ରସିଦ୍‌ ୩ମାସର, ଚାଉଳ ଦିଆଯାଉଛି ୨ ମାସର

ତେନ୍ତୁଳିଖୁଣ୍ଟି,୧୬।୬( ଚିଦାନନ୍ଦ ସାହୁ): ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଠିକ୍‌ ପରିମାଣରେ ମିଳୁ ନ ଥିବା ଅଭିଯୋଗ ହେଉଛି। ଯେଉଁ ମାସର ଚାଉଳ ସେହି ମାସ ପରିବର୍ତ୍ତେ କାହାର ସୁବିଧା ପାଇଁ ଏକା ଥରକେ ୩ ମାସ ତ କେବେ ୨ ମାସର ଚାଉଳ ଦିଆଯାଉଛି। ବେଳେବେଳେ ୩ ମାସର ରସିଦ କାଟି ୨ ମାସର ଚାଉଳ ଦିଆଯାଉଥିବା ଦିଗି, ଝରିଗୁମ୍ମା, କଣ୍ଟାଗାଁ, କଂଗ୍ରା ପଞ୍ଚାୟତରୁ ଅଭିଯୋଗ ଆସୁଛି।
ଚଳିତ ମାସରେ ପୂଜାରିଗୁଡ଼ା ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳ ଢାକୁଳଗୁଡ଼ା, କାଦମାଲି, କପାଟସିଲ, ବଗେଇପଦର, ଖୁଣ୍ଟିପଦର, କାନ୍ଦ୍ରାଗୁଡ଼ା ନୂଆଗୁଡ଼ା ଗ୍ରାମବାସୀଙ୍କୁ ୧୩ ତାରିଖ ପର୍ଯ୍ୟନ୍ତ ରାଶନ ସାମଗ୍ରୀ ଦିଆଯାଇ ନ ଥିଲା। କିନ୍ତୁ ପଞ୍ଚାୟତ ଷ୍ଟକ୍‌ରେ ସେହି ବାବଦର ୨୯୦ କୁଇଣ୍ଟାଲ ଚାଉଳ ନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବିପ୍ପଣୀ ନିରୀକ୍ଷକ ରୋହିତ ମାଝି ତଦନ୍ତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଷ୍ଟକ୍‌ ଗଲା କୁଆଡେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏହାପରେ ଯୋଗାଣ ସହାୟକ କୃଷ୍ଣଚନ୍ଦ୍ର ରାଉତ ଗୁରୁବାର ଚାଉଳ ଯୋଗାଇ ଦେଇଛନ୍ତି। ସେହିଭଳି ଅଁଳାଭଟ୍ଟା ପଞ୍ଚାୟତରେ ୩ମାସର ଚାଉଳ ଗାଏବ ଘଟଣା ପରେ ମଧ୍ୟ ରାଶନ ସାମଗ୍ରୀ ଯୋଗାଣରେ ଅନିୟମିତତା ହେଉଥିବାରୁ ଭିତିରି ସଲାସୁତୁରାରେ ସବୁ ଚାଲୁଥିବା ଅଭିଯୋଗ କରାଯାଉଛି। ସେହିଭଳି କାମତା ପଞ୍ଚାୟତରେ ୩ କେଜି ଲେଖାଏ କାଟି ଦିଆଯାଉଥିବାରୁ ଚାଉଳ ନେବାକୁ ହିତାଧିକାରୀ ରାଜି ହେଉ ନ ଥିବା କହିଛନ୍ତି। ପ୍ରତି ବଣ୍ଟନ ବେଳେ ରସିଦ ନ କାଟିବା, ଚାଉଳ ନେଉ ନ ଥିବା ଯୋଗୁ ଷ୍ଟକ୍‌ ବଳକା ରହୁଛି। ପରବର୍ତ୍ତୀ ସମୟରେ କମ୍‌ ଚାଉଳ ଆସୁଛି ବୋଲି କେତେଜଣ ଯୋଗାଣ ସହାୟକ କହିଛନ୍ତି। ଗୌଡ଼ ଦେଓପାଲି ପଞ୍ଚାୟତରେ ଏବେ ପର୍ଯ୍ୟନ୍ତ ଅଫ୍‌ଲାଇନରେ ହିଁ ଚାଉଳ ଦିଆଯାଉଛି। ସେଠାକାର ପ୍ରତି ହିତାଧିକାରୀଙ୍କ ପାଖକୁ ଯାଇ ଠିକ୍‌ ରୂପେ ରାଶନ ସାମଗ୍ରୀ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ କେବେ ଯାଞ୍ଚ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ବାବଦ ରାଶନ ତୁରନ୍ତ କାଟିବା ପାଇଁ ବ୍ୟବସ୍ଥା କରାଯାଉଛି କି ନାହିଁ ଯଦି ନା କେତେ ମାସ ପରେ ବା କେବେ ମୃତକ ଙ୍କ ନାମ ରାଶନ ତାଲିକାରୁ କଟୁଛି। ଜନ୍ମ ହୋଇଥିବା ପରିବାର ସଦସ୍ୟଙ୍କ ନାମ ସଂଲଗ୍ନ କେବେ କରାଯାଉଛି କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ହିତାଧିକାରୀଙ୍କୁ ଚାଉଳ କମ୍‌ ଦେବା ସମ୍ପର୍କରେ ଯୋଗାଣ ନିରୀକ୍ଷକ ରୋହିତ ମାଝିଙ୍କୁ ପଚାରିବାରୁ ଷ୍ଟକ୍‌ କମ୍‌ ଯୋଗୁ ୩କେଜି କାଟି ଚାଉଳ ଦେବାକୁୁ କହିବାରୁ ହିତାଧିକାରୀ ନେବାକୁ ରାଜି ହେଉ ନ ଥିଲେ। କିନ୍ତୁ ଗୁରୁବାର କାମତା ପଞ୍ଚାୟତରେ ଗୋଟିଏ ଗ୍ରାମକୁ ଛାଡ଼ି ଅନ୍ୟ ଗ୍ରାମରେ ବିନା କଟ୍‌ନିରେ ଚାଉଳ ଦିଆଯାଇଛି ବୋଲି ସେ କହିଛନ୍ତି। ଛୁଆଟିଏ ଜନ୍ମହେବାର ୫ବର୍ଷ ପରେ ତାଙ୍କ ନାମ ରାଶନ କାର୍ଡରେ ଚଢ଼ୁଛି। ସେହିଭଳି ଜଣେ ହିତାଧିକାରୀଙ୍କ ମୃତ୍ୟୁ ସମ୍ପର୍କରେ ଅଙ୍ଗନଓ୍ବାଡି କର୍ମୀ ରିପୋର୍ଟ ଦେଲେ ସେହି ମାସରେ ତାଙ୍କ ନାମ ତାଲିକାରୁ କଟାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri