Posted inଜାତୀୟ

୨୧ ବର୍ଷ ପରେ ଦୋଷମୁକ୍ତ ହେଲେ ଏହି ବ୍ୟକ୍ତି, କୋର୍ଟ କହିଲେ ବଳାତ୍କାର ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା

ନୂଆଦିଲ୍ଲୀ,୨୯।୯: ଦୀର୍ଘ ୨୧ ବର୍ଷ ପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଜଣେ ମହିଳାଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ବଳାତ୍କାର ନୁହେଁ ବରଂ ଉଭୟ ପରସ୍ପରକୁ ଗଭୀର ଭାବେ ପ୍ରେମ କରୁଥିଲେ। କୋର୍ଟ ଜାଣିବାକୁ ପାଇଥିଲେ ଯେ ୨୧ ବର୍ଷ ପୂର୍ବେ ଝିଅଟି ଯୁବକଙ୍କ ଉପରେ ବଳାତ୍କାର ଅଭିଯୋଗ ଏଥିପାଇଁ ଆଣିଥିଲେ କାରଣ ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନେ ବିବାହ କରିପାରି ନ ଥାନ୍ତେ। ୧୯୯୯ରେ ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କ ନାଁରେ ବଳାତ୍କାର ଏବଂ ବେଆଇନ ପ୍ରସବ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ପୀଡିତାଙ୍କ ଅଭିଯୋଗ ଉପରେ ସେ ଏକ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏବଂ ଏହାର ଚିଠି ଦେଖାଇବା ସତ୍ତ୍ୱେ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ସମର୍ଥନ କରିଥିଲେ।
ସୋମବାର ଜଷ୍ଟିସ ଆରଏଫ ନରିମନଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ଦୁର୍ଭାଗ୍ୟଜନକ ବୋଲି କହିଛି। ଝାଡଖଣ୍ଡ ହାଇକୋର୍ଟ ପ୍ରେମ ଚିଠି ଏବଂ ଫଟୋଗ୍ରାଫ ସହିତ ରେକର୍ଡର ପ୍ରମାଣ ଆକଳନ କରିବାରେ ବିଫଳ ହୋଇଛନ୍ତି। ବିବାହ ପ୍ରତିଶୃତି ଏବଂ ଭୟ ଯୋଗୁ ଯୋଗୁ ସେ ଯୌନ ସମ୍ପର୍କ ରଖିଥିବା ଦର୍ଶାଇ ସୁପ୍ରିମକୋର୍ଟ ପୀଡିତାଙ୍କ ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ନବୀନ ସିହ୍ନା ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ, ନିଷ୍ପତ୍ତି ନେବାରେ ଆମର କୌଣସି ଦ୍ୱିଧା ନାହିଁ ଯେ କେବଳ ଯୁବତୀଙ୍କ ସମ୍ମତି ନୁହେଁ ବରଂ ସେ ଯାହା ବାଛିଥିଲେ ତାହା ମଧ୍ୟ ସେ ଜାଣିଛନ୍ତି। ଯୁବକଙ୍କୁ ବହୁତ ଭଲ ପାଉଥିବାରୁ ସେ ଏହା କରିଥିଲେ। ସ୍ବେଚ୍ଛାକୃତ ଭାବରେ ଶରୀରକୁ ତାଙ୍କୁ ଦେଇଥିଲେ ଯାହାକୁ ସେ ବହୁତ ଭଲ ପାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri