Posted inଖେଳ

କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ ବିରାଟ କୋହଲି ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ଶୋଏବ ଅଖତର ତାଙ୍କୁ ସମର୍ଥନ କରି କହିଥିଲେ, କୋହଲି ଖୁବ ଶୀଘ୍ର ତାଙ୍କ ପୁରୁଣା ଶୈଳୀରେ ନଜର ଆସିବେ। କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରୁଛନ୍ତି ବୋଲି ପାକିସ୍ତାନ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରନ୍ତି। ନିକଟରେ ଏହାର କଡ଼ା ଜବାବ ଅଖତର ଦେଇଛନ୍ତି।
ବର୍ତ୍ତମାନର ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ। କୋହଲି ଅନେକ ଅନ୍ତର୍ଜାତୀୟ ରେକର୍ଡ କରିସାରିଛନ୍ତି, ଯାହା ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ ସହଜ କାମ ନୁହେଁ। ତେବେ ଏସବୁ ସତ୍ତ୍ୱେ କୋହଲିଙ୍କୁ ତାଙ୍କ କ୍ୟାରିୟରରେ ଏଭଳି ଖରାପ ପର୍ଯ୍ୟାୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା।
ସେତେବେଳେ ଅଖତର ତାଙ୍କ ସପକ୍ଷରେ ମତ ଦେଇଥିଲେ। କିନ୍ତୁ ପାକିସ୍ତାନରେ କୋହଲିଙ୍କୁ ପ୍ରଶଂସା କରିବାକୁ ନେଇ ତାଙ୍କୁ ସମାଲୋଚନା କରିଥିଲେ।
ଏବେ ଏହାର ଜବାବ ଦେଇ ଅଖତର କହିଛନ୍ତି, ସଚିନ ତେନ୍ଦୁଲକର ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, କିନ୍ତୁ ଅଧିନାୟକ ଭାବରେ ସେ ସଫଳ ନ ଥିଲେ। ଫଳରେ ସେ ନିଜେ ଅଧିନାୟକତ୍ୱ ଛାଡିଥିଲେ। କିନ୍ତୁ କୋହଲି ସବୁଥିରେ ପାରଙ୍ଗମ। ସେ ନିଜ ମନକୁ ଶାନ୍ତ କରି ଖେଳିଲେ, ସେ ପୁଣି ପୁରୁଣା ଅନ୍ଦାଜ୍‌କୁ ଫେରିପାରିବେ। କୋହଲିଙ୍କ ପ୍ରାୟ ୪୦ଟି ଶତକ ଟାର୍ଗେଟ୍‌ ପିଛା କରି ଆସିଛି। ଏକ ସମୟ ଥିଲା ଯେତେବେଳେ ବିରାଟଙ୍କ ଶତକ ଯୋଗୁ ଭାରତ ଜିତୁଥିଲା ତେଣୁ ଏପରି ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସା କରିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri