ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ

କଟକ,୭ା୪(କାର୍ତ୍ତିକ ସାହୁ)କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲକୁ ୨ ବର୍ଷ ପୂରଣ ହୋଇଛି। ୨୦୨୨ ଏପ୍ରିଲ ୭ ତାରିଖରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିଲେ। ଏହି ୨ ବର୍ଷ ମଧ୍ୟରେ ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଏକ ରେକର୍ଡ ସୃଷ୍ଟି ହୋଇଛି ବୋଲି କଟକ କିଲ୍ଲାଖାଇସ୍ଥିତ ମେୟରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସୁବାସ ସିଂ ଏବଂ ଡେପୁଟି ମେୟର ଦମୟନ୍ତୀ ମାଝି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନବନିର୍ମିତ କଟକ ନେତାଜୀ ବସ୍‌ ଟର୍ମିନାଲ ଓ ମୁଖ୍ୟ ଡ୍ରେନ୍‌ର ରୂପାନ୍ତର ହୋଇ ବକ୍ସଡ୍ରେନ୍‌ର ଚାରିଥାକିଆ ରାସ୍ତା ସହ ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଇତିହାସ ରଚିଛି। ୧୦୦ ବର୍ଷର ରାସ୍ତା ଉପରେ ବ୍ୟବସାୟ କରୁଥିବା ଛତ୍ରବଜାର ପରିବା ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ବସାଇବା ପାଇଁ ଅର୍ବାନ ହାଟ ନିର୍ମାଣ କରାଯାଇଛି। ରାଣୀହାଟରେ ନିର୍ମିତ ୱାଚ୍‌ ଟାୱାର ସହରର ଗରିମାକୁ ବଢ଼ାଇବାରେ ସହାୟ ହୋଇଛି। ଜାଗା ମିଶନ ଜରିଆରେ ୩,୪୮୦ ଜଣ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ନରଣପୁରଠାରେ ୫୦୫ଟି ଅର୍ଥନୈତିକ ଅନଗ୍ରସର ପରିବାରକୁ ସିଏମ୍‌ସି ପକ୍ଷରୁ ସ୍ବଳ୍ପ ମୂଲ୍ୟରେ ଘର ଦିଆଯିବାର ବ୍ୟବସ୍ଥା କରାଯାଇପାରିଛି।
ଚଳିତବର୍ଷ ୭,୫୨୯ ଜଣ ଲୋକଙ୍କୁ ସିଏମ୍‌ସି ଜରିଆରେ ମଧୁବାବୁ ପେନ୍‌ସନ୍‌ ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ଚଳିତବର୍ଷ ୩୬ଟି ନୂଆ ଅଙ୍ଗନୱାଡି କେନ୍ଦ୍ର, ୨୯ଟି ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ସରି ବ୍ୟବହାର ଉପଯୋଗୀ ହୋଇପାରିଛି। ମୁକ୍ତା ଯୋଜନାରେ ୪୨୮ଟି ପ୍ରକଳ୍ପ କାମ ଏସ୍‌ଏଚ୍‌ଜି ମହିଳାଙ୍କ ମାଧ୍ୟମରେ କରାଯାଇଛି। ୧୦ଟି ବସ୍ତିରେ ସ୍ମାର୍ଟ ଲାଇବ୍ରେରି ପ୍ରତିଷ୍ଠା ହୋଇଛି। ୧୦ରୁ ଊର୍ଦ୍ଧ୍ୱ ପାର୍କ ନିର୍ମାଣ ଓ ୩୦ଟି ୱାର୍ଡ ଅଫିସ କାର୍ଯ୍ୟକ୍ଷମ ହୋଇଛି। ୭୫ ଲକ୍ଷ ଟଙ୍କା ବ୍ୟୟରେ ଗୋରାକବରସ୍ଥିତ ମଧୁସୂଦନ ଦାସଙ୍କ ସମାଧି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ୧.୬୫ କୋଟି ଟଙ୍କା ବିନିଯୋଗରେ ଟାଉନ୍‌ ହଲଠାରେ ଅତ୍ୟାଧୁନିକ ଆର୍ଟ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି। ଏହାଛଡ଼ା ୩୧କୋଟି ଟଙ୍କା ବିନିମୟରେ ଓଡ଼ିଶାର ବୃହତ୍‌ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରି ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୧୦ କୋଟି ବ୍ୟୟରେ ଦ୍ୱିତୀୟ ବକ୍ସଡ୍ରେନ୍‌ ପାଇଁ ଟେଣ୍ଡର କରାଯାଇ ରାଉସାପାଟଣାରୁ ଝୋଲାସାହି ଆଡ଼କୁ କାମ ଆରମ୍ଭ ହେବାକୁ ଯାଉଛି।
୩୦ କୋଟି ଟଙ୍କା ବିନିମୟରେ ନେତାଜୀ ଜନ୍ମପୀଠର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଗଙ୍ଗା ମନ୍ଦିର ପୋଖରୀର ଉନ୍ନତୀକରଣ, ଲେଜର ଶୋ, ଫୁଡ୍‌ କୋର୍ଟ, ଯୋଗକେନ୍ଦ୍ର ଆକର୍ଷଣୀୟ ଢଙ୍ଗରେ ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଫୁଡ୍‌ କୋର୍ଟ ପୂର୍ଣ୍ଣାଙ୍ଗ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଦୀର୍ଘ ବର୍ଷର ପେଟ୍ଟା ନାଳ କାର୍ଯ୍ୟ ୩୯ କୋଟି ଟଙ୍କା ବିନିମୟରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ବିଜୁ ପଟ୍ଟନାୟକ ପାର୍କର ପୁନଃନିର୍ମାଣ, ଜୁଡିସିଆଲ ଏକାଡେମୀ ସମ୍ମୁଖରେ ଉନ୍ନତ ଧରଣର ପାର୍କ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ମହାନଦୀ ବିହାର ନୂଆବଜାରଠାରୁ ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଉନ୍ନତୀକରଣ ଓ ମିନି ଷ୍ଟାଡିୟମ କାମ ଚାଲିଛି।
ଚୌଧୁରୀ ବଜାରସ୍ଥିତ ସିଏମ୍‌ସି ଅଫିସ ନିକଟରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ଓ ଶହୀଦ ଭବନରେ ଅତ୍ୟାଧୁନିକ ସୁବିଧା ପ୍ରଦାନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ସିଏମ୍‌ସିର ଐତିହାସିକ ସଫଳତା, ସମସ୍ତ କର୍ପୋରେଟରଙ୍କ ନିଷ୍ଠାପର ସହଯୋଗ, ସବୁ ଅଧିକାରୀ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମରେ ଏହା ହୋଇପାରିଛି ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?