ମାସକରେ ୨୧ ଡାକ୍ତରଙ୍କ ବଦଳି, ନିଯୁକ୍ତି ନାହିଁ

ବ୍ରହ୍ମପୁର ଅଫିସ,୨୪।୪: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଲଗାତାର ସରକାରୀ ଅବହେଳାର ଶିକାର ହେଉଛି। ଏଠାରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଛି। କିନ୍ତୁ ତାଙ୍କ ସ୍ଥାନରେ ଆବଶ୍ୟକ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ। ଫଳରେ ଚିକିିତ୍ସା ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହା ବିରୋଧରେ ସ୍ବରଉତ୍ତୋଳନ କରିବାକୁ ମଧ୍ୟ କେହି ନାହାନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ପାଟି ଖୋଲିବାକୁ ନେତାମାନେ ସାହସ ଜୁଟାଇ ପାରୁନାହାନ୍ତି। ପରିଣାମ ସ୍ବରୂପ ମାସକ ମଧ୍ୟରେ ଏଠାରୁ ଦୁଇଟି ପର୍ଯ୍ୟାୟରେ ୨୧ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ଜାରି ହୋଇସାରିଲାଣି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଥିବା ଏହିି ମେଡିକାଲରୁ ଡାକ୍ତର ଶୂନ୍ୟ କରିବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଲାଣି।
ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ୍‌ ହସ୍ପିଟାଲ୍‌ ହେଉଛି ଏମ୍‌କେସିଜି ମେଡିକାଲ। ଏଠାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଚିକିତ୍ସାଳୟରୁ ରୋଗୀ ରେଫର୍‌ ହୋଇ ଆସୁଛନ୍ତି। ଏପରିକି ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ଏମକେସିଜି ମେଡିକାଲ ଉପରେ ନିର୍ଭର କରନ୍ତି। ରାଜ୍ୟ ସରକାର କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ନକ୍ସା ଆଙ୍କିଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ରହିଥିବା ଏମ୍‌କେସିଜି ମେଡିକାଲ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଯାହାକି ବାରମ୍ବାର ଡାକ୍ତର ବଦଳି ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି। ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛନ୍ତି। ହେଲେ ସେହି ଅନୁସାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏଥିପାଇଁ ଏମ୍‌କେସିଜି ମେଡିକାଲରୁ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଯାଉଛନ୍ତି। ଗତ ମାର୍ଚ୍ଚ ୧୧ତାରିଖରେ ଏମ୍‌କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କ ବଦଳି ହୋଇଥିଲା। କିନ୍ତୁ ତାଙ୍କ ସ୍ଥାନରେ ଏମକେସିଜିକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନ ପୂରୁଣୁ ପୁଣି ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ଏହରକୁ ନେଇ ଏମକେସିଜି ମେଡିକାଲ କଲେଜ ଜୁନିୟର୍‌ ଡାକ୍ତର ଆସୋସିଏଶନ୍‌ (ଜେଡିଏ) ତରଫରୁ ବିକ୍ଷୋଭ କରାଯାଇଥିଲା। କିନ୍ତୁ ଶାସକ ଦଳ ନେତା କି ବିରୋଧୀ କେହି ହେଲେଏହି ପ୍ରସଙ୍ଗ ନେଇ ପାଟି ଖୋଲି ନଥିଲେ। ଅନ୍ୟପଟେ ଆଗକୁ ନ୍ୟାସନାଲ୍‌ ମେଡିକାଲ କାଉନସିଲ୍‌ (ଏନ୍‌ଏମସି) ଟିମର ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏମକେସିଜିରୁ ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଟିମ ଫେରିଯିିବା ପରେ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଶୁଣିବାକୁ ମିଳୁଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି ଯେ ରାଜ୍ୟରେ ବିଶେଷଜ୍ଞ ଅଭାବ ରହିଥିବାରୁ ସରକାର ଡାକ୍ତରଙ୍କୁ ଗୋଟିଏ ମେଡିକାଲ କଲେଜରୁ ଅନ୍ୟ ମେଡିକାଲ କଲେଜକୁ ବଦଳି କରି ମେଡିକାଲ କାଉନସିଲର ସ୍ବୀକୃତି ହାସଲ କରୁଥିବା କୁହାଯାଉଛି। ଏଭଳି ମନଇଚ୍ଛା ବଦଳିର ସିଧାସଳଖ ପ୍ରଭାବ ରୋଗୀସେବା ଉପରେ ପଡ଼ୁଛି। ଏଣୁ ସରକାର ପ୍ରଥମେ ରାଜ୍ୟର ୩ଟି ମେଡିକାଲ କଲେଜ (କଟକ, ବ୍ରହ୍ମପୁର, ବୁର୍ଲା)ର ଭିତ୍ତିଭୂମିରେ ଉନ୍ନତି ଆଣନ୍ତୁ, ତା’ ପରେ ଅନ୍ୟ ମେଡିକାଲ କଲେଜ ଖୋଲନ୍ତୁ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri