Posted inଜାତୀୟ

ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…

ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଅତି କମରେ ଦେଶର୨୩ ଟି ନଦୀ ପଥକୁ ବିକଶିତ କରାଯିବ। ଶସ୍ତା ପରିବହନ ମୂଲ୍ୟରେ ସାମଗ୍ରୀ ଏବଂ ଯାତ୍ରୀବାହୀ ଜାହାଜର ଗତିବିଧିରେ ଉନ୍ନତି ଆଣିବା ପାଇଁ ଆଭ୍ୟନ୍ତରୀଣ ଜଳପଥ ବ୍ୟବହାର କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ସୋନେୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମର ୧୧୧ ଟି ଜାତୀୟ ଜଳପଥ ଅଛି, ଆମେ ୨୩ ଟି ନଦୀ ପଥ ପ୍ରଣାଳୀ ଆବିଷ୍କାର କରିଛୁ ଯାହା ନାଭିଗେଶନ ପାଇଁ ସକ୍ଷମ ଅଟେ। ମାଲ ପରିବହନ ଏବଂ ଯାତ୍ରୀବାହୀ ଜାହାଜର ଗତି କରିିବା ଅନୁଯାୟୀ ଏଗୁଡିକ ବିକଶିତ ହେବ। ଦିବ୍ରୁଗଡରେ ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲ ନିର୍ମାଣ ୨୦୨୩ ଶେଷ ସୁଦ୍ଧା ମଲ୍ଟି କୋର ନିବେଶ ସହିତ ଆରମ୍ଭ ହେବ।

ସୋନେୱାଲ କହିଛନ୍ତି, ବ୍ରହ୍ମପୁତ୍ର ନଦୀ କୂଳରେ ବହୁବିଧ ବିକାଶ କାର୍ଯ୍ୟ ହେବ। ଯାହା ଲୋକଙ୍କ ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସରକାରଙ୍କ ‘ଅର୍ଥ ଗଙ୍ଗା’ ମଡେଲ ଅନ୍ତର୍ଗତ ଗଙ୍ଗା ନଦୀ କୂଳରେ ଥିବା ୬୨ ଘାଟ ବିକଶିତ ହେବ। ଯାତ୍ରୀ ଏବଂ ମାଲବାହୀ ଜାହାଜ ଚଳାଚଳକୁ ଏହା ସହଜ କରିବ।

ସୋନେୱାଲ ସମସ୍ତ ୨୩ ଟି ନଦୀ ପଥ ପ୍ରଣାଳୀର ନାମ ସମ୍ପର୍କରେ ସୂଚନା ପ୍ରଦାନ କରି ନାହାନ୍ତି। ଟ୍ରକ ମାଧ୍ୟମରେ ପରିବହନ ଦ୍ୱାରା ଅଧିକ ଖର୍ଚ୍ଚ ଏବଂ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ଯେତେବେଳେ ଏହା ନଦୀପଥ ପ୍ରଣାଳୀରେ ହୋଇଥାଏ ତାହା ଶସ୍ତା ଏବଂ ସବୁଜ ହୋଇପାରିଥାଏ। ସେ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ଜଳପଥ କ୍ଷେତ୍ରରେ ଅନେକ ପୁଞ୍ଜି ନିବେଶର ସୁଯୋଗ ରହିଛି।’

 


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri