Posted inଜାତୀୟ

ଏହି ଜିଲାରେ ୪୦ ଦିନରେ ୨୩ ହୃଦ୍‌ଘାତ ମୃତ୍ୟୁ: କୋଭିଡ୍‌ ଟିକାର ସମ୍ପର୍କକୁ ନେଇ ତଦନ୍ତ ଜାରି

ବେଙ୍ଗାଲୁରୁ,୨ା୭:କର୍ନାଟକର ହାସନ ଜିଲାରେ ୪୦ ଦିନରେ ହୃଦ୍‌ଘାତରେ ୨୩ ଜଣଙ୍କର ଅଚାନକ ମୃତ୍ୟୁ ଘଟିଲାଣି। ଯୁବବର୍ଗଙ୍କ ମଧ୍ୟରେ ହୃଦ୍‌ଘାତ ମୃତ୍ୟୁ ବଢ଼ିବାକୁ ନେଇ ରାଜ୍ୟବ୍ୟାପୀ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର ସାଇନ୍ସର ନିର୍ଦ୍ଦେଶକ ଡ. ରବୀନ୍ଦ୍ରନାଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିବ ବୋଲି ସିଦ୍ଦାରାମାୟା ଏକ୍ସ ଜରିଆରେ ଘୋଷଣା କରିଛନ୍ତି। ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିଟିକୁ କୁହାଯାଇଛି। ରାଜ୍ୟରେ ଯୁବବର୍ଗଙ୍କ ମଧ୍ୟରେ ଅଚାନକ ମୃତ୍ୟୁ ସହ କୋଭିଡ୍‌ ଟିକା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣର ସମ୍ପର୍କ ରହିଛି କି ନାହିଁ ଅନୁଧ୍ୟାନ କରିବାକୁ ପୂର୍ବରୁ ଉକ୍ତ କମିଟିକୁ କୁହାଯାଇଥିଲା। ତରବରିଆ ଭାବେ କୋଭିଡ୍‌ ଟିକାକୁ ଅନୁମୋଦନ ଏବଂ ବଣ୍ଟନ ଏଭଳି ଅଚାନକ ମୃତ୍ୟୁର କାରଣ ହୋଇଥାଇପାରେ, ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସିଦ୍ଦାରାମାୟା ଲେଖିଛନ୍ତି। ଏହି ଘଟଣାରେ ସେ ଭାଜପାକୁ ସମାଲୋଚନା କରି କହିଛନ୍ତି, ଉକ୍ତ ଦଳ ନିଜ ନିଷ୍ପତ୍ତି ଉପରେ ବିଚାର ନ କରି ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି।
ହାସନ ଜିଲାରେ ଗତ ୪୦ ଦିନରେ ୨୩ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବାବେଳେ ଜୁନ୍‌ ୩୦ରେ ୪ ଜଣ ପ୍ରାଣ ହରାଇଥିଲେ। ଏହାକୁ ନେଇ ହାସନରେ ଆତଙ୍କ ଖେଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୫୦ ବର୍ଷୀୟ ମହିଳା, ୫୮ ବର୍ଷୀୟ କଲେଜ ଅଧ୍ୟାପକ, ୫୭ ବର୍ଷୀୟ ଗ୍ରୁପ୍‌ ଡି କର୍ମଚାରୀ ଏବଂ ଜଣେ ୬୩ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ମଙ୍ଗଳବାର ଜଣେ ୨୭ ବର୍ଷୀୟ କାଠମିସ୍ତ୍ରିଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ୨୩ ମୃତକଙ୍କ ମଧ୍ୟରୁ ୬ ଜଣଙ୍କ ବୟସ ୧୯ରୁ ୨୫ ବର୍ଷ ହୋଇଥିବାବେଳେ ୮ ଜଣ ୨୫ରୁ ୪୫ ବର୍ଷ ବୟସ ବର୍ଗର। ଅନ୍ୟମାନଙ୍କ ବୟସ ୪୫ରୁ ୬୦ ମଧ୍ୟରେ ହୋଇଥିବାବେଳେ ଅଳ୍ପ କେତେଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱ ରହିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁର ଜୟଦେବ ହସ୍ପିଟାଲରେ ହୃଦ୍‌ଘାତ ମାମଲା ୮ ପ୍ରତିଶତ ବଢ଼ିଛି। ସେମାନେ ହାସନ ଓ ଆଖପାଖ ଜିଲାର। ଏହାକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଅନେକ ଲୋକ ସତର୍କତା ସ୍ବରୂପ ଚେକ୍‌ଅପ୍‌ କରାଉଛନ୍ତି। ଗତ ୨ ବର୍ଷରେ ହାସନ ଜିଲାରେ ୫୦୭ ହୃଦ୍‌ଘାତ ମାମଲା ରେକର୍ଡ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଯୁବବର୍ଗଙ୍କ ମଧ୍ୟରେ ହୃଦ୍‌ଘାତ ମୃତ୍ୟୁ ହଠାତ୍‌ ବଢ଼ିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ଭୁବନେଶ୍ୱର,୧୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

Video: ଇସ୍ରାଏଲର ସିରିଆ ଉପରେ ହମଲା, ଲାଇଭ ପ୍ରସାରଣ ସମୟରେ ଟିଭି ଆଙ୍କରଙ୍କ ପଛରେ ପଡିଲା ବୋମା

ଦାମାସକସ,୧୬।୭: ଇସ୍ରାଏଲ ସେନା ସିରିଆର ରାଜଧାନୀ ଦାମାସକସରେ ଥିବା ରାଜ୍ୟ ଟେଲିଭିଜନ ଭବନ ଉପରେ ବୋମା ହମଲା କରିଛି। ଏହି ହମଲା ସମୟରେ ଜଣେ ଟିଭି...

କଲେଜରେ ରାକେଟ୍‌ ଚଳାଉଥିଲେ HOD ସମୀର ସାହୁ, ସାଂଘାତିକ ଖୁଲାସା କଲେ…

ଭୁବନେଶ୍ୱର,୧୬।୭: ଥମୁନି ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତିର ନିଆଁ। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ...

କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ, ସୂଚନା ଦେଲେ…

ଭୁବନେଶ୍ୱର,୧୬।୭: ଏଫ୍‌ଏମ୍‌ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ...

ଉଦ୍ଧବ ଠାକରେଙ୍କୁ ଦେବେନ୍ଦ୍ର ଫଡ଼ନାବିସଙ୍କ ‘ଆମନ୍ତ୍ରଣ’, ଶିବସେନାରେ ଉଠିଲା ଜୋରଦାର ଚର୍ଚ୍ଚା

ମୁମ୍ବାଇ,୧୬।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି ରାଜ୍ୟ ବିଧାନସଭାରେ ଏକ ମଜାଳିଆ ମନ୍ତବ୍ୟ ଦେଇ ଉଦ୍ଧବ ଠାକରେଙ୍କୁ ଶାସକ ମେଣ୍ଟ ଗୋଷ୍ଠୀରେ ଯୋଗ ଦେବାକୁ...

FM  ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ବଡ଼ ଖବର, ଖସିପାରିବେନି…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏନେଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଜ ଡିଜି...

ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!

ବାଲେଶ୍ୱର,୧୬।୭: ଭାଇରାଲ ହେଲା ରସିକିଆ ସାର୍‌ଙ୍କ ଭିଡିଓ। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri