ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ନାବିକଙ୍କ ମୃତଦେହ ଫେରାଇ ଆଣାଯାଇଛି। ଭାରତୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜୁଲାଇ ୨୫ରେ ଜର୍ମାନରୁ ଇଜିପ୍ଟ ଅଭିମୁଖେ ପାନାମା ପଞ୍ଜିକୃତ ଜାହାଜରେ ଫ୍ରେମାଣ୍ଟ ହାଇୱେରେ ନିଆଁ ଲାଗିଯିବା ପରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିଲେ। ନିଆଁ ଲାଗିବା ସମୟରେ ଅନେକ ସଦସ୍ୟ ପାଣିକୁ ଡେଇଁ ପଡିବାକୁ ବାଧ୍ୟ ହୋଇଥିଲେ। ଏହି ଜାହାଜଟି ସମ୍ପୂର୍ଣ୍ଣ ଭାବରେ ଭାରତୀୟ କ୍ରୁ ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ହେଗରେ ଥିବା ଭାରତୀୟ ଦୂତାବାସ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ଟୁଇଟର) ରେ କହିଛି ଯେ ଗତ ସପ୍ତାହରେ ଫ୍ରେମାଣ୍ଟ ହାଇୱେ ଜାହାଜରୁ ଉଦ୍ଧାର ହୋଇଥିବା ୨୦ ଜଣ ଭାରତୀୟ କର୍ମଚାରୀ ନିରାପଦରେ ଭାରତ ଫେରିଛନ୍ତି। ଏହି କଠିନ ସମୟରେ ସେମାନଙ୍କର ସମର୍ଥନ ଏବଂ ସାହାଯ୍ୟ ପାଇଁ ଡଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ, ତଥା ଆମର ନାବିକମାନଙ୍କୁ ଧୈର୍ଯ୍ୟ ଏବଂ ସାହସ ପାଇଁ ଧନ୍ୟବାଦ। ଏଥିରେ କୁହାଯାଇଛି, ଦୁର୍ଭାଗ୍ୟବଶତଃ ଦେହାନ୍ତ ହୋଇଥିବା ଜଣେ କ୍ରୁ ସଦସ୍ୟଙ୍କ ମୃତଦେହକୁ ଫେରାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

ଚାଇନାର ଅଜବ ଆଇନ: ଅସୁସ୍ଥ ପିଲାଙ୍କୁ ହସ୍ପିଟାଲ ହୋମଓ୍ବାର୍କ କରାଉଛନ୍ତି ଅଭିଭାବକ…

ବେଜିଂ,୨୯।୧୧: ଚାଇନାରେ ନିମୋନିଆ ବ୍ୟାପିବା ମଧ୍ୟରେ ପିଲାମାନଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦ୍ରୁତ ଗତିରେ ବ୍ୟାପୁଛି। ଏହାର ଚିକିତ୍ସା ପାଇଁ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି...

ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍‌ କଲା ବିମାନ

ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରି ଗୋଟିଏ ଦେଶରୁ...

ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ

ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘରେ ପାଲେଷ୍ଟାଇନମାନଙ୍କୁ ସମର୍ଥନ କଲା ଭାରତ

ନୁୟର୍କ, ୨୯।୧୧: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ...

କପ୍‌୨୮: ୟୁଏଇ ଆୟୋଜକ

ଅଗ୍ରଣୀ ତୈଳ ଉତ୍ପାଦନକାରୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ବର୍ଷ କପ୍‌୨୮ର ଆୟୋଜନ କରୁଛି। ଦୁବାଇରେ ଗୁରୁବାର ଆରମ୍ଭ ହେବାକୁ ଥିବା ବୈଶ୍ୱିକ ଜଳବାୟୁ...

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ...

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri