ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ ହେବ ଯାତାୟାତ ସୁଗମ। ଜନ ଅସନ୍ତୋଷ ତୀବ୍ର ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଦାୟିତ୍ୱ ଠିକ୍‌ ଭାବେ ତୁଲାଇବେ ନା ସବୁଥର ପରି ପ୍ରତିଶ୍ରୁତି ପାଣିର ଗାର ପାଲଟିବ। ଏଭଳି ଅନେକ ପ୍ରଶ୍ନର ଉତ୍ତର ଅସମାହିତ ଥିବାବେଳେ ଶନିବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ ବୈଠକ ୪ ଜିଲାବାସୀଙ୍କ ମଧ୍ୟରେ ସଞ୍ଚାର କରିଛି ଆଶା। ଖାଲଖମାରେ ଭର୍ତ୍ତି ହୋଇ ଦୁର୍ଘଟଣାପ୍ରବଣ ହୋଇପଡ଼ିଥିବା ୫୫ନଂ. ଜାତୀୟ ରାଜପଥର ଆବଶ୍ୟକ ମରାମତି କାମ ୨ ମାସ ମଧ୍ୟରେ ଶେଷ ହେବ। ସେହିପରି ପ୍ୟାକେଜ୍‌-୧ ଓ ୨ କାମ ଜୁନ୍‌ ସୁଦ୍ଧା ଏବଂ ପ୍ୟାକେଜ୍‌-୩ କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର। ଏହି କାର୍ଯ୍ୟରେ ଢେଙ୍କାନାଳ ଓ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଧିମେଇଥିବା ଏନ୍‌ଏଚ୍‌ କାର୍ଯ୍ୟ ଅଗ୍ରଗତି ହେବା ଲାଗି ବାଟ ଖୋଲିଛି।
ବୈଠକରେ ହୋଇଥିବା ଆଲୋଚନା ପର୍ଯ୍ୟାଲୋଚନାରୁ ଜଣାପଡ଼ିଛି ଯେ, ୫୫ନଂ. ଏନ୍‌ଏଚ୍‌ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଉଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ଲାନ ଏବଂ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରି ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଗାୟତ୍ରୀ ଠିକାସଂସ୍ଥା, ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କୁହାଯାଇଛି। ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଥାସମ୍ଭବ ରାସ୍ତା ମରାମତି କରି ଯାନବାହନ ଚଳାଚଳ ଲାଗି ସୁବିଧା କରିବାକୁ ଠିକାସଂସ୍ଥା ଓ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ କୁହାଯାଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିବ ସେଥିଲାଗି ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଏବଂ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଏ. ଶ୍ରୀନିବାସ ରାଓ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ରାସ୍ତା ଉନ୍ନତୀକରଣର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। ରାଜପଥ ସମ୍ପ୍ରସାରଣ ଶେଷ ହେବା ଲାଗି ସର୍ବାଧିକ ଗୁରୁତ୍ୱ ଦେବାକୁ ଏସ୍‌ପି ଏଲ୍‌. ଦିବ୍ୟା ଭି., ଏନ୍‌ଏଚ୍‌ଏଆଇ ସିଜିଏମ୍‌ ରାମ ପ୍ରସାଦ ପଣ୍ଡା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି, ସମ୍ବଲପୁର ଜିଲା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ, ଗାୟତ୍ରୀ ଠିକାସଂସ୍ଥା ବରିଷ୍ଠ ପରିଚାଳକ, ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଟକ ଜିଲା ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯୋଡୁଥିବା ୪ ଲେନ୍‌ବିଶିଷ୍ଟ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ୨୦୧୮ରେ ଆରମ୍ଭ ହୋଇଥିଲା। ତେବେ ଠିକାସଂସ୍ଥା ଏବଂ ଏନ୍‌ଏଚ୍‌ଏଆଇର ମନମୁଖି କାର୍ଯ୍ୟ, ଠିକ୍‌ ଭାବେ ସମୀକ୍ଷା କରା ନ ଯିବାରୁ ଧାର୍ଯ୍ୟ ସମୟ ପାର୍‌ ହୋଇସାରିଥିଲେ ମଧ୍ୟ ରାସ୍ତା କାମ ଶେଷ ହୋଇପାରିନାହିଁ। ଦୁଇବର୍ଷ ହେଲା ଠିକାସଂସ୍ଥା କାମ ବନ୍ଦ କରି ରଖିଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ଖାଲଖମାରେ ଭର୍ତ୍ତି ହୋଇ ଶୋଚନୀୟ ହୋଇପଡ଼ିଛି। ଏହାକୁ ନେଇ ଶିଳ୍ପସମୃଦ୍ଧ ଅନୁଗୋଳ ଏବଂ ଢେଙ୍କାନାଳ ଜିଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉଭୟ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପରେ ଘନ ଘନ ବୈଠକ କରି ସମସ୍ୟାର ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri