Posted inଖେଳ

ଏହି ସବୁ ଦେଶ ମଧ୍ୟରେ ୨୦୩୬ ଅଲିମ୍ପିକ୍ସ ଲାଗି ଭାରତ ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ,୨ା୩: ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ସଭପତୀ ପଦ ଲାଗି ମୁଖ୍ୟ ଦାବିଦାର ସେବାଷ୍ଟିଆନ କୋଏଙ୍କ ମତରେ ୨୦୩୬ ଅଲିମ୍ପିକ ଗେମ୍ସ ଆୟାଜନ କରିବା ଲାଗି ଭାରତ ପ୍ରବଳ ଦାବିଦାର। କିନ୍ତୁ ଏହି ଆୟୋଜନ ଅଧିକାର ଲାଗି ଅନ୍ୟ ଦେଶ ମଧ୍ୟ ଇଚ୍ଛୁକ ଥିବାରୁ ପ୍ରତିଯୋଗିତା କଷ୍ଟକର ହେବ।

ଭାରତ ପକ୍ଷରୁ ଆଇଓସିର ଫ୍ୟୁଚର ହୋଷ୍ଟ କମିଟି ନିକଟରେ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ଲାଗି ‘ଲେଟର ଅଫ ଇଣ୍ଟେଣ୍ଟ’ ଦାଖଲ କରାଯାଇସାରିଛି।

ପୃଷ୍ଟଭୂମିକୁ ଦୃଷ୍ଟିରେ ରଖି ମୁଁ ଯାହା କହୁଛି, ତାହାକୁ ନେଇ ଚକିତ ହୁଅନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ଭାବେ ଅଲିମ୍ପିକ ଭଳି ବିଶ୍ୱସ୍ତରୀୟ କ୍ରୀଡ଼ା ଲାଗି ଭାରତର ପ୍ରତିବଦ୍ଧତା ଦେଖି ମୁଁ ବହୁତ ଖୁସି। କିନ୍ତୁ ଆୟୋଜନ ଲାଗି ବିଡ ପ୍ରତିଯୋଗିତା ଖୁବ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ। ଏଥିରେ କେବଳ ଗୋଟିଏ ଦେଶ ଭାଗ ନେବ ନାହିଁ। କିନ୍ତୁ ଭାରତ ମୁଖ୍ୟ ଦାବିଦାର ବୋଲି କୋଏ ଏକ ସାକ୍ଷାତକାରରେ କହିଛନ୍ତି।

ଭାରତ ବ୍ୟତୀତ ପୋଲାଣ୍ଡ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, କାତାର, ହଙ୍ଗେରୀ, ଟର୍କୀ, ମେକ୍ସିକୋ ଓ ଇଜିପ୍ଟ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଲାଗି ଇଚ୍ଛା ପ୍ରକଟ କରିଛନ୍ତି। ତେବେ ୨୦୨୬ ପୂର୍ବରୁ ୨୦୩୬ ଅଲିମ୍ପିକ୍ସ ଆୟୋଜକ ଦେଶର ନାମ ଜଣା ପଡ଼ିବ ନାହିଁ। କିନ୍ତୁ ଆସନ୍ତା ୨୦ ତାରିଖରେ ଆଇଓସି ମୁଖ୍ୟ ପଦ ଲାଗି ହେବାକୁ ଥିବା ନିର୍ବାଚନରେ ବିଜୟୀ ସଭାପତିଙ୍କ କାର୍ଯ୍ୟକାଳରେ ଆୟୋଜକ ଦେଶର ନାମ ପ୍ରକାଶ କରାଯିବା ନିଶ୍ଚିତ।

ଆଇଓସି ସଭାପତି ପଦ ଲାଗି ୭ ଜଣ ଦାବିଦାର ଥିବା ବେଳେ ମୁଖ୍ୟ ଦାବିଦାର ହେଉଛନ୍ତି କୋଏ। ତାଙ୍କର ଅଜା ହେଉଛନ୍ତି ଭାରତୀୟ ପଞ୍ଜାବୀ। ଆସନ୍ତା ୧୮ରୁ ୨୧ ପର୍ଯ୍ୟନ୍ତ କୋଷ୍ଟା ନାଭାରିନୋରେ ହେବାକୁ ଥିବା ନିର୍ବାଚନରେ ଆଇଓସିର ୧୦୦ରୁ ଅଧିକ ସଦସ୍ୟ ଭାଗ ନେବେ।

ଡବଲ ଅଲିମ୍ପିକ୍ସ ୧୫୦୦ମିଟର ସ୍ବର୍ଣ୍ଣ ବିଜେତା ୬୮ ବର୍ଷୀୟ କୋଏ ଆହୁରି କହିଛନ୍ତି ଯେ, ଅନେକ ସହର ବିଡ ପ୍ରତିଯୋଗିତାରେ ବିଫଳ ହୋଇଛନ୍ତି ଏବଂ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଣ୍ଡନ ୨୦୦୫ରେ ପ୍ୟାରିସକୁ ହରାଇ ୨୦୧୨ ଅଲିମ୍ପିକ ଆୟୋଜନ କରିଥିଲା। ଆମେ ଗତ ବର୍ଷ ପ୍ୟାରିସରେ ଅଲିମ୍ପିକ୍ସ ଦେଖିଲେ। ରିଓ ମଧ୍ୟ ୨୦୧୨ ଅଲିମ୍ପିକ ଲାଗି ପ୍ରାରମ୍ଭିକ ରାଉଣ୍ଡରେ ବିଫଳ ହୋଇଥିଲା। ମାତ୍ର ପରବର୍ତ୍ତୀ ସଂସ୍କରଣ ରିଓରେ ଅନୁଷ୍ଠିତ ହୋଇଥିଲା। ଏହାର ଅର୍ଥ ଯେ, ଯଦି ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇବାରେ ବିଫଳ ହେଉଛି, ତେବେ ତାହା କାହାଣିର ଅନ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri