ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ୨୪ ପରିବାରଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାକୁ ଚାରିବର୍ଷ ବିତିଛି। ହେଲେ ଆଜିବି ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ୨୪ ପରିବାର ବାସହରା ହୋଇ ସ୍କୁଲ ଘରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇ ରହିଛନ୍ତି । ପୌରପାଳିକା ଓ ଜିଲା ପ୍ରଶାସନ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି କିନ୍ତୁ ବାସହରାଙ୍କୁ ମିଳି ନି ବାସଗୃହ। ୨୦୧୮ ଅକ୍ଟୋବରରେ ତିତ୍‌ଲି ମହାବାତ୍ୟାର କରାଳ ରୂପକୁ ଚାରି ବର୍ଷ ପରେବି ଭୁଲି ପାରୁ ନାହାନ୍ତି ଲୋକମାନେ। ବାତ୍ୟାରେ ଜିଲାର ଅନେକ କ୍ଷୟକ୍ଷତି ହେବାସହ ବହୁ ଧନଜୀବନ ନଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ସାଙ୍ଗକୁ ସ୍ବତନ୍ତ୍ର ସହାୟତା ରାଶି ମଧ୍ୟ ପ୍ରଦାନ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସିଥିଲା। କିନ୍ତୁ ପାରଳାଖେମୁଣ୍ଡି ପୌରପରିଷଦର ରେଳବାଇ ନିକଟ ବସ୍ତି ଅଞ୍ଚଳର ୨୪ ପରିବାର ଆଜିବି ବାସହରା ହୋଇ ତିତ୍‌ଲି ବାତ୍ୟା ସମୟରେ ଦିଆଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାକୁ ବାଧ୍ୟ ହେଉଛନ୍ତି । ପୌରପାଳିକା ର ୩ ନମ୍ବର ୱାର୍ଡରେ ଥିବା ଅରବିନ୍ଦ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଏହି ବାସହରାଙ୍କ ଆଶ୍ରୟସ୍ଥଳୀ। ବାତ୍ୟାପରେ ସମସ୍ତ ପରିବାରକୁ ଗୃହ ଯୋଗାଇ ଦେବାପାଇଁ ପ୍ରଶାସନ ଓ ପୌରପାଳିକା ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ହେଲେ ଚାରି ବର୍ଷ ପରେବି ବାସଗୃହ ନପାଇ ବାସହରା ହୋଇ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ଦିନେ ସ୍କୁଲ ଘରେ ଗୋଟିଏ ବଖରାରେ ୨୪ ପରିବାରର ୬୦ରୁ ଅଧିକ ସଦସ୍ୟ ଚଳିବା ବହୁ କଷ୍ଟ ହୋଇପଡିଛି। ଏପଟେ ଛାତରୁ ପାଣି ଗଳୁଛି। ବାଳିକା ଝିଅ, ଛୋଟ ପିଲାଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ସମୟ କଟାଉଛନ୍ତି ବସ୍ତି ବାସିନ୍ଦା। ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି କେହିଜଣେ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଏମିତି କି ୪ବର୍ଷ ମଧ୍ୟରେ ସ୍କୁଲ ଘରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଥିବା ବସ୍ତି ବାସିନ୍ଦା କହିଛନ୍ତି। ତିତ୍‌ଲି ବାତ୍ୟାର ପରବର୍ତ୍ତୀ ସ୍ଥିତିରେ ଅନେକ ବାସଗୃହ ହରାଇଥିବା ଲୋକେ ବାସଗୃହ ପାଇଛନ୍ତି ଓ କିଛି ଅଯୋଗ୍ୟ ବ୍ୟକ୍ତି ସରକାରୀ ବାସ ଗୃହ ହାତେଇଛନ୍ତି । ହେଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ବର୍ଷ ବର୍ଷ ଧରି ଆଶ୍ରୟ ନେଇ ରହିଥିବା ବାସହରା ଲୋକଙ୍କ କଥା କାହିଁକି ବିଚାର କରୁନାହାନ୍ତି ପ୍ରଶାସନିକ ଅଧିକାରୀମାନେ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା କହିଛନ୍ତି ଜାଗା ମିଶନ ଜରିଆରେ ସେମାନଙ୍କ ନିମନ୍ତେ ଜାଗା ଚିହ୍ନଟ କରାଯାଇଛି ଶୀଘ୍ର ଅନ୍ୟତ୍ର ଥଇଥାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri