Posted inଖେଳ

୨୦୨୭ ଫିଫା ମହିଳା ବିଶ୍ୱକପ୍‌: ଏଆଇଏଫ୍‌ଏଫ୍‌ ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ, ସାଇର ସମର୍ଥନ

ନୂଆଦିଲ୍ଲୀ,୨୫।୫ (ପି.ଟି.): ୨୦୨୭ ଫିଫା ମହିଳା ବିଶ୍ୱକପ୍‌କୁ ଭାରତୀୟ ଦଳ ପଠାଇବା ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ବିଧିବଦ୍ଧ ଭାବେ ଏକ ଯୋଜନା ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ବିନା ଦ୍ୱିଧାରେ ସମର୍ଥନ ଜଣାଇଛି।
ଏହି ମେଗା ଇଭେଣ୍ଟ ପାଇଁ ଭାରତୀୟ ମହିଳା ଦଳ ଯୋଗ୍ୟତା ହାସଲ କରିବାରେ ସମର୍ଥ ହେବ ବୋଲି ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଫିଫା ବିଶ୍ୱକପ୍‌ ପାଇଁ ପୁରୁଷ ଦଳ ଯୋଗ୍ୟତା ହାସଲ କରିବା ପୂର୍ବରୁ ମହିଳା ଦଳ ସଫଳ ହେବ ବୋଲି ସେ କହିଛନ୍ତି। ଯଦିଓ ମହିଳା ଫୁଟବଲକୁ ସେତେଟା ଗୁରୁତ୍ୱ ଦିଆଯାଇନାହିଁ। ବର୍ତ୍ତମାନ ଦେଶରେ ମହିଳା ଫୁଟବଲର ବିକାଶ ପାଇଁ ଫେଡେରେଶନ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
ଏବେକାର ୧୮ ବର୍ଷରୁ କମ୍‌ ଦଳ ପାଇଁ ଆମେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛୁ। ଏହାଦ୍ୱାରା ଭାରତୀୟ ମହିଳା ଦଳ ୨୦୨୭ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରିବ ବୋଲି ସେ କହିଛନ୍ତି। ଆମର ଏହି ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ ଓ ସାଇ ସମର୍ଥନ କରିଛନ୍ତି। ଏଥିପାଇଁ ଆମେ କୃତଜ୍ଞ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ୨୦୨୭ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଯୋଗ୍ୟତା ହାସଲ କରିବାରେ ସମର୍ଥ ହେବ ବୋଲି ଗତ ଡିସେମ୍ବରରେ ପଟେଲ କହିଥିଲେ। ତେବେ ଏଥିପାଇଁ ଏକ ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟକରିବାକୁ ଏଆଇଏଫ୍‌ଏଫ୍‌କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଭାରତରେ ଆସନ୍ତାବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜନ ହେବ ବୋଲି ଫିଫା କାଉନସିଲ ଗତ ଗୁରୁବାର କହିଥିଲା। ଭାରତ ଗତବର୍ଷ ଏହି ମେଗା ଇଭେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା। ଭାରତ ମଧ୍ୟ ୨୦୨୨ରେ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟି ମେଗା ଇଭେଣ୍ଟ ସଫଳତାର ସହ ଆୟୋଜନ ହେଲେ ଏହା ଭାରତୀୟ ମହିଳା ଫୁଟବଲକୁ ଆହୁରି ଆଗକୁ ନେବାରେ ସହାୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?