ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଭୁବନେଶ୍ୱରର ୨୩ ମାସର ଶିଶୁ ଦୀୟା: ଜାଣନ୍ତୁ କାହିଁକି…

କଟକ ଅଫିସ,୧୦ା୯: ବୟସ ୨୩ ମାସ। ଏହି କୋମଳ ବୟସରେ ସେ ରଚିଛନ୍ତି ଏକ ଇତିହାସ। ଏହି ଶିଶୁଜଣଙ୍କ ହେଲେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ପ୍ରସନ୍ନଜିତ ମହାନ୍ତି ଓ ଶୁଭଶ୍ରୀ ବିଶ୍ୱାଳଙ୍କ ଝିଅ ଜାନଭି ମହାନ୍ତି ଓରଫ ଦୀୟା ା ଓଡ଼ିଶାର ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ଦୀୟା ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତିି। ବିଚକ୍ଷଣ ବୁଦ୍ଧି ଓ କମ୍‌ ବୟସରେ ଶିକ୍ଷାଗ୍ରହଣରେ ପାରଦର୍ଶିତା ଯୋଗୁ ତାଙ୍କୁ ସମ୍ମାନିତ କରାଯାଇଛି…
ଦୀୟାଙ୍କୁ ଯେତେବେଳେ ୯ମାସ ହୋଇଥିଲା ସେ ପରିବାର ସହ ମଇଶୂର ଯାଇଥିଲେ। ସେଠାରେ ଜଣେ ପର୍ଯ୍ୟଟକ ତାଙ୍କୁ ‘ହ୍ବାଟ ଇଜ ଇଓର ନେମ୍‌’ ପଚାରିଥିଲେ। କମ୍‌ ବୟସର ହୋଇସୁଦ୍ଧା ଦୀୟା ନିଜ ସମ୍ପୂର୍ଣ୍ଣ ନାମକୁ ପ୍ରାଞ୍ଜଳ ଭାବେ ଇଂଲିଶରେ କହିଥିଲେ। ଏହି ଘଟଣା ପରଠାରୁ ହିଁ ତାଙ୍କ ପରିବାର ଦୀୟାଙ୍କ ପ୍ରତି ଅଧିକ ଉତ୍କଣ୍ଠା ଦେଖାଇଥିଲେ।
ପଶୁପକ୍ଷୀଙ୍କ ନାମ, ଫଳର ନାମ, ରଙ୍ଗର ନାମ ଇଂଲିଶରେ କହିପାରିବା ସହିତ ଏକାଧିକ ଇଂଲିଶ ଓ ହିନ୍ଦୀ ରାଇମ୍‌ ଭଲଭାବେ ଉପସ୍ଥାପନ କରିପାରନ୍ତି ଦୀୟା। ଏହାଛଡ଼ା ଇଂଲିଶ ଶବ୍ଦ ବ୍ୟବହାର କରି ହଠାତ୍‌ ଗୋଟିଏ ବସ୍ତୁକୁ ଚିହ୍ନିବାକୁ କହିଲେ ସେ ଏହାକୁ ଚିହ୍ନାଇ ପାରନ୍ତି। ଉପରୋକ୍ତ ପର୍ଯ୍ୟାୟକୁ ଆଧାରକରି ଦୀୟାଙ୍କୁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ମିଳିଛି। ତାଙ୍କ ପ୍ରତିଭା ସମ୍ପର୍କରେ ପରିବାର ଲୋକ ଜାଣି ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚରେ ଅନ୍‌ଲାଇନ ଜରିଆରେ ଇଣ୍ଡିଆ ବୁକ୍‌ ରେକର୍ଡ କମିଟିକୁ କିଛି ଭିଡ଼ିଓ ପଠାଇଥିଲେ। ୨୦୧୮ ଏପ୍ରିଲ ୧୦ରେ ଜନ୍ମିତ ଦୀୟାକୁ ଆବେଦନ ତାରିଖ ସୁଧା ୨୩ ମାସ ହୋଇଥିଲା। ପରେ ଜୁଲାଇ ପହିଲାରେ ପୁନର୍ବାର ଆଉ କିଛି ଭିଡିଓ କମିଟିକୁ ପଠାଯାଇଥିଲା ବୋଲି ଶୁଭଶ୍ରୀ କହିଛନ୍ତି। ଏହି ଭିଡିଓକୁ କମିଟି ଯାଞ୍ଚ ପ୍ରକ୍ରିୟାରେ ସାମିଲ କରିଥିଲା। ପରବର୍ତ୍ତୀ ସମୟରେ କମିଟି ପକ୍ଷରୁ ଗୋଟିଏ ଟିମ୍‌ ଘରକୁ ଆସି ଦୀୟାଙ୍କୁ ଭେଟିଥିଲା। କମିଟିର ଜୁରୀମାନଙ୍କ ରିପୋର୍ଟ ଯାଞ୍ଚ ପରେ ଜୁଲାଇ ୨୩ରେ ଦୀୟାଙ୍କୁ ଇଣ୍ଡିଆ ବୁକ୍‌ ରେକର୍ଡରେ ସ୍ଥାନ ମିଳିଥିଲା। ଦିଲ୍ଲୀରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହି ସମ୍ମାନ ଦିଆଯିବାକୁ ସ୍ଥିର କରାଯାଇଥିଲା। ହେଲେ କରୋନା କଟକଣା ଯୋଗୁ ସମ୍ମାନସୂଚକ ମାନପତ୍ର, ମେଡ଼ାଲ କୋରିଅର ଜରିଆରେ ପଠାଯାଇଛି। ଏହା କିଛିଦିନ ତଳେ ପହଞ୍ଚିଛି ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଶୁଭଶ୍ରୀ କହିଛନ୍ତି, ଦୀୟା ଖୁବ୍‌ଶୀଘ୍ର ସମସ୍ତ ପାଠକୁ ଗ୍ରହଣ କରିପାରନ୍ତି। ଏପରି କି ହିନ୍ଦୀ, ଓଡ଼ିଆ ଗୀତ ମଧ୍ୟ ସେ ଗାଇପାରନ୍ତିି। ୟୁ-ଟ୍ୟୁବ୍‌ରେ ଗୀତ ଖୋଜିବାକୁ କହିଲେ ସେ ସହଜରେ ଖୋଜି ଦେଖାଇପାରନ୍ତିି। ଏସିଆ ବୁକ୍‌ ଅଫ ରେକର୍ଡକୁ ମଧ୍ୟ ଦୀୟାଙ୍କ ଭିଡ଼ିଓ ପଠାଯାଇଛି। ଖୁବ୍‌ଶୀଘ୍ର ଏହାର ଫଳାଫଳ ଜଣାପଡିବ। ଗିନିଜ ବୁକ୍‌ ଅଫ ରେକର୍ଡରେ ସେ ସ୍ଥାନ ପାଇବେ ବୋଲି ଆଶା ରହିଥିବା ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?