ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଭୁବନେଶ୍ୱରର ୨୩ ମାସର ଶିଶୁ ଦୀୟା: ଜାଣନ୍ତୁ କାହିଁକି…

କଟକ ଅଫିସ,୧୦ା୯: ବୟସ ୨୩ ମାସ। ଏହି କୋମଳ ବୟସରେ ସେ ରଚିଛନ୍ତି ଏକ ଇତିହାସ। ଏହି ଶିଶୁଜଣଙ୍କ ହେଲେ ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ପ୍ରସନ୍ନଜିତ ମହାନ୍ତି ଓ ଶୁଭଶ୍ରୀ ବିଶ୍ୱାଳଙ୍କ ଝିଅ ଜାନଭି ମହାନ୍ତି ଓରଫ ଦୀୟା ା ଓଡ଼ିଶାର ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ଦୀୟା ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତିି। ବିଚକ୍ଷଣ ବୁଦ୍ଧି ଓ କମ୍‌ ବୟସରେ ଶିକ୍ଷାଗ୍ରହଣରେ ପାରଦର୍ଶିତା ଯୋଗୁ ତାଙ୍କୁ ସମ୍ମାନିତ କରାଯାଇଛି…
ଦୀୟାଙ୍କୁ ଯେତେବେଳେ ୯ମାସ ହୋଇଥିଲା ସେ ପରିବାର ସହ ମଇଶୂର ଯାଇଥିଲେ। ସେଠାରେ ଜଣେ ପର୍ଯ୍ୟଟକ ତାଙ୍କୁ ‘ହ୍ବାଟ ଇଜ ଇଓର ନେମ୍‌’ ପଚାରିଥିଲେ। କମ୍‌ ବୟସର ହୋଇସୁଦ୍ଧା ଦୀୟା ନିଜ ସମ୍ପୂର୍ଣ୍ଣ ନାମକୁ ପ୍ରାଞ୍ଜଳ ଭାବେ ଇଂଲିଶରେ କହିଥିଲେ। ଏହି ଘଟଣା ପରଠାରୁ ହିଁ ତାଙ୍କ ପରିବାର ଦୀୟାଙ୍କ ପ୍ରତି ଅଧିକ ଉତ୍କଣ୍ଠା ଦେଖାଇଥିଲେ।
ପଶୁପକ୍ଷୀଙ୍କ ନାମ, ଫଳର ନାମ, ରଙ୍ଗର ନାମ ଇଂଲିଶରେ କହିପାରିବା ସହିତ ଏକାଧିକ ଇଂଲିଶ ଓ ହିନ୍ଦୀ ରାଇମ୍‌ ଭଲଭାବେ ଉପସ୍ଥାପନ କରିପାରନ୍ତି ଦୀୟା। ଏହାଛଡ଼ା ଇଂଲିଶ ଶବ୍ଦ ବ୍ୟବହାର କରି ହଠାତ୍‌ ଗୋଟିଏ ବସ୍ତୁକୁ ଚିହ୍ନିବାକୁ କହିଲେ ସେ ଏହାକୁ ଚିହ୍ନାଇ ପାରନ୍ତି। ଉପରୋକ୍ତ ପର୍ଯ୍ୟାୟକୁ ଆଧାରକରି ଦୀୟାଙ୍କୁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ମିଳିଛି। ତାଙ୍କ ପ୍ରତିଭା ସମ୍ପର୍କରେ ପରିବାର ଲୋକ ଜାଣି ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚରେ ଅନ୍‌ଲାଇନ ଜରିଆରେ ଇଣ୍ଡିଆ ବୁକ୍‌ ରେକର୍ଡ କମିଟିକୁ କିଛି ଭିଡ଼ିଓ ପଠାଇଥିଲେ। ୨୦୧୮ ଏପ୍ରିଲ ୧୦ରେ ଜନ୍ମିତ ଦୀୟାକୁ ଆବେଦନ ତାରିଖ ସୁଧା ୨୩ ମାସ ହୋଇଥିଲା। ପରେ ଜୁଲାଇ ପହିଲାରେ ପୁନର୍ବାର ଆଉ କିଛି ଭିଡିଓ କମିଟିକୁ ପଠାଯାଇଥିଲା ବୋଲି ଶୁଭଶ୍ରୀ କହିଛନ୍ତି। ଏହି ଭିଡିଓକୁ କମିଟି ଯାଞ୍ଚ ପ୍ରକ୍ରିୟାରେ ସାମିଲ କରିଥିଲା। ପରବର୍ତ୍ତୀ ସମୟରେ କମିଟି ପକ୍ଷରୁ ଗୋଟିଏ ଟିମ୍‌ ଘରକୁ ଆସି ଦୀୟାଙ୍କୁ ଭେଟିଥିଲା। କମିଟିର ଜୁରୀମାନଙ୍କ ରିପୋର୍ଟ ଯାଞ୍ଚ ପରେ ଜୁଲାଇ ୨୩ରେ ଦୀୟାଙ୍କୁ ଇଣ୍ଡିଆ ବୁକ୍‌ ରେକର୍ଡରେ ସ୍ଥାନ ମିଳିଥିଲା। ଦିଲ୍ଲୀରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହି ସମ୍ମାନ ଦିଆଯିବାକୁ ସ୍ଥିର କରାଯାଇଥିଲା। ହେଲେ କରୋନା କଟକଣା ଯୋଗୁ ସମ୍ମାନସୂଚକ ମାନପତ୍ର, ମେଡ଼ାଲ କୋରିଅର ଜରିଆରେ ପଠାଯାଇଛି। ଏହା କିଛିଦିନ ତଳେ ପହଞ୍ଚିଛି ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଶୁଭଶ୍ରୀ କହିଛନ୍ତି, ଦୀୟା ଖୁବ୍‌ଶୀଘ୍ର ସମସ୍ତ ପାଠକୁ ଗ୍ରହଣ କରିପାରନ୍ତି। ଏପରି କି ହିନ୍ଦୀ, ଓଡ଼ିଆ ଗୀତ ମଧ୍ୟ ସେ ଗାଇପାରନ୍ତିି। ୟୁ-ଟ୍ୟୁବ୍‌ରେ ଗୀତ ଖୋଜିବାକୁ କହିଲେ ସେ ସହଜରେ ଖୋଜି ଦେଖାଇପାରନ୍ତିି। ଏସିଆ ବୁକ୍‌ ଅଫ ରେକର୍ଡକୁ ମଧ୍ୟ ଦୀୟାଙ୍କ ଭିଡ଼ିଓ ପଠାଯାଇଛି। ଖୁବ୍‌ଶୀଘ୍ର ଏହାର ଫଳାଫଳ ଜଣାପଡିବ। ଗିନିଜ ବୁକ୍‌ ଅଫ ରେକର୍ଡରେ ସେ ସ୍ଥାନ ପାଇବେ ବୋଲି ଆଶା ରହିଥିବା ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri