ବିସିସି ବ୍ୟାଙ୍କ କୃଷିଋଣ ଦେଇଛି ୨୩୨.୬୫ କୋଟି

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ୨୦୨୨-୨୩ ବର୍ଷରେ ରବି ଫସଲ ପାଇଁ ଗଞ୍ଜାମ-ଗଜପତି ଜିଲାର ୬୦,୬୬୨ ପଞ୍ଜୀକୃତ ଚାଷୀଙ୍କୁ ୨୩୨.୬୫ କୋଟି ଟଙ୍କା କୃଷିଋଣ ଦେଇଛି। ସରକାରୀ ଲକ୍ଷ୍ୟ ଧାର୍ଯ୍ୟଠାରୁ ୧୨.୬୫ କୋଟି ଅଧିକ ହୋଇଛି। ରବି ଫସଲ ଋଣ ଲଗାଣ ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ସରିଛି।

ସୂଚନାଯୋଗ୍ୟ, ଦୁଇ ଜିଲାର ୧୭ ଶାଖା ବ୍ୟାଙ୍କ ଅଧୀନ ୨୫୭ କୃଷି ସମବାୟ ସମିତି ଓ ଲ୍ୟାମ୍ପସ ଜରିଆରେ ଚାଷୀଙ୍କୁ କୃଷିଋଣ ଲଗାଣ ହୋଇଛି।
ଗଞ୍ଜାମ ଜିଲାର ଦିଗପହଣ୍ଡି, ଚିକିଟି, ପାତ୍ରପୁର, ରଙ୍ଗେଇଲୁଣ୍ଡା, ବିଜିପୁର, କୁକୁଡ଼ାଖଣ୍ଡି,ସମରଝୋଳ, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ଛତ୍ରପୁର, ରମ୍ଭା, ଖଲ୍ଲିକୋଟ ଓ ବେଗୁନିଆପଡ଼ା ଏହି ୧୩ ଶାଖା ବ୍ୟାଙ୍କ ଅଧୀନ ୨୦୭ ସମବାୟ ସୋସାଇଟି ଦ୍ୱାରା ୫୨,୬୭୦ ଚାଷୀଙ୍କୁ ୧୯୬ କୋଟି ୩୩ ଲକ୍ଷ ୮୭ ହଜାର ଟଙ୍କା କୃଷି ଋଣ ଦିଆଯାଇଛି। ତନ୍ମଧ୍ୟରୁ ୫୮ କୋଟି ୯୦ ଲକ୍ଷ ୧୫ ହଜାର ଟଙ୍କାର ସାର ଓ କୃଷି ସରଞ୍ଜାମ ଦିଆଯାଇଥିତ୍ବା କୁହାଯାଇଛି। ଗଞ୍ଜାମର ଉପରୋକ୍ତ ୧୩ ଶାଖା ମଧ୍ୟରେ ରବି ଋଣ ୧୯୦ କୋଟି ଲଗାଣ ଲାଗି ସରକାର ଟାର୍ଗେଟ ଦେଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ଅଧିକ ୬ କୋଟି ୩୩ ଲକ୍ଷ ୮୭ ହଜାର ଟଙ୍କା ଦିଆଯାଇଛି।
ସେହିପରି ଗଜପତି ଜିଲାର ପାରଳାଖେମୁଣ୍ଡି, କାଶୀନଗର, ଆର.ଉଦୟଗିରି ଓ ଗାରାବନ୍ଧ ଏହି ୪ ଶାଖା ବ୍ୟାଙ୍କ ଅଧୀନ ୫୦ ସୋସାଇଟି ଓ ଲ୍ୟାମ୍ପସ ଜରିଆରେ ୩୦ କୋଟି ଟଙ୍କା ରବି ଫସଲ ନିମନ୍ତେ କୃଷି ଋଣ ଲଗାଣ ପାଇଁ ସରକାର ଟାର୍ଗେଟ ଦେଇଥିଲେ। ତେବେ ବ୍ୟାଙ୍କ ପକ୍ଷରୁ ୭୯୯୨ ପଞ୍ଜୀକୃତ ଚାଷୀଙ୍କୁ ୩୬.୩୧ କୋଟିରୁ ଅଧିକ ଟଙ୍କା କୃଷି ଋଣ ଦିଆଯାଇଛି। ୪ ମାସ ତଳେ ବ୍ୟାଙ୍କର ନୂଆ ପରିଚାଳନା ବୋର୍ଡ ଗଠନ ହୋଇଛି। ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳାକୁ ଉଭୟ ଜିଲାରେ ବ୍ୟାପକ କରାଯାଇଛି। ମିଶନ ଶକ୍ତିର ମହିଳାଙ୍କ ନିମନ୍ତେ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରି ଏସଏଚଜିଙ୍କୁ ଉତ୍ସାହିତ କରୁଛି। ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ସମବାୟ ମହିଳା ବ୍ୟାଙ୍କ ବ୍ରହ୍ମପୁରସ୍ଥ ମୁଖ୍ୟାଳୟ ପରିସରରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri