Posted inଜାତୀୟ

ସହଜ ନୁହେଁ ୨୦୨୨ ନିର୍ବାଚନ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜନବହୁଳ ରାଜ୍ୟରେ ବ୍ୟାକ୍‌ଫୁଟ୍‌ରେ ଛିଡ଼ାହୋଇଛି ଗୈରିକ ଦଳ।

୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେବା ପୂର୍ବରୁ ରାଜ୍ୟରେ ନୂଆ ସରକାର ଗଠନ ଲାଗି ଭୋଟ କରାଯିବ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। ଉଭୟ ନିର୍ବାଚନରେ ଦଳ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ଭାଜପା କେନ୍ଦ୍ରୀୟ ନେତୃତ୍ୱ ଚିନ୍ତିତ। କାରଣ ଦିଲ୍ଲୀକୁ କ୍ଷମତାର ରାସ୍ତା ୟୁପି ଦେଇ ଗତି କରିଥାଏ। ଲୋକ ସଭାରେ ୟୁପିର ଆସନ ସଂଖ୍ୟା ହେଉଛି ୮୦। ଏଭଳି ଆଶଙ୍କା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ। ସେହିପରି କୋଭିଡ୍‌ ମୁକାବିଲାରେ ଯୋଗୀ ସରକାରଙ୍କ ବିଫଳତା ମଧ୍ୟ ଭାଜପା ପାଇଁ ବିପର୍ଯ୍ୟୟ ଆଣିଦେଇପାରେ ବୋଲି କୁହାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ବିଦ୍ରୋହର ସ୍ବର ଉଠାଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅବସ୍ଥା କ’ଣ ହୋଇଥିଲା ଯୋଗୀ ତାକୁ ସ୍ମରଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ମୋଦି-ଯୋଗୀଙ୍କ ମଧ୍ୟରେ ମତପାର୍ଥକ୍ୟ ଆଉ କାହାକୁ ଅଛପା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ଜାତିଗତ ଓ କ୍ଷେତ୍ରୀୟ ସମୀକରଣକୁ ହିସାବକୁ ନିଆଯିବ। କେତେଜଣ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ଚେହେରାଙ୍କୁ ସ୍ଥାନ ମିଳିବ। ଅନ୍ୟ କେତେଜଣ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇପାରେ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରବିନ୍ଦ କୁମାର ଶର୍ମାଙ୍କୁ ୟୁପି ସରକାରରେ ସ୍ଥାନ ମିଳିପାରେ। ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଗୁଜରାଟ କ୍ୟାଡର ଅଫିସର ନିକଟରେ ସ୍ବେଚ୍ଛାକୃତ ଅବସର ନେଇ ୟୁପି ବିଧାନ ପରିଷଦକୁ ଏମ୍‌ଏଲ୍‌ସି ଭାବେ ନିର୍ବାଚିତ ହୋଇଛନ୍ତି। ଅରବିନ୍ଦ ଶର୍ମାଙ୍କୁ ଯୋଗୀ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ନ ଦେଇ ଖୋଲାଖୋଲି ବିରୋଧ କରୁଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ୟୁପି ନେତୃତ୍ୱରେ ବଡ଼ ଧରଣର ପରିବର୍ତ୍ତନ କରି ରିସ୍କ ନେବାକୁ ଚାହୁଁନାହାନ୍ତି। ତେଣୁ ରାଜ୍ୟରେ ଦଳୀୟ ସଙ୍ଗଠନ କିମ୍ବା ସରକାରରେ ନେତୃତ୍ୱ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବର୍ତ୍ତମାନ ନିଜ ନିଜ ପଦରେ ରହିବେ। ଆଗାମୀ ନିର୍ବାଚନରେ ଏହି ଦୁଇ ନେତା ନେତୃତ୍ୱ ନେଇପାରନ୍ତି।
ପ୍ରକାଶ ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମହାସଚିବ ଦତ୍ତାତ୍ରେୟ ହୋସ୍‌ବାଲେ ସୋମବାର ଲକ୍ଷ୍ନୌ ଗସ୍ତ ବେଳେ ସଂଘର ପଦାଧିକାରୀ ଏବଂ ଭାଜପାର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଭାଜପାର ସଙ୍ଗଠନ ସମ୍ପାଦକ ବି.ଏଲ୍‌. ସନ୍ତୋଷ ଏବଂ ପ୍ରଦେଶ ପ୍ରଭାରୀ ରାଧାମୋହନ ସିଂଙ୍କୁ ଲକ୍ଷ୍ନୌ ପଠାଯାଇଥିଲା। ଲକ୍ଷ୍ନୌରେ ତିନି ନେତା ସ୍ଥାନୀୟ ନେତା ଏବଂ କେତେଜଣ ମନ୍ତ୍ରୀ ତଥା ବିଧାୟକଙ୍କୁ ଭେଟିଥିଲେ। ସ୍ବତନ୍ତ୍ର ଦେବ ସିଂଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭାଜପାର ପ୍ରଦେଶ ଅଧ୍ୟକ୍ଷ କରାଯିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ବେଶି ସମୟ ନ ଥିବାରୁ ଦଳ ନେତୃତ୍ୱ ପରିବର୍ତ୍ତନର ରିସ୍କ ନେବାକୁ ଚାହିଁଲା ନାହିଁ। ଫିଡ୍‌ବ୍ୟାକ୍‌ ମିଳିବା ପରେ ସ୍ଥିର କରାଯାଇଛି ଯେ, ୟୁପିରେ ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ବୟ ଜରୁରୀ। ଏଥିପାଇଁ ନିୟମିତ ଭାବେ ବୈଠକ ବସିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆସନ୍ତା ମାସରେ ୟୁପି ଗସ୍ତ କରିବେ। ସଂଘ ଓ ଭାଜପା ନେତାଙ୍କ ଲଗାତର ଗସ୍ତ ଓ ମାରାଥନ୍‌ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ୟୁପିରେ ଦଳର ବିଜୟ ଆଦୌ ସହଜ ହେବ ନାହିଁ ବୋଲି କୁହାଯାଉଛି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?