ଶୀତ ପାଇଁ ମୌସୁମୀ ବାଧକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ନଭେମ୍ବର ପହିଲା ପୂର୍ବରୁ ଏହା ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କ୍ଷୀଣ। ଅକ୍ଟୋବରରେ ଲଗାତର ଲଘୁଚାପ ଯୋଗୁ ମୌସୁମୀ ଅଧିକ ବଳବାନ ହୋଇଛି। ବିଭିନ୍ନ ପ୍ରାନ୍ତରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ସମସ୍ତ ରେକର୍ଡକୁ ଭାଙ୍ଗିବାକୁ ଯାଉଛି। ଗତ ୩ ମାସରେ ୧୦ ଲଘୁଚାପ ସୃଷ୍ଟି ହୋଇଛି। ଅକ୍ଟୋବର ୨୬ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଥିଯୋଗୁ ଅକ୍ଟୋବର ୨୯ ଯାଏ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲାରେ ବର୍ଷା ହୋଇପାରେ। ବାୟୁମଣ୍ଡଳର ଆର୍ଦ୍ରତା ୪୦ ପ୍ରତିଶତକୁ ଖସି ଆସିଲେ ମୌସୁମୀ ପ୍ରତ୍ୟାହାର ଘୋଷଣା କରାଯାଇଥାଏ। ରାଜ୍ୟରେ ଶୀତର ଆଗମନ ହୋଇଥାଏ। ତେବେ ଏବେ ସୁଦ୍ଧା ବାୟୁମଣ୍ଡଳର ଆର୍ଦ୍ରତା ୮୦ରୁ ୯୦ ପ୍ରତିଶତ ମଧ୍ୟରେ ରହୁଛି, ଯାହାକି ବର୍ଷା ପାଇଁ ପାଗ ଅନୁକୂଳ ରଖୁଛି।
ସାଧାରଣତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ୧୫ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥାଏ। ଏହି ସମୟରେ ବାତ୍ୟାର ଆଶଙ୍କା ରହିଥାଏ। ଅକ୍ଟୋବରରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ। ମୌସୁମୀ ଫେରିବା ବିଳମ୍ବ ହେଉଥିବାରୁ ନଭେମ୍ବରରେ ମଧ୍ୟ ବାତ୍ୟା ଆଶଙ୍କା ସହ ଶୀତ ଉପରେ ପ୍ରଭାବ ପଡ଼ିପାରେ। ପାଣିପାଗ ବିଶେଷଜ୍ଞଙ୍କ କହିବା ହେଲା, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଡିପ୍ରେଶନରେ ପରିଣତ ହୋଇ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି। ଏଥିଯୋଗୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟର ଜଳବାୟୁକୁ ପ୍ରଭାବିତ କରୁଛି। ନଭେମ୍ବରରୁ ରାଜ୍ୟରେ ଶୀତ ଋତୁ ଅନୁଭୂତ ହୋଇଥାଏ। କିନ୍ତୁ ଏହି ବର୍ଷ ଡିସେମ୍ବରରେ ମଧ୍ୟ ସେତେଟା ଶୀତ ଅନୁଭୂତ ହେବ ନାହିଁ ବୋଲି ଅନୁମାନ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। କୃଷି ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଅଂଶ। ଜୁଲାଇରେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ରୁଆ ବେଉଷଣ ବିଳମ୍ବ ହୋଇଥିଲା। ଅଗଷ୍ଟରେ ପ୍ରବଳ ବର୍ଷା ଉପକୂଳବର୍ତ୍ତୀ ଜିଲାଗୁଡିକର ଧାନ ଫସଲକୁ ଧୋଇନେଲା। ଲଗାତର ଲଘୁଚାପ ଚାଷୀଙ୍କ ପାଇଁ ବିପଦ ସୃଷ୍ଟି କରିଚାଲିଛି। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ଗୋଟିଏ ଏବଂ ଅକ୍ଟୋବରରେ ଏ ପର୍ଯ୍ୟନ୍ତ ୪ଟି ଲଘୁଚାପ ସୃଷ୍ଟି ହୋଇ ସାରିଲାଣି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାରେ ବନ୍ୟା ଧାନ ଫସଲକୁ କ୍ଷତିଗ୍ରସ୍ତ କରିଛି। ଲଗାତର ଲଘୁଚାପ ଯୋଗୁ କେବଳ ଧାନ ନୁହେଁ, ତୈଳବୀଜ ଓ ପନିପରିବା ଫସଲ
ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ କାର୍ତ୍ତିକ ମାସ ନ ହେଉଣୁ ପନିପରିବା ଦର ଆକାଶ ଛୁଆଁ ରହିଛି। ଚଳିତବର୍ଷ କରୋନା ଯୋଗୁ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟ ମାନ୍ଦା ରହିଛି। ଚାଷ କାର୍ଯ୍ୟକୁ ସରକାର ଲକ୍‌ଡାଉନ କଟକଣାରୁ କୋହଳ କରିଥିବାରୁ ଲୋକମାନେ କୃଷି କ୍ଷେତ୍ରରେ ଭଲ ଦି’ ପଇସା ଲାଭ ପାଇବା ଆଶାରେ ଅଧିକ ନିବେଶ କରିଛନ୍ତିି। ତେବେ ଲଗାତର ଲଘୁଚାପ ବର୍ଷା ସେହି ଆଶାକୁ ମଧ୍ୟ ଧୂଳିସାତ କରିଦେଉଛି। ବର୍ଷା ଉପକୂଳ ଜିଲାଗୁଡିକରେ ଧାନ ଫସଲକୁ ଉଜାଡି ଦେଇଛି। କେତେକ ଜିଲାରେ ଧାନ ଫସଲ ଥୋଡ଼ ହୋଇଛି। ଏହି ସମୟରେ ଅଧିକ ବର୍ଷା କିମ୍ବା ପବନ ହେଲେ ତାହା ଅଗାଡିରେ ପରିଣତ ହେବା ସହ ସମ୍ପୂର୍ଣ୍ଣ ବରବାଦ ହୋଇଯିବ। ଆଉ ଏକ ଲଘୁଚାପ ଆଶଙ୍କା ଥିବାରୁ ଚାଷୀକୁଳ ଭୟଭୀତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?