୨୧ ବର୍ଷର ରାଜନୀତି, କିନ୍ତୁ ପକ୍କା ଘର ଖଣ୍ଡେ ନାହିଁ

ନବରଙ୍ଗପୁର,୧୬।୬(ସଦାଶିବ ପ୍ରହରାଜ): ଗୋଟିଏ ପରିବାର ଭିତରେ ଏପର୍ଯ୍ୟନ୍ତ ୨୧ ବର୍ଷର ରାଜନୀତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପର୍ଯ୍ୟାୟକ୍ରମେ ସ୍ବାମୀ ଓ ସ୍ତ୍ରୀ ଗୋଟିଏ ପଞ୍ଚାୟତରୁ ସରପଞ୍ଚ ହୋଇଛନ୍ତି। ରାଜନୀତିରେ ପ୍ରବେଶ ଓ ପରବର୍ତ୍ତୀ ସମୟରେ ପଦପଦବୀରେ ରହିଲେ ଅନେକ କିଛି ଉପାର୍ଜନ କରିଦିଅନ୍ତି। ସରପଞ୍ଚ ହେଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକଙ୍କ କାମ କରିବା ନାମରେ ଅନେକେ ଉପାର୍ଜନ କରୁଥିବା ନଜିର ରହିଛି। ହେଲେ ଏଠାରେ କିଛି ଅଲଗା ଦେଖାଦେଇଛି। ୨୧ ବର୍ଷ ରାଜନୀତି ଭିତରେ ସରପଞ୍ଚ ହୋଇଥିଲେ ମଧ୍ୟ ନିଜର ବୋଲି ପକ୍କାଘରଟିଏ ନାହିଁ କି ଘରେ ପାଇଖାନା ମଧ୍ୟ ନାହିଁ । ଏମିତି ଏକ ଘଟଣା ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଷ୍ପଲତା ମାଝି ୨୦୦୨-୨୦୦୭ ପର୍ଯ୍ୟନ୍ତ ସରପଞ୍ଚ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପୁଷ୍ପଲତାଙ୍କ ସ୍ବାମୀ ଭଜରାଜ ମାଝି ଓ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପୁନଃ ପୁଷ୍ପଲତା ସରପଞ୍ଚ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପୁଣି ଭଜରାଜ ଓ ଏବେ ପୁଣି ପୁଷ୍ପଲତା ସରପଞ୍ଚ ରହିଛନ୍ତି। ଲଗାତର ଗୋଟିଏ ପରିବାରର ସ୍ତ୍ରୀ ଓ ସ୍ବାମୀ ପର୍ଯ୍ୟାୟକ୍ରମେ ସରପଞ୍ଚ ରହିଥିଲେ ମଧ୍ୟ ନିଜସ୍ବ ବୋଲି ପକ୍କାଘରଟିଏ ନାହିଁ। ଆବାସ ଯୋଜନାରେ ଘର ଖଣ୍ଡେ ମଧ୍ୟ କରିପାରିନାହାନ୍ତି। ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ପ୍ରତି ପଞ୍ଚାୟତରେ ବ୍ୟକ୍ତିଗତ ପାଇଖାନା ହୋଇଛି । ତେବେ ସରପଞ୍ଚଙ୍କ ଘରେ ପାଇଖାନା ଟିଏ ମଧ୍ୟ ନାହିଁ। ଶାଶୁ ଫୁଲମତି ଓ ଶ୍ୱଶୁର ରାମଚନ୍ଦ୍ର ମାଝିଙ୍କ ଟିଣ ଛପର ଘର ଖଣ୍ଡେ ଥିଲା ତାହାହିଁ ବଡ଼ ସମ୍ବଳ। ପୁଷ୍ପଲତାଙ୍କ ସ୍ବାମୀ ଭଜରାଜଙ୍କର ବର୍ଷେ ତଳେ ବିୟୋଗ ହୋଇଛି। ଗାଁ ରାଜନୀତି ମଧ୍ୟରେ ନିର୍ବାଚିତ ପ୍ରତିନିଧି ଛନ୍ଦି ହୋଇପଡନ୍ତି। ଅନେକ ଅଭିଯୋଗର ସ୍ବର ମଧ୍ୟ ଉଠିଥାଏ। ତେବେ ଏହି ପରିବାର ପ୍ରତି ଗାଁରେ ଦାଗଟିଏ ଲାଗିନାହିଁ। ପୁଷ୍ପଲତା ଏବେ ଦୁଇ ବଖରା ଆଜବେଷ୍ଟ ଘର କରିଛନ୍ତି। କାନ୍ଥରେ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ କରିପାରି ନାହାନ୍ତି। ବସିବା ପାଇଁ ଭଲ ବାରଣ୍ଡାଟିଏ ମଧ୍ୟ ନାହିଁ। ଆଜବେଷ୍ଟସ ଲଗାଇବା ପାଇଁ କାଠ ରୁଅ ମଧ୍ୟ ୟୁକାଲିପଟାସର ଲଗାଇଛନ୍ତି। ଗଛ କଟିଲେ କାଠ ବାହାରିବ। କୌଣସି ମୂଲ୍ୟବାନ୍‌ ଗଛ କଟିଲେ ଆମର ହିଁ କ୍ଷତି ହେବ। ଘର କରିବାରେ ଗଛ କାଟି ପରିବେଶ ନଷ୍ଟ ହେବ। ଏଥିପାଇଁ ଶାଳ, ପିଆଶାଳ ଓ ଶାଗୁଆନ ଭଳି କୌଣସି କାଠ ଘରେ ଲାଗିନାହିଁ । ସରକାରୀ ଧନ, ବେଆଇନ ଉପାର୍ଜନ ଘରେ ପ୍ରବେଶ କରିବ ନାହିଁ ବୋଲି ଶ୍ୱଶୁର ରାମଚନ୍ଦ୍ର ମାଝି କହିଥିଲେ। ତାଙ୍କରି କଥାକୁ ମାନି ରାଜନୀତି କରୁଛନ୍ତି ବୋଲି ସରପଞ୍ଚ ପୁଷ୍ପଲତା କହିଛନ୍ତି। ସରପଞ୍ଚ ପଦବୀରେ ଆସିବା ଦିନରୁ କେବଳ ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ରହିଛି। ଭତ୍ତା ବାବଦକୁ ସରକାର ଯାହା ୨୩୫୦ ଟଙ୍କା ପ୍ରଦାନ କରନ୍ତି ତାହା ତାଙ୍କର ଗୋଟିଏ ବଡ଼ ସମ୍ବଳ ବୋଲି ସେ କହିଛନ୍ତି। ଘରେ ପାନୀୟ ଜଳ ସମସ୍ୟା ରହିଛି। ବହୁବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଦୀର୍ଘଦିନର ସମସ୍ୟା ସମାଧାନ ହେଉନାହିଁ ବୋଲି ପୁଷ୍ପଲତା କହିଛନ୍ତି। ସ୍ବାମୀଙ୍କ ପରେ ୪ ପୁଅ ମଧ୍ୟରୁ ଭଜରାଜ ଓ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପଲତାଙ୍କ ୨ ପୁଅ ଅଛନ୍ତି। ନିଜ ଜମିରୁ ଯାହା ଉପାର୍ଜନ ହୁଏ ସେଥରେ ପରିବାର ଚଳୁଛି। ୨୧ ବର୍ଷ ରାଜନୀତି ଭିତରେ ଘରକୁ ବେଆଇନ ଟଙ୍କା ଆସିନାହିଁ ବୋଲି ପୁଷ୍ପଲତାଙ୍କ ଶାଶୁ ଫୁଲମତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?