍ତ ଅଞ୍ଚଳରେ ଏହାର ସୁବିଧା କ୍ୱାକ୍‌ ନେଉଛନ୍ତି। ଜିଲାରେ ୨୦୦ରୁ ଊର୍ଦ୍ଧ୍ୱ କ୍ୱାକ୍‌ ଏଲୋପାଥିକ ମେଡିସିନ ଦୋକାନ ଖୋଲିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ନିକଟରେ ଜିଲାରେ କେତେଜଣ ନୂତନ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ଅର୍ବାନ ପିଏଚ୍‌ସିକୁ ୨୪ ଘଣ୍ଟିଆ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆବଶ୍ୟକ ପଦବୀ ପୂରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ ଶୀଘ୍ର ଅର୍ବାନ ପିଏଚ୍‌ସି ୨୪ ଘଣ୍ଟିଆ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?