Posted inଖେଳ

ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍‌ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ ଗ୍ରୁପ ଏରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକାକୁ ଗ୍ରହଣ କରିବ। ଗ୍ରୁପ ବିରେ ବେଲଜିୟମ, ଜର୍ମାନୀ, କୋରିଆ ଏବଂ ଜାପାନ ସ୍ଥାନିତ ହୋଇଛି। ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ ଏବଂ ଚିଲି ଗ୍ରୁପ ସିରେ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜାନୁୟାରୀ ୧୩, ୨୦୨୩ରୁ ଜାନୁୟାରୀ ୨୯, ୨୦୨୩ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଛି। ଏଭଳି ପରିସ୍ଥିତିରେ ହକି ର଼୍ୟାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି। କମନୱେଲଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିୟ ଦଳ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଚିଲି ସହିତ ଗ୍ରୁପ-ଏରେ ସ୍ଥାନିତ ହୋଇଛି। ଗତ ଥର ଚାମ୍ପିୟନ ବେଲଜିୟମ ଏସୀୟ ଚାମ୍ପିୟନ ଦକ୍ଷିଣ କୋରିଆ, ଜର୍ମାନୀ ଏବଂ ଜାପାନ ସହିତ ଗ୍ରୁପ ବିରେ ଅଛନ୍ତି।
ହକି ବିଶ୍ୱକପର ୫୨ ବର୍ଷ ଇତିହାସରେ ଭାରତୀୟ ଦଳ କେବଳ ଥରେ ଟାଇଟଲ ଜିତିଛି। ୧୯୭୫ରେ, ଭାରତୀୟ ଦଳ ମାଲେସିଆରେ ଚାମ୍ପିଅନ ହୋଇଥିଲେ। ଏହା ବ୍ୟତୀତ ଭାରତ ୧୯୭୩ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ୧୯୭୧ରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ଏବଂ ଟିମ ଇଣ୍ଡିଆ ତୃତୀୟ ସ୍ଥାନ ଅଧିକାର କରିଥିଲା। ଭାରତରେ ଚତୁର୍ଥ ଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଭାରତ ପୂର୍ବରୁ ୧୯୮୨, ୨୦୧୦ ଏବଂ ୨୦୧୮ରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ହକି ବିଶ୍ୱକପ ଇତିହାସରେ ପାକିସ୍ତାନ ସବୁଠାରୁ ସଫଳ ଦଳ। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ସର୍ବାଧିକ ଚାରିଥର ଜିତିଛି।

Image


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିର ଦିନରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ସଚିନ

ନୂଆଦିଲ୍ଲୀ,୨୩।୩- ଠିକ୍‌ ୧୭ ବର୍ଷ ତଳେ ଅର୍ଥାତ ୨୦୦୩ ମାର୍ଚ୍ଚ ୨୩ ତାରିଖରେ ସଚିନ ତେନ୍ଦୁଲକରଙ୍କ ଯୋଗୁ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ...

ଏକବିଂଶ ଶତାବ୍ଦୀରେ ଜାଡେଜା ଭାରତର ସବୁଠାରୁ ମୂଲ୍ୟବାନ ଟେଷ୍ଟ ଖେଳାଳି

ନୂଆଦିଲ୍ଲୀ, ୧ା୭: ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଖୁସି ଖବର। କ୍ରିକେଟର ବାଇବେଲ ଭାବେ ପରିଚିତ ଓ୍ବିଜଡେନ ଜାଡେଜାଙ୍କୁ ଏକବିଂଶ ଶତାବ୍ଦୀର ସବୁଠାରୁ...

କୁଦରମେତୋଭାଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଚାଲର୍‌ସଟନ, ୧୩ା୪ (ଏପି)-ରୁଷିଆର ଭେରୋନିକା କୁଦରମେତୋଭା କ୍ଲେ-କୋର୍ଟରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଭଲଭୋ କାର୍‌ ଓପନ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ...

ବିଦା ହେବେ ଶ୍ରୀଲଙ୍କା କୋଚ୍‌

କଲମ୍ବୋ,୧୯ା୭(ଏଏଫ୍‌ପି)- ବିଶ୍ୱକପ୍‌ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ...

ମାସକୁ ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ଟାଣି ଅବସ୍ଥା ଖରାପ! ହୁଇଲ୍‌ ଚେୟାରରେ ଟାଇସନ

ନ୍ୟୁୟର୍କ,୨୦।୮: ଆମେରିକାର ପୂର୍ବତନ ଷ୍ଟାର ବକ୍ସର ମାଇକ୍‌ ଟାଇସନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ। ସେ ହୁଇଲ୍‌ଚେୟାରରେ ନଜର ଆସିବା ପରେ ସାରା ବିଶ୍ୱରେ ଥିବା ପ୍ରଶଂସକ ଚିନ୍ତା...

ସନ୍‌ଙ୍କୁ ରେକର୍ଡ ୪୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ

ଗ୍ବାଙ୍ଗଜୁ, ୨୧ା୭ (ଏଏଫ୍‌ପି)- ଚାଇନାର ସନ୍‌୍‌ ୟାଙ୍ଗ୍‌ ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ପ୍ରତିଯୋଗିତାର ୪୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ: ସେପ୍ଟେମ୍ବରରୁ ଘରୋଇ କ୍ରିକେଟ ସିଜନ

ନୂଆଦିଲ୍ଲୀ, ୧୮ା୪ (ପି.ଟି.)- ସେପ୍ଟେମ୍ବରରେ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ୨୦୨୧-୨୨ ଘରୋଇ ସିଜନ ଆରମ୍ଭ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଏହି ବ୍ୟକ୍ତିଙ୍କ ମ୍ୟାଚ୍‌ ଦେଖିବାକୁ ହାଇଦ୍ରାବାଦ୍‌ ଗଲେ ସାରା, ୟୁଜର୍ସ କହିଲେ, ଶୁଭମନ୍‌ଙ୍କୁ ଦେଲ ଧୋକା

ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ମଡେଲିଂରେ ଯୋଗ ଦେଇଛନ୍ତି। ସାରା ସୋସିଆଲ ମିଡିଆରେ...

Advertisement
Archives

Model This Week