Posted inଜାତୀୟ

୧୧ ବର୍ଷରେ ୨୧ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ଗସ୍ତରେ ଅଛନ୍ତି। ଏହି ସମୟରେ, ମରିସସର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଆଣ୍ଡ କି ଅଫ ଦି ଇଣ୍ଡିଆନ ଓସେନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ।
ଏପର୍ଯ୍ୟନ୍ତ ୨୧ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରମୁଖ ସମ୍ମାନ ମିଳିଛି:
୨୦୧୬ – ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ। ରାଜା ଅବଦୁଲଅଜିଜ ସାସ
୨୦୧୬ – ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ। ଗାଜି ଆମିର ଅମାନୁଲ୍ଲା ଖାନଙ୍କ ରାଜ୍ୟ ଅର୍ଡର
୨୦୧୮ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଗ୍ରାଣ୍ଡ କଲାର ଅଫ ଦ ଷ୍ଟେଟ ଅଫ ଫିଲିସ୍ତିନ
୨୦୧୯ – ସଂଯୁକ୍ତ ଆରବ ଏମିରେଟ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ। ଅର୍ଡର ଅଫ ଜାୟଦ
୨୦୧୯- ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ (୨୦୧୯ରେ ଘୋଷିତ, ୨୦୨୪ରେ ପ୍ରଦାନ)। ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ଆପୋଷ୍ଟଲ
୨୦୧୯ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଅର୍ଡର ଅଫ ଦି ଡିଷ୍ଟିଙ୍ଗୁଇଷ୍ଟ ରୁଲ ଅଫ ନିଶାନ ଇଜ୍ଜୁଦ୍ଦିନ
୨୦୧୯ – ବାହାରିନର ସର୍ବୋଚ୍ଚ ସମ୍ମାନ। କିଙ୍ଗ ହମାଦ ଅର୍ଡର ଅଫ ଦି ରେନେସାଁ
୨୦୨୦ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଲିଜନ ଅଫ ମେରିଟ (ଡିଗ୍ରୀ ଚିଫ କମାଣ୍ଡର)
୨୦୨୧ – ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ (୨୦୨୧ରେ ଘୋଷିତ, ୨୦୨୪ରେ ପ୍ରଦାନ)। ଅର୍ଡର ଅଫ ଦି ଡ୍ରୁକ ଗ୍ୟାଲପୋ
୨୦୨୩- ଫିଜିର ସର୍ବୋଚ୍ଚ ସମ୍ମାନ। କମ୍ପାନିୟନ ଅଫ ଦି ଅର୍ଡର ଅଫ ଫିଜି
୨୦୨୩ – ପାପୁଆ ନ୍ୟୁଗିନିର ସର୍ବୋଚ୍ଚ ସମ୍ମାନ। ଗ୍ରାଣ୍ଡ କମ୍ପାନିୟନ ଅଫ ଦି ଅର୍ଡର ଅଫ ଲୋଗୋହୁ
୨୦୨୩ – ପାଲାଉର ସର୍ବୋଚ୍ଚ ସମ୍ମାନ। ଏବାକାଲ ପୁରସ୍କାର
୨୦୨୩ – ମିଶ୍ରର ସର୍ବୋଚ୍ଚ ରାଜକୀୟ ସମ୍ମାନ। ଅର୍ଡର ଅଫ ନାଇଲ
୨୦୨୩ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ। ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ଅନର
୨୦୨୩ – ଗ୍ରୀସର ସର୍ବୋଚ୍ଚ ସମ୍ମାନ। ଦ ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ଅନର
୨୦୨୪ ନାଇଜେରିଆର ଜାତୀୟ ପୁରସ୍କାର। ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ନାଇଜର
୨୦୨୪- ଗାଏନାର ସର୍ବୋଚ୍ଚ ଜାତୀୟ ପୁରସ୍କାର। ଦ ଅର୍ଡର ଅଫ ଏକ୍ସିଲେନ୍ସି
୨୦୨୪ – ଡୋମିନିକାର ସର୍ବୋଚ୍ଚ ଜାତୀୟ ପୁରସ୍କାର। ଡୋମିନିକା ଆଓ୍ବାର୍ଡ ଅଫ ଅନର
୨୦୨୪ – ବାରବାଡୋସର ସର୍ବୋଚ୍ଚ ସମ୍ମାନ। ଅନରାରୀ ଅର୍ଡର ଅଫ ଫ୍ରିଡମ ଅଫ ବାରବାଡୋସ
୨୦୨୪ – କୁଏତର ଜାତୀୟ ପୁରସ୍କାର। ଦ ଅର୍ଡର ଅଫ ମୁବାରକ ଅଲ-କବୀର
୨୦୨୫ – ମରିସସର ସର୍ବୋଚ୍ଚ ସମ୍ମାନ, ଦ ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଆଣ୍ଡ କି ଅଫ ଦି ଇଣ୍ଡିଆନ ଓସେନର।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri