ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଦେଇଛି। ଏନେଇ ଥାନାରେ ୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଛି । ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ଘଟଣାରୁ ପ୍ରକାଶ ଯେ ବାଳକୃଷ୍ଣ କୈଣସି କାମରେ ବାହାରକୁ ଯାଇଥିଲେ । ଅପରାହ୍ନରେ ସେ ଘରକୁ ଫେରିବା ସମୟରେ ଘର ସମ୍ମୁଖରେ ହଠାତ ପଡି ଯାଇଥିଲେ । ସେହିଭଳି କନ୍ଧମାଳ ଜିଲା ଖଜୁରୀପଡ଼ା ଅଞ୍ଚଳର ଏ ବିନାୟକ ରାଜସ୍ବ ଦୀପ ଏକ ଦୁର୍ଘଟଣାରେ ମଙ୍ଗଳବାର ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ବିନାୟକ ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ୯/୨୫ ରେ ଆଉ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ବିନାୟକଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିବା ଯୋଗୁ ସେ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ

ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ...

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ

ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ...

ଯୁବକଙ୍କ ଗଳାକାଟି ହତ୍ୟା

ଚିକିଟି,୩୦।୪(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା...

ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ

ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ

ଭୁବନେଶ୍ୱର,୩୦।୪(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍‌ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ।...

ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା

ରାଜଗାଙ୍ଗପୁର,୨୯ା୪(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବାଣ୍ଠୁପଡ଼ାଠାରେ ମଙ୍ଗଳବାର ଅପରାହ୍ନ ୩ଟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ୫ଜଣ ସାଙ୍ଗ ବନ୍ଧୁକ ଧରି...

କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଗାଈ ମୃତ

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଖୁଟବନ ଭେରା ପଞ୍ଚାୟତ କରଚୁଳ ଗାଁରେ ସୋମବାର କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଏକ ଗାଈର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri