ବିସିସି ବ୍ୟାଙ୍କ କୃଷିଋଣ ଦେଇଛି ୨୩୨.୬୫ କୋଟି

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ୨୦୨୨-୨୩ ବର୍ଷରେ ରବି ଫସଲ ପାଇଁ ଗଞ୍ଜାମ-ଗଜପତି ଜିଲାର ୬୦,୬୬୨ ପଞ୍ଜୀକୃତ ଚାଷୀଙ୍କୁ ୨୩୨.୬୫ କୋଟି ଟଙ୍କା କୃଷିଋଣ ଦେଇଛି। ସରକାରୀ ଲକ୍ଷ୍ୟ ଧାର୍ଯ୍ୟଠାରୁ ୧୨.୬୫ କୋଟି ଅଧିକ ହୋଇଛି। ରବି ଫସଲ ଋଣ ଲଗାଣ ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ସରିଛି।

ସୂଚନାଯୋଗ୍ୟ, ଦୁଇ ଜିଲାର ୧୭ ଶାଖା ବ୍ୟାଙ୍କ ଅଧୀନ ୨୫୭ କୃଷି ସମବାୟ ସମିତି ଓ ଲ୍ୟାମ୍ପସ ଜରିଆରେ ଚାଷୀଙ୍କୁ କୃଷିଋଣ ଲଗାଣ ହୋଇଛି।
ଗଞ୍ଜାମ ଜିଲାର ଦିଗପହଣ୍ଡି, ଚିକିଟି, ପାତ୍ରପୁର, ରଙ୍ଗେଇଲୁଣ୍ଡା, ବିଜିପୁର, କୁକୁଡ଼ାଖଣ୍ଡି,ସମରଝୋଳ, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ଛତ୍ରପୁର, ରମ୍ଭା, ଖଲ୍ଲିକୋଟ ଓ ବେଗୁନିଆପଡ଼ା ଏହି ୧୩ ଶାଖା ବ୍ୟାଙ୍କ ଅଧୀନ ୨୦୭ ସମବାୟ ସୋସାଇଟି ଦ୍ୱାରା ୫୨,୬୭୦ ଚାଷୀଙ୍କୁ ୧୯୬ କୋଟି ୩୩ ଲକ୍ଷ ୮୭ ହଜାର ଟଙ୍କା କୃଷି ଋଣ ଦିଆଯାଇଛି। ତନ୍ମଧ୍ୟରୁ ୫୮ କୋଟି ୯୦ ଲକ୍ଷ ୧୫ ହଜାର ଟଙ୍କାର ସାର ଓ କୃଷି ସରଞ୍ଜାମ ଦିଆଯାଇଥିତ୍ବା କୁହାଯାଇଛି। ଗଞ୍ଜାମର ଉପରୋକ୍ତ ୧୩ ଶାଖା ମଧ୍ୟରେ ରବି ଋଣ ୧୯୦ କୋଟି ଲଗାଣ ଲାଗି ସରକାର ଟାର୍ଗେଟ ଦେଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ଅଧିକ ୬ କୋଟି ୩୩ ଲକ୍ଷ ୮୭ ହଜାର ଟଙ୍କା ଦିଆଯାଇଛି।
ସେହିପରି ଗଜପତି ଜିଲାର ପାରଳାଖେମୁଣ୍ଡି, କାଶୀନଗର, ଆର.ଉଦୟଗିରି ଓ ଗାରାବନ୍ଧ ଏହି ୪ ଶାଖା ବ୍ୟାଙ୍କ ଅଧୀନ ୫୦ ସୋସାଇଟି ଓ ଲ୍ୟାମ୍ପସ ଜରିଆରେ ୩୦ କୋଟି ଟଙ୍କା ରବି ଫସଲ ନିମନ୍ତେ କୃଷି ଋଣ ଲଗାଣ ପାଇଁ ସରକାର ଟାର୍ଗେଟ ଦେଇଥିଲେ। ତେବେ ବ୍ୟାଙ୍କ ପକ୍ଷରୁ ୭୯୯୨ ପଞ୍ଜୀକୃତ ଚାଷୀଙ୍କୁ ୩୬.୩୧ କୋଟିରୁ ଅଧିକ ଟଙ୍କା କୃଷି ଋଣ ଦିଆଯାଇଛି। ୪ ମାସ ତଳେ ବ୍ୟାଙ୍କର ନୂଆ ପରିଚାଳନା ବୋର୍ଡ ଗଠନ ହୋଇଛି। ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳାକୁ ଉଭୟ ଜିଲାରେ ବ୍ୟାପକ କରାଯାଇଛି। ମିଶନ ଶକ୍ତିର ମହିଳାଙ୍କ ନିମନ୍ତେ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରି ଏସଏଚଜିଙ୍କୁ ଉତ୍ସାହିତ କରୁଛି। ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ସମବାୟ ମହିଳା ବ୍ୟାଙ୍କ ବ୍ରହ୍ମପୁରସ୍ଥ ମୁଖ୍ୟାଳୟ ପରିସରରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri