Posted inଖେଳ

୨୦୧୧ ବିଶ୍ୱକପ୍‌ ଫାଇନାଲ ଫିକ୍ସିଂ ଅଭିଯୋଗ: ଆପରାଧିକ ତଦନ୍ତ ନିର୍ଦ୍ଦେଶ

କଲମ୍ବୋ, ୧ା୭: ଆଇସିସି ବିଶ୍ୱକପ୍‌ ୨୦୧୧ ଫାଇନାଲ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଆପରାଧିକ ଯାଞ୍ଚ ପାଇଁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଚରେ କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଭାରତ ନିକଟରୁ ହାରିଯାଇଥିଲା। ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ ଅର୍ଜୁନ ରଣତୁଙ୍ଗା ମଧ୍ୟ ଫଳାଫଳ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ସଚିବ କେ.ଡି.ଏସ୍‌ ରୁଓ୍ବାନଚନ୍ଦ୍ରା ସୋମବାର ପ୍ରକାଶ କରିଛନ୍ତି। କ୍ରୀଡ଼ା ସମ୍ପର୍କିତ ଅପରାଧର ବୁଝାଶୁଝା ପୋଲିସ ବିଭାଗର ସ୍ବତନ୍ତ୍ର ସ୍ବାଧୀନ ତଦନ୍ତ ୟୁନିଟ ଦ୍ୱାରା ଏହା କରାଯାଉଛି। ଚଳିତମାସ ପ୍ରଥମଭାଗରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥ୍‌ଗାମେଜ୍‌ ଅଭିଯୋଗକରି କହିଥିଲେ ଶ୍ରୀଲଙ୍କା ଏହି ମ୍ୟାଚକୁ ବିକ୍ରି କରି ଦେଇଥିଲା, ଯାହା ଫଳରେ ଭାରତ ବିଜୟ ଲାଭ କରିଥିଲା। ସେ ଏକଥା ମଧ୍ୟ କହିଛନ୍ତି ଏହି କାର୍ଯ୍ୟପାଇଁ ମୁଁ କୌଣସି ଖେଳାଳିଙ୍କୁ ଦୋଷାରୋପ କରିବାକୁ ଚାହୁ ନାହିଁ। କିନ୍ତୁ କେତେକଙ୍କର ଏହା ପଛରେ ହାତ ରହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତଦନ୍ତକାରୀମାନେ ମଙ୍ଗଳବାର ପୂର୍ବତନ ଅଧିନାୟକ ତଥା ୨୦୧୧ ଫାଇନାଲ ପାଇଁ ମୁଖ୍ୟ ଚୟନକର୍ତ୍ତା ଥିବା ଅରବିନ୍ଦ ଡି’ସିଲ୍‌ଭାଙ୍କୁ ଜେରା କରିଛନ୍ତି। ସୂଚନାଯୋଗ୍ୟ, ଫାଇନାଲ ମ୍ୟାଚ୍‌ଟି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ୬ ଉଇକେଟରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୨୭୪/୬ ସ୍କୋର କରିଥିଲା। ଭାରତୀୟ ସୁପରଷ୍ଟାର ସଚିନ ତେନ୍ଦୁଲକର ମାତ୍ର ୧୮ରନ କରି ଆଉଟ ହୋଇଯିବା ପରେ ଶ୍ରୀଲଙ୍କା ଭଲ ସ୍ଥିତିରେ ଥିଲା। କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କାର ଦୁର୍ବଳ ବୋଲିଂ ଓ ଫିଲ୍ଡିଂ ଯୋଗୁ ଭାରତ ମ୍ୟାଚରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ବିଜୟ ଲାଭ କରିଥିଲା। ଅନ୍ୟପକ୍ଷରେ ସଙ୍ଗକାରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଲୁଥ୍‌ଗାମେଜ ତାଙ୍କ ଅଭିଯୋଗକୁ ଗ୍ଲୋବାଲ ଗଭର୍ନିଂବଡି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଉପସ୍ଥାପନ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?