Posted inଜାତୀୟ

ଏହି ଜିଲାରେ ୪୦ ଦିନରେ ୨୩ ହୃଦ୍‌ଘାତ ମୃତ୍ୟୁ: କୋଭିଡ୍‌ ଟିକାର ସମ୍ପର୍କକୁ ନେଇ ତଦନ୍ତ ଜାରି

ବେଙ୍ଗାଲୁରୁ,୨ା୭:କର୍ନାଟକର ହାସନ ଜିଲାରେ ୪୦ ଦିନରେ ହୃଦ୍‌ଘାତରେ ୨୩ ଜଣଙ୍କର ଅଚାନକ ମୃତ୍ୟୁ ଘଟିଲାଣି। ଯୁବବର୍ଗଙ୍କ ମଧ୍ୟରେ ହୃଦ୍‌ଘାତ ମୃତ୍ୟୁ ବଢ଼ିବାକୁ ନେଇ ରାଜ୍ୟବ୍ୟାପୀ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର ସାଇନ୍ସର ନିର୍ଦ୍ଦେଶକ ଡ. ରବୀନ୍ଦ୍ରନାଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିବ ବୋଲି ସିଦ୍ଦାରାମାୟା ଏକ୍ସ ଜରିଆରେ ଘୋଷଣା କରିଛନ୍ତି। ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିଟିକୁ କୁହାଯାଇଛି। ରାଜ୍ୟରେ ଯୁବବର୍ଗଙ୍କ ମଧ୍ୟରେ ଅଚାନକ ମୃତ୍ୟୁ ସହ କୋଭିଡ୍‌ ଟିକା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣର ସମ୍ପର୍କ ରହିଛି କି ନାହିଁ ଅନୁଧ୍ୟାନ କରିବାକୁ ପୂର୍ବରୁ ଉକ୍ତ କମିଟିକୁ କୁହାଯାଇଥିଲା। ତରବରିଆ ଭାବେ କୋଭିଡ୍‌ ଟିକାକୁ ଅନୁମୋଦନ ଏବଂ ବଣ୍ଟନ ଏଭଳି ଅଚାନକ ମୃତ୍ୟୁର କାରଣ ହୋଇଥାଇପାରେ, ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସିଦ୍ଦାରାମାୟା ଲେଖିଛନ୍ତି। ଏହି ଘଟଣାରେ ସେ ଭାଜପାକୁ ସମାଲୋଚନା କରି କହିଛନ୍ତି, ଉକ୍ତ ଦଳ ନିଜ ନିଷ୍ପତ୍ତି ଉପରେ ବିଚାର ନ କରି ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି।
ହାସନ ଜିଲାରେ ଗତ ୪୦ ଦିନରେ ୨୩ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବାବେଳେ ଜୁନ୍‌ ୩୦ରେ ୪ ଜଣ ପ୍ରାଣ ହରାଇଥିଲେ। ଏହାକୁ ନେଇ ହାସନରେ ଆତଙ୍କ ଖେଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟ ମହିଳା, ୫୮ ବର୍ଷୀୟ କଲେଜ ଅଧ୍ୟାପକ, ୫୭ ବର୍ଷୀୟ ଗ୍ରୁପ୍‌ ଡି କର୍ମଚାରୀ ଏବଂ ଜଣେ ୬୩ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ମଙ୍ଗଳବାର ଜଣେ ୨୭ ବର୍ଷୀୟ କାଠମିସ୍ତ୍ରିଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୨୩ ମୃତକଙ୍କ ମଧ୍ୟରୁ ୬ ଜଣଙ୍କ ବୟସ ୧୯ରୁ ୨୫ ବର୍ଷ ହୋଇଥିବାବେଳେ ୮ ଜଣ ୨୫ରୁ ୪୫ ବର୍ଷ ବୟସ ବର୍ଗର। ଅନ୍ୟମାନଙ୍କ ବୟସ ୪୫ରୁ ୬୦ ମଧ୍ୟରେ ହୋଇଥିବାବେଳେ ଅଳ୍ପ କେତେଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱ ରହିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁର ଜୟଦେବ ହସ୍ପିଟାଲରେ ହୃଦ୍‌ଘାତ ମାମଲା ୮ ପ୍ରତିଶତ ବଢ଼ିଛି। ସେମାନେ ହାସନ ଓ ଆଖପାଖ ଜିଲାର। ଏହାକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଅନେକ ଲୋକ ସତର୍କତା ସ୍ବରୂପ ଚେକ୍‌ଅପ୍‌ କରାଉଛନ୍ତି। ଗତ ୨ ବର୍ଷରେ ହାସନ ଜିଲାରେ ୫୦୭ ହୃଦ୍‌ଘାତ ମାମଲା ରେକର୍ଡ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଯୁବବର୍ଗଙ୍କ ମଧ୍ୟରେ ହୃଦ୍‌ଘାତ ମୃତ୍ୟୁ ହଠାତ୍‌ ବଢ଼ିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri