ଭଙ୍ଗାରୁଜା ଘଟଣାରେ ୨୪ କୋର୍ଟଚାଲାଣ

କେନ୍ଦ୍ରାପଡ଼ା ଅଫିସ/ଢେଙ୍କାନାଳ ଅଫିସ/ରାଜକନିକା/ଆଳି(ଡି.ଏନ୍‌.ଏ.),୧୪ା୮: କେନ୍ଦ୍ରାପଡ଼ା ଜିଲା ଖରସ୍ରୋତା ନଦୀରୁ ଭଦ୍ରକକୁ ଜଳଯୋଗାଣ ପ୍ରତିବାଦରେ ରାଜକନିକା ବ୍ଲକ ବରୁଣାଡ଼ିହାରେ ପୋଲିସ, ପ୍ରଶାସନ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣାରେ ୨୪ ଜଣ ଗିରଫ ହୋଇଛନ୍ତି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଢେଙ୍କାନାଳ ଜିଲା ଗଁଦିଆ ଥାନା ସନ୍ଥସରା ଗ୍ରାମରେ ଥିବା ତାଙ୍କ ଫାର୍ମହାଉସରୁ ଶୁକ୍ରବାର ପୋଲିସ ଗିରଫ କରିଛି। ସେହିପରି ଗୁରୁବାର ବିଳମ୍ବିତ ରାତିରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ଅନ୍ୟ ୨୩ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଛନ୍ତି। ଅପରପକ୍ଷରେ ଏହି ଗିରଫଦାରିକୁ ନେଇ ଆନ୍ଦୋଳନକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଳି ଓ ରାଜକନିକା ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ପାଣି ପାଇଁ ଏହି ଲଢ଼େଇ ଜାରି ରହିବ। ଆବଶ୍ୟକ ପଡ଼ିଲେ ଆଳି ଏବଂ ରାଜକନିକା ଅଞ୍ଚଳବାସୀ ଗିରଫ ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଆଇନ ହାତକୁ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।
ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ଆବାହକ ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି, ସ୍ଥାନୀୟ ଅଞ୍ଚଳବାସୀଙ୍କର ଖରସ୍ରୋତା ନଦୀ ଉପରେ ଅଧିକାର ଅଛି। ଏହି ଅଧିକାରକୁ କ୍ଷୁଣ୍ଣ କରିବାକୁ ଦିଆଯିବ ନାହିଁ। ସ୍ଥାନୀୟ ଅଞ୍ଚଳର କୃଷି, ପାନୀୟ ଜଳ ଓ ଭିତରକନିକା ପାଇଁ ଜଳ ସଂରକ୍ଷଣ ପରେ ବଳକା ହେଲେ ଅନ୍ୟ ଜିଲାକୁ ପାଣି ଦେବାରେ କୌଣସି ଆପତ୍ତି ନାହିଁ। ଏଥିପାଇଁ ନଦୀର ତଳମୁଣ୍ଡରେ ଏକ ବ୍ୟାରେଜ ନିର୍ମାଣ କରାଯାଉ।ତଳମୁଣ୍ଡରେ କେତେ ପରିମାଣରେ ଜଳ ପ୍ରବାହିତ ହେଉଛି, ତାହାର ନିର୍ଦ୍ଧାରଣ ପାଇଁ ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ଗିରଫ ବ୍ୟକ୍ତିଙ୍କୁ ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦିଆଯିବ। ଦାବିପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସଂଗ୍ରାମ ସମିତି ସଭାପତି ଦୁର୍ଯ୍ୟୋଧନ ମହାନ୍ତି କହିଛନ୍ତି, ପୋଲିସ ଜଣେ ଆନ୍ଦୋଳନକାରୀ ମହିଳାଙ୍କୁ ଆକ୍ରମଣ ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇଗଲେ। ସ୍ଥାନୀୟ ଲୋକଙ୍କୁ ଆଇନ ଜାଲରେ ଛନ୍ଦିବା ପାଇଁ ଜିଲା ପୋଲିସର ଏହା ଏକ ଚାଲ ଥିଲା। ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ପ୍ରକଳ୍ପ କାର୍ଯ୍ୟ କରିବା କନିକା ମାଟିରେ ସମ୍ଭବ ହେବ ନାହିଁ। ଖରସ୍ରୋତାର ସୁରକ୍ଷା ଲାଗି ୫୦ ହଜାର ଲୋକ ଗିରଫ ହେବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଏହି ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ବେଳେ କେତେଜଣ ମହିଳା ଆଳି ଥାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନସ୍ଥଳକୁ ଯାଇ ନ ଥିବା ଅନେକ ନିର୍ଦ୍ଦୋଷଙ୍କୁ ପୋଲିସ ବଳପ୍ରୟୋଗ କରି ଗିରଫ କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସମ୍ବିତ ସମ୍ପଦ ଆଳି ଥାନାରେ ଖବରଦାତା ସମ୍ମିଳନୀ କରି ଅଭିଯୁକ୍ତଙ୍କ ଗିରଫଦାରି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭଦ୍ରକ ଜିଲାର ୪ ବ୍ଲକ ଏବଂ ୩ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପାଇଁ ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତାରୁ ପାଣି ଉଠାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରୁଥିବାରୁ ସାମାନ୍ୟ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ଜିଲା ପ୍ରଶାସନ ପକ୍ଷରୁ ସିଆରପିସି ୧୪୪ ଧାରା ଲାଗୁ ହୋଇଛି। ଏହାସତ୍ତ୍ୱେ ଆନ୍ଦୋଳନକାରୀ କଟକଣା ଭାଙ୍ଗି ହିଂସା ଆଚରଣ ପ୍ରଦର୍ଶନ କରିଥିଲେ। ଦୁଇ ମାମଲାରେ ଅଦ୍ୟାବଧି ୨୪ ଜଣଙ୍କୁ ଗିରଫ କରାଯାଇଛି। ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ପୋଲିସ କେବେ ବିରୋଧ କରିବ ନାହିଁ। ତେବେ ଆଇନ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଳ୍ପଦିନ ମଧ୍ୟରେ ବରୁଣାଡିହାଠାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏସ୍‌ପି ସମ୍ପଦ ସୂଚନା ଦେଇଛନ୍ତି।

ଗିରଫ ୨୪ ଅଭିଯୁକ୍ତ
ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲା ଦଶଭାଗରିଆ ଗଁାର ଅଶୋକ ବେହେରା, ଅଚ୍ୟୁତପୁରର ଶଙ୍କର୍ଷଣ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକ, ମୁକୁନ୍ଦପୁରର ବିପିନ ମୁଦୁଲି, ବାପିନା ମଲ୍ଲିକ, ମକୁନ୍ଦା ରାଉତ, ଭାଗ୍ୟଧର ମଲ୍ଲିକ, ଅଞ୍ଜନ ମୁଦୁଲି, ସୁବାସ ସାହୁ, ଗଞ୍ଜାର କୃତ୍ତିବାସ ପରିଡା, ବାଜପୁରର ପ୍ରକାଶ ଦାସ, ବରୁଣାଡିହାର ରବୀନ୍ଦ୍ରନାଥ ସ୍ବାଇଁ, ଅଜିତ କୁମାର ନାୟକ, ପ୍ର୍ରିୟରଞ୍ଜନ ସାହୁ, କଣ୍ଟପଡାର ପ୍ରୀତମ ସାଇମନ ବିଶ୍ୱାଳ, ଝରାମୁହଁର ଅଂଶୁମାନ ନାୟକ, କଳାପାହାଡର ପ୍ରଦୀପ କୁମାର ବେହେରା, ବାଳକାଟୀର ଅକ୍ଷୟ କୁମାର ବେହେରା, ଗୌରହରି ମହାଳିକ, ଘନଶ୍ୟାମ ମହାଳିକ, ରାଣୀପୋଖରୀର ଅମରେନ୍ଦ୍ର ମଲ୍ଲିକ, ମନୋଜ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦୋମାଳର କୃଷ୍ଣଚନ୍ଦ୍ର ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?