Posted inଜାତୀୟ

ମୋବାଇଲରେ ଦେଖିହେବ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ଇତିହାସରେ ମଙ୍ଗଳବାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏକ ସାମ୍ବିଧାନିକ ପୀଠରେ ଶିବସେନା ମାମଲାର ବିଚାର ଚାଲିଥିବାବେଳେ ପ୍ରଥମ ଥର ପାଇଁ ଏହାର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) କରାଯାଇଛି। ଆଗକୁ ମଧ୍ୟ ସାମ୍ବିଧାନିକ ପୀଠର ଶୁଣାଣି webcast.Gov.In/scindia/ରେ ଉପଲବ୍ଧ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
୨୦୧୮ ସେପ୍ଟେମ୍ବର ୨୭ରେ ତତ୍କାଳୀନ ପ୍ରଧାନ ବିଚାରପତି (ସିଜେଆଇ) ଦୀପକ ମିଶ୍ର ସାମ୍ବିଧାନିକ ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଶୁଣାଣି ବେଳେ ଲାଇଭ୍‌ ଟେଲିକାଷ୍ଟ ବା ଓ୍ବେବ୍‌କାଷ୍ଟ କରାଯିବା ନେଇ ଐତିହାସିକ ରାୟ ଦେଇଥିଲେ। ସେ କହିଥିଲେ, ସୂର୍ଯ୍ୟାଲୋକ ହେଉଛି ସର୍ବୋତ୍ତମ ଜୀବାଣୁନାଶକ। ଅର୍ଥାତ୍‌ ଅଦାଲତ ନ୍ୟାୟ ପ୍ରଦାନ ସହ ରାୟକୁ ସର୍ବସାଧାରଣଙ୍କ ପାଇଁ ଦୃଶ୍ୟମାନ କରାଇବା ଆବଶ୍ୟକ। କୋର୍ଟରୁମ୍‌ର ବିଚାର ପ୍ରକ୍ରିୟା ସମ୍ପର୍କରେ ଜାଣିବା ଅଧିକାର ନାଗରିକଙ୍କର ରହିଛି। ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ନ୍ୟାୟପାଳିକାର ନିଷ୍ପତ୍ତି ଲୋକଙ୍କ ପାଇଁ ଉପଲବ୍ଧ କରାଯିବ। ଜଷ୍ଟିସ୍‌ ମିଶ୍ରଙ୍କ ଘୋଷଣାର ଠିକ୍‌ ୪ ବର୍ଷ ପରେ ସିଜେଆଇ ୟୁ. ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଜଷ୍ଟିସ୍‌ ଲଳିତ ଗତ ସୋମବାର କହିଥିଲେ, ସର୍ବୋଚ୍ଚ ଅଦାଲତ ନିଜସ୍ବ ଲାଇଭ୍‌ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ଶୁଣାଣିଗୁଡ଼ିକର ସିଧା ପ୍ରସାରଣ କରିବେ। ପ୍ରଥମେ ୟୁଟ୍ୟୁବ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରାଯିବ ଓ ପରେ ସୁପ୍ରିମକୋର୍ଟ ସର୍ଭରରେ ଲୋକେ ନିଜ ଫୋନ୍‌, ଲାପ୍‌ଟପ୍‌ ଓ କମ୍ପ୍ୟୁଟରଗୁଡ଼ିକରେ ଅନାୟାସରେ ଦେଖିପାରିବେ। ଅଗଷ୍ଟ ୨୬ରେ ତତ୍କାଳୀନ ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଶୁଣାଣି ଚାଲିଥିବାବେଳେ ଓ୍ବେବ୍‌କାଷ୍ଟରେ ଏହାର ପ୍ରଥମ ସିଧା ପ୍ରସାରଣ କରାଯାଇଥିଲା। ଜଷ୍ଟିସ୍‌ ରମନା ଅବସର ନେବାକୁ ଥିବାବେଳେ ଏହା ଥିଲା ଏକ ବିଧିସମ୍ମତ ପ୍ରଣାଳୀ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?