ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଡିଜିଟାଲ ପ୍ରମାଣ ପରେ ପ୍ରିନ୍ସପାଲଙ୍କ ସମେତ ୩ ଗିରଫ

ଇଟାନଗର,୧ା୧୧: ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୨୨ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ସ୍କୁଲ ପ୍ରିନ୍ସପାଲ, ଓ୍ବାଡେନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସ୍କୁଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ପୂର୍ବ ସିଆଙ୍ଗର ସାଙ୍ଗୋ ଇଂରାଜୀ ମାଧ୍ୟମ ସ୍କୁଲରେ ୨୨ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଛି।

SIT ସ୍କୁଲ ପରିସର ପରିଦର୍ଶନ କରି ସ୍କୁଲରୁ ଅନେକ ଡକ୍ୟୁମେଣ୍ଟ ଉଦ୍ଧାର କରିଛି। ଡିଜିଟାଲ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଇଛି, ଯାହାକୁ ପରୀକ୍ଷା ପାଇଁ ଫୋରେନ୍‌ସିକ୍‌ ଦଳକୁ ପଠାଯାଇଛି। ଏହି ମାମଲାରେ ପ୍ରଭାବିତ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।

ଅକ୍ଟୋବର ୨୯ରେ ମେବୋ ଥାନାରେ ଜଣେ ଅଭିଭାବକ ଅଭିଯୋଗ ଦାଖଲ କରିଥିଲେ। ଅଭିଭାବକଙ୍କ ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଓ୍ବାର୍ଡେନ ହେନ ଜନସନଙ୍କୁ ଗିରଫ କରିଥିଲା। ଭାଇଫେଙ୍କୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଥିଲା। ତଦନ୍ତ ପରେ୍‌ ଅଧିକ ଅଭିଭାବକ ଆଗକୁ ଆସି ଅଭିଯୋଗ ଦାଖଲ କରିଥିଲେ।

ଅଭିଭାବକମାନେ କହିଛନ୍ତି ଯେ, ସ୍କୁଲର ପ୍ରିନ୍ସିପାଲ ହୋଇନୁ ଭାଇଫେ ଏବଂ ଆକାଉଣ୍ଟାଣ୍ଟ ନିଆଙ୍ଗଡୋଇଟିଂ ଭାଇଫେ ମାମଲାକୁ ଲୁଚାଇବା ଏବଂ ରିପୋର୍ଟ ଦାଖଲ କରିବାରେ ବିଫଳ ହେବାରେ ଭୂମିକା ଗ୍ରହଣ କରିଥିଲେ। ଅଭିଭାବକଙ୍କ ଅଭିଯୋଗ ପରେ, ଅକ୍ଟୋବର ୩୦ରେ ପ୍ରିନ୍ସିପାଲ ଏବଂ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କୁ POCSO ଆଇନ ଅନୁଯାୟୀ ମଧ୍ୟ ଗିରଫ କରାଯାଇଛି। ପୀଡ଼ିତାଙ୍କ ପାଇଁ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏପର୍ଯ୍ୟନ୍ତ ୨୨ ଜଣ ପ୍ରଭାବିତ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ବେଙ୍ଗାଲୁରୁ ଜେଲ ସୁରକ୍ଷାରେ ଭୀଷଣ ତ୍ରୁଟି: ମଦ ପିଇ ପାର୍ଟି କରୁଛନ୍ତି କଏଦୀ, ଜେଲରେ VVIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ,୯।୧୧: ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାରେ ବାରମ୍ବାର ତ୍ରୁଟି ଦେଖାଯାଉଛି। କିଛି ଘଣ୍ଟା ପୂର୍ବରୁ ସରକାର ଜେଲ୍ ଭିତରେ କଏଦୀମାନଙ୍କୁ VVIP ସୁବିଧା ଦେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri