୧୩ ହିଂସାକାଣ୍ଡରେ ଓ୍ବାଣ୍ଟେଡ୍‌ ଥିବା ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା ଅଫିସ,୨୪ା୩: ରାୟଗଡ଼ା ପୋଲିସ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମଙ୍କୁ ଓୟାମ୍‌ ଓରଫ ଜୟରାମ ଏବଂ ଲାଛୁ ମାଡ଼କାମ ଓରଫ ବିଶ୍ୱନାଥ। ମଙ୍କୁଙ୍କ ଘର ଛତିଶଗଡ଼ର ବିଜାପୁର ଜିଲା କାରେମାର୍କା ଗ୍ରାମରେ। ସେହିପରି ଲାଛୁଙ୍କ ଘର ଆଡ଼ିସମେଟ ଗ୍ରାମରେ। ଦୁହେଁ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ମଙ୍କୁ ରାୟଗଡ଼ା ଓ କଳାହାଣ୍ଡି ଜିଲାର ୫ ହିଂସାକାଣ୍ଡ ଏବଂ ଲାଛୁ ୮ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ମଙ୍କୁ ସିପିଆଇ(ମାଓବାଦୀ) ମାନିପୁର-ନୂଆପଡ଼ା ଡିଭିଜନର ସୁନାବେଡ଼ା ଏରିଆ କମିଟି ସଦସ୍ୟ ଥିଲେ। ୨୦୧୧ରେ ସେ ସଙ୍ଗଠନର ସଦସ୍ୟଭାବେ ସାମିଲ ହୋଇଥିଲେ। ସେହିପରି ଲାଛୁ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼(କେକେବିଏନ୍‌) ଡିଭିଜନ ରାହୁଲା କମିଟି ସଦସ୍ୟଭାବେ ୨୦୧୫ରେ ଯୋଗ ଦେଇଥିଲେ। ପରେ ସେ କେକେବିଏନ୍‌ ଏବଂ ବିଜିଏନ୍‌ ଡିଭିଜନର ବିଭିନ୍ନ ଏରିଆ କମିଟିରେ କାମ କରୁଥିଲେ। ମାଓବାଦୀ ସଙ୍ଗଠନରେ ବଢୁଥିବା ଅତ୍ୟାଚାର, ଖାଦ୍ୟ ଅଭାବ ଏବଂ ପୋଲିସର କୋମ୍ବିଂ ଅପରେଶନ ଯୋଗୁ ସଙ୍ଗଠନ ଛାଡ଼ିଥିବା ଦୁହେଁ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିକଟରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଲାଛୁଙ୍କ ନାମରେ ୧ ଲକ୍ଷ ଟଙ୍କା ଏବଂ ମଙ୍କୁଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ହିଂସାର ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ମାନୀ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଯୋଗଦେବ ସି.ଭି. ରମଣ

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଜର୍ମାନୀର ମୁନିଚ୍‌ଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଚାମ୍ପିୟନଶିପ୍‌ ପାଇଁ ସି.ଭି. ରମଣ ଇଞ୍ଜିନିୟରିଂ କଲେଜ ଯୋଗ୍ୟ ବିବେଚିତ ହୋଇଛି। ଚଳିତବର୍ଷ ମୁମ୍ବାଇର ଆଇଫାଟ୍‌-୧୯...

ବଜ୍ରପାତରେ ଜଳିଗଲା ବାସଗୃହ

ରୂପସା, ୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଗୋପାଳ ଜେନାଙ୍କ ବାସଗୃହ ଜଳିଯାଇଛି। ଶୁକ୍ରବାର ସାରେ କାଳବୈଶାଖୀ...

ଗୁଡ଼ି ସୂତାରେ ଯୁବକଙ୍କ ଗଳା କଟିଲା

କଟକ ଅଫିସ, ୧୭ା୧୨: କଟକ ସହରରେ ପ୍ରଶାସନ ପକ୍ଷରୁ କିଛିବର୍ଷ ହେବ ମାଞ୍ଜାସୂତା ଉପରେ କଟକଣା ଲଗାଯାଇଛି। ହେଲେ ଏହି କଟକଣାକୁ ଲୋକେ ମାନୁ ନାହାନ୍ତି।...

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ...

କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଚଢ଼ାଉ: ଜଣେ ଗିରଫ

ସୋର,୨୮।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ୟୁନିଟ୍‌-୨ ତରଫରୁ...

ଖେଳକୁଦ ପ୍ରତିଯୋଗିତା ଉଦ୍‌ଯାପିତ: ଭାଗନେଲେ ୨୨୫ ଛାତ୍ରୀଛାତ୍ର

ବଡବିଲ,୨୨।୧୦(ସ୍ବପ୍ର): କେନ୍ଦୁଝର ଜିଲା ବଡ଼ବିଲଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ସମ୍ଭାଗସ୍ତରୀୟ ୨ ଦିନିଆ ଖେଳକୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ...

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ବର୍ଣ୍ଣ

ଭଣ୍ଡାରିପୋଖରୀ, ୫ା୪(ସ୍ବ.ପ୍ର.): କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲା ସମେତ ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଏବେ...

ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି

ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍‌-ଲର୍ନିଂ ଆଣ୍ଡ୍‌...

Advertisement
Archives

Model This Week