କ୍ୟାବିନେଟ୍‌ ନିଷ୍ପତ୍ତି: ରଦ୍ଦ ହେଲା ୨୧୪ ଅକାମୀ ଆଇନ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ୧୯୫୦ ମସିହାରୁ ୨୦୧୧ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ୨୧୪ଟି ଆଇନକୁ ରଦ୍ଦ କରାଯାଇଛି। ଆଇନ ବିଭାଗ ଦେଇଥିବା ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ କରିଛି। ଏ ନେଇ ଓଡ଼ିଶା ରାଜ୍ୟ ବିଧି ଆୟୋଗଙ୍କ ସୁପାରିସକୁ ଗ୍ରହଣ କରି ରାଜ୍ୟ ସରକାର ଓଡ଼ିଶା ବିନିଯୋଗ (ନିରସ୍ତ୍ର)ଅଧିନିୟମ-୨୦୨୦ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦୁଝର ଜିଲାର ଯୋଡ଼ା ସହର ମଧ୍ୟରେ ଯୋଡ଼ା-ବାମେବାରୀ ଜାତୀୟ ରାଜପଥ ଯାଇଛି। ଭିଡ଼କୁ କମାଇବା ଲାଗି ଯୋଡ଼ା ସହର ମଧ୍ୟରେ ୩ କି.ମି. ବ୍ୟାପୀ ଏକ ଫ୍ଲାଏଓଭର ନିର୍ମାଣ କରିବାକୁ ଜିଲା ଖଣିଜ ପାଣ୍ଠି ବୋର୍ଡ ନିଷ୍ପତ୍ତି ନେଇଛି। ବୋର୍ଡ ଏହି କାର୍ଯ୍ୟକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା କରାଇବାକୁ ସ୍ଥିର କରିଛି। ଏଥିପାଇଁ ୧୪୪.୧୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରୀ କରିଛି। ଏହାକୁ ୩୦ ମାସ ମଧ୍ୟରେ ଶେଷ କରାଯିବ।
ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଐତିହ୍ୟ ସୁରକ୍ଷା କରିଡର ନିମନ୍ତେ ଅଧିଗ୍ରହଣ କରାଯାଇଥିବା ସମସ୍ତ ସରକାରୀ ଜମିକୁ ପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ୍‌ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ବିନା ମୂଲ୍ୟରେ ହସ୍ତାନ୍ତର ଏବଂ ରେକର୍ଡ ସଂଶୋଧନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା କରିବାକୁ ରାଜ୍ୟ ସରକାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି। ଏହି କମିଟି ଇତି ମଧ୍ୟରେ ୧୦ ଥର ବସିଛି। ଉକ୍ତ କମିଟି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।
ଓଡ଼ିଶା ଯୋଜନା ସେବା ବର୍ଗ ଅନ୍ତର୍ଭୁକ୍ତ ଅଫିସରମାନଙ୍କୁ ପଦୋନ୍ନତି ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଯୋଜନା ସେବା( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ) ନିୟମ ୧୯୯୬ର ସଂଶୋଧନ କରିଛନ୍ତି। ଏହାଦ୍ୱାରା ଅଧିକାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହେବା ସହ ଉତ୍ତମ ସେବା ପ୍ରଦାନ ଦିଗରେ ପ୍ରେରଣା ଦେବ। ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି।
ସେହିପରି ରାଜ୍ୟ ସରକାର ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା(ଚୟନ ପ୍ରବଧି ଓ ସେବା ସର୍ତ୍ତ) ସଂଶୋଧିତ ନିୟମାବଳୀ-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆ ବିଷୟରେ ଉତ୍ତୀର୍ଣ୍ଣ ହୋଇ ନ ଥିବେ, ତାଙ୍କୁ ଚାକିରିରେ ଯୋଗଦେବାର ୪ ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ତାଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଯଦି ଜଣେ ବାହାର ରାଜ୍ୟର ପ୍ରାର୍ଥୀ ତାଙ୍କ ନାମ ଓଡ଼ିଶା ଡାକ୍ତରୀ ପରିଷଦରେ ନାମ ପଞ୍ଜୀକରଣ କରି ନ ଥିବେ, ତେବେ ସେ ଚାକିରିରେ ଯୋଗ ଦେବା ପାଇଁ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ଉକ୍ତ ପରିଷଦରେ ପଞ୍ଜୀକୃତ କରିବାକୁ ହେବ।
ଗତ ମୌସୁମୀ ଅଧିବେଶନର ସତ୍ରାବସାନ ଏବଂ ଆସନ୍ତା ୨୦ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଶୀତ ଅଧିବେଶନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri