ଶୀତ ପାଇଁ ମୌସୁମୀ ବାଧକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ନଭେମ୍ବର ପହିଲା ପୂର୍ବରୁ ଏହା ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କ୍ଷୀଣ। ଅକ୍ଟୋବରରେ ଲଗାତର ଲଘୁଚାପ ଯୋଗୁ ମୌସୁମୀ ଅଧିକ ବଳବାନ ହୋଇଛି। ବିଭିନ୍ନ ପ୍ରାନ୍ତରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ସମସ୍ତ ରେକର୍ଡକୁ ଭାଙ୍ଗିବାକୁ ଯାଉଛି। ଗତ ୩ ମାସରେ ୧୦ ଲଘୁଚାପ ସୃଷ୍ଟି ହୋଇଛି। ଅକ୍ଟୋବର ୨୬ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଥିଯୋଗୁ ଅକ୍ଟୋବର ୨୯ ଯାଏ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲାରେ ବର୍ଷା ହୋଇପାରେ। ବାୟୁମଣ୍ଡଳର ଆର୍ଦ୍ରତା ୪୦ ପ୍ରତିଶତକୁ ଖସି ଆସିଲେ ମୌସୁମୀ ପ୍ରତ୍ୟାହାର ଘୋଷଣା କରାଯାଇଥାଏ। ରାଜ୍ୟରେ ଶୀତର ଆଗମନ ହୋଇଥାଏ। ତେବେ ଏବେ ସୁଦ୍ଧା ବାୟୁମଣ୍ଡଳର ଆର୍ଦ୍ରତା ୮୦ରୁ ୯୦ ପ୍ରତିଶତ ମଧ୍ୟରେ ରହୁଛି, ଯାହାକି ବର୍ଷା ପାଇଁ ପାଗ ଅନୁକୂଳ ରଖୁଛି।
ସାଧାରଣତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ୧୫ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥାଏ। ଏହି ସମୟରେ ବାତ୍ୟାର ଆଶଙ୍କା ରହିଥାଏ। ଅକ୍ଟୋବରରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ। ମୌସୁମୀ ଫେରିବା ବିଳମ୍ବ ହେଉଥିବାରୁ ନଭେମ୍ବରରେ ମଧ୍ୟ ବାତ୍ୟା ଆଶଙ୍କା ସହ ଶୀତ ଉପରେ ପ୍ରଭାବ ପଡ଼ିପାରେ। ପାଣିପାଗ ବିଶେଷଜ୍ଞଙ୍କ କହିବା ହେଲା, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଡିପ୍ରେଶନରେ ପରିଣତ ହୋଇ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି। ଏଥିଯୋଗୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟର ଜଳବାୟୁକୁ ପ୍ରଭାବିତ କରୁଛି। ନଭେମ୍ବରରୁ ରାଜ୍ୟରେ ଶୀତ ଋତୁ ଅନୁଭୂତ ହୋଇଥାଏ। କିନ୍ତୁ ଏହି ବର୍ଷ ଡିସେମ୍ବରରେ ମଧ୍ୟ ସେତେଟା ଶୀତ ଅନୁଭୂତ ହେବ ନାହିଁ ବୋଲି ଅନୁମାନ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। କୃଷି ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଅଂଶ। ଜୁଲାଇରେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ରୁଆ ବେଉଷଣ ବିଳମ୍ବ ହୋଇଥିଲା। ଅଗଷ୍ଟରେ ପ୍ରବଳ ବର୍ଷା ଉପକୂଳବର୍ତ୍ତୀ ଜିଲାଗୁଡିକର ଧାନ ଫସଲକୁ ଧୋଇନେଲା। ଲଗାତର ଲଘୁଚାପ ଚାଷୀଙ୍କ ପାଇଁ ବିପଦ ସୃଷ୍ଟି କରିଚାଲିଛି। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ଗୋଟିଏ ଏବଂ ଅକ୍ଟୋବରରେ ଏ ପର୍ଯ୍ୟନ୍ତ ୪ଟି ଲଘୁଚାପ ସୃଷ୍ଟି ହୋଇ ସାରିଲାଣି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାରେ ବନ୍ୟା ଧାନ ଫସଲକୁ କ୍ଷତିଗ୍ରସ୍ତ କରିଛି। ଲଗାତର ଲଘୁଚାପ ଯୋଗୁ କେବଳ ଧାନ ନୁହେଁ, ତୈଳବୀଜ ଓ ପନିପରିବା ଫସଲ
ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ କାର୍ତ୍ତିକ ମାସ ନ ହେଉଣୁ ପନିପରିବା ଦର ଆକାଶ ଛୁଆଁ ରହିଛି। ଚଳିତବର୍ଷ କରୋନା ଯୋଗୁ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟ ମାନ୍ଦା ରହିଛି। ଚାଷ କାର୍ଯ୍ୟକୁ ସରକାର ଲକ୍‌ଡାଉନ କଟକଣାରୁ କୋହଳ କରିଥିବାରୁ ଲୋକମାନେ କୃଷି କ୍ଷେତ୍ରରେ ଭଲ ଦି’ ପଇସା ଲାଭ ପାଇବା ଆଶାରେ ଅଧିକ ନିବେଶ କରିଛନ୍ତିି। ତେବେ ଲଗାତର ଲଘୁଚାପ ବର୍ଷା ସେହି ଆଶାକୁ ମଧ୍ୟ ଧୂଳିସାତ କରିଦେଉଛି। ବର୍ଷା ଉପକୂଳ ଜିଲାଗୁଡିକରେ ଧାନ ଫସଲକୁ ଉଜାଡି ଦେଇଛି। କେତେକ ଜିଲାରେ ଧାନ ଫସଲ ଥୋଡ଼ ହୋଇଛି। ଏହି ସମୟରେ ଅଧିକ ବର୍ଷା କିମ୍ବା ପବନ ହେଲେ ତାହା ଅଗାଡିରେ ପରିଣତ ହେବା ସହ ସମ୍ପୂର୍ଣ୍ଣ ବରବାଦ ହୋଇଯିବ। ଆଉ ଏକ ଲଘୁଚାପ ଆଶଙ୍କା ଥିବାରୁ ଚାଷୀକୁଳ ଭୟଭୀତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗା ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୩ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

ଭାଜପାର ନୂତନ ସଦସ୍ୟତା ଅଭିଯାନ ପ୍ରସଙ୍ଗଅନନ୍ତ ପ୍ରଭାରୀ, ଶାରଦା ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର, ୧୮।୬(ବ୍ୟୁରୋ):  ଓଡ଼ିଶାରେ ଭାଜପାର ନୂଆ ସଦ୍ୟସତା ଅଭିଯାନ ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌...

ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୮(ବ୍ୟୁରୋ): ୪ ଦିନ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାର ଖୋଲିଛି।ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ରବିବାର ସାରୁ ମାର୍କେଟ ବନ୍ଦ...

ଓପିଏସ୍‌ସି ସଦସ୍ୟ ଭାବେ ଶପଥ ନେଲେ ସରିତା ସୁପକାର

କଟକ ଅଫିସ, ୩୧ା୮: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂତନ ସଦସ୍ୟ ଭାବେ ଡ. ସରିତା ସୁପକାର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟରେ...

ଆଉ ଠକିପାରିବେନି ଅଧ୍ୟାପକ: ୭ଘଣ୍ଟା କଲେଜରେ ରହିବେ, ୫ ଘଣ୍ଟା ପାଠ ପଢ଼ାଇବେ; ଉପସ୍ଥାନ ୭୫%ରୁ କମିଲେ ପରୀକ୍ଷା ମନା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କଲେଜରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନଙ୍କ ଭଲ ଉପସ୍ଥାନ ଓ ପାଠପଢ଼ାକୁ ଗୁରୁତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜ ଛାତ୍ରୀଛାତ୍ରମାନଙ୍କ ପାଇଁ ଶ୍ରେଣୀରେ ୭୫%...

ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର...

ଆଇନ୍‌ଜୀବୀ ଦୀପାଳି ଆତ୍ମହତ୍ୟା ଘଟଣା: ଝାରପଡ଼ା ଜେଲରେ ବିକ୍ରମଙ୍କୁ ୨ ଘଣ୍ଟା ଜେରା

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଯୁକ୍ତ ପୁରୁଷବନ୍ଧୁ ବିକ୍ରମ ଜେନା। ବୁଧବାର କମିଶନରେଟ ପୋଲିସର...

Advertisement
Archives

Model This Week