୨୦୦ ବର୍ଷ ପୁରୁଣା ଉଦୟପୁର ଦୁର୍ଗାପୂଜା: ବିଜୟାଦଶମୀରେ ନିଆରା ଦିଗବିନ୍ଧା ପରମ୍ପରା

ପାଟଣା,୨।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରର ରେ ରାଜା ରାଜୁଡ଼ା ଅମଳରୁ ୨ଶହ ବର୍ଷ ତଳୁ ଅଷ୍ଟଧାତୁ ନିର୍ମିତ ଦେବୀ ଦୁର୍ଗାପୂଜା ସ୍ବତନ୍ତ୍ର ମାନ୍ୟତା ରହିଛି। କେନ୍ଦୁଝରର ଶେଷ ରାଜା ବଳଭଦ୍ର ନାରାୟଣ ଭଞ୍ଜଦେଓଙ୍କ ସମୟରେ ଉଦୟପୁର ଏକ ଦଣ୍ଡପାଟ ଥିଲା। ବାଲବଦ୍ର ଭଞ୍ଜ ୧୯୨୬ ମସିହା ଅଗଷ୍ଟ ମାସ ୧୨ ତାରିଖ କେନ୍ଦୁଝରର ରାଜା ଭାବେ ଅଭିସିକ୍ତ ହେବା ପରଠାରୁ ଏକ ଅଷ୍ଟଧାତୁ ନିର୍ମତ ଦୁର୍ଗାମୂର୍ତ୍ତି ଦେଇ ଏଠାରେ ପୂଜାର୍ଚ୍ଚନା ସହ ଏକ ପ୍ରମୁଖ ଶକ୍ତି ଉପାସନା କେନ୍ଦ୍ର ରୂପେ ବିବେଚିତ ହୋଇ ଆସୁଛି।

ଏହି ଅଷ୍ଟ ଧାତୁ ନିର୍ମିତ ଦୁର୍ଗା ମୂର୍ତ୍ତିରେ ପ୍ରଥମେ ଉଦୟପୁରରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କାଳକ୍ରମେ ଅଷ୍ଟ ଧାତୁର ମୂର୍ତ୍ତିଟି ଚୋରି ହୋଇଯାଇଥିଲା। ପୁନର୍ବାର ଗ୍ରାମବାସୀଙ୍କ ଉଦ୍ୟମରେ ଏକ ଅଷ୍ଟ ଧାତୁର ମୂର୍ତ୍ତି ନିର୍ମାଣ କରି କରି ପୂଜା ଅର୍ଚ୍ଚନା ହୋଇ ଆସୁଥିବାବେଳେ ୧୯୬୫ମସିହାରୁ ମୃଣ୍ମୟୀ ମୂର୍ତ୍ତି ସହ ଅଷ୍ଟଧାତୁର ମୂର୍ତ୍ତି ମଧ୍ୟ ପୂଜା କରାଯାଉଛି l

ଚଳିତ ବର୍ଷ ଦଶମୀ ଗୁରୁବାରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ସହସୂର୍ଯ୍ୟ ପୂଜା, ହୋମ ଯଜ୍ଞ, ଦିଗ ବିନ୍ଧା କାର୍ଯ୍ୟକ୍ରମ ନୀତି କାନ୍ତିରେ ପୂଜା ସଂପନ୍ନ ହୋଇଛି। ପରମ୍ପରା ଅନୁଯାୟୀ, ଦିଗବିନ୍ଧା ପଡ଼ିଆରେ ନୀତିକାନ୍ତିରେ ୪ ଦିଗରେ ୪ କଦଳୀ ଗଛ ପୋତି ଧନୁରେ ଶର ବିନ୍ଧା ସମ୍ପୂର୍ଣ୍ଣ ହୋଇଛି। ରାତ୍ରିରେ ରାବଣ ଦହନ କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଠାନର ଗୋପ ବନ୍ଧୁ ବିଶାଳ କହିଛନ୍ତି। ପୂଜକ ପଣ୍ଡିତ ନିରଞ୍ଜନ ଦାଶ, ଆଚାର୍ଯ୍ୟ ସୋମ୍ୟରଞ୍ଜନ ଦାଶ, ଭକ୍ତ ରଞ୍ଜନ ଦାଶ,ଫାଲଗୁନ ଦାଶ ପ୍ରମୁଖ ନୀତି କାନ୍ତିରେ ପୂଜାର୍ଚ୍ଚନା କରିଥିବାବେଳେ କର୍ତ୍ତା ଭାବେ ନିହାର ରଞ୍ଜନ ଦେଓ ଓ ସ୍ତ୍ରୀ ମଧୁସ୍ମିତା ଦେବୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। କମିଟିର ସଭାପତି ପ୍ରଶାନ୍ତ ପରିଡ଼ା,ସଂପାଦକ ମାନସ ରଞ୍ଜନରାଜ,ସଦସ୍ୟ ବିପିନ ବିହାରୀ ସାମଲ,ନୃସିଂହ ଚରଣ ବିଶ୍ବାଳ,ସତ୍ୟପ୍ରିୟ ପୋହି,ପ୍ରମୁଖଙ୍କ ସହିତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri