Posted inUncategorized

୨ ଟନ୍‌ ସାମଗ୍ରୀ ଜବତ, ୫୦ହଜାର ଜରିମାନା

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜଧାନୀରେ ପୁଣି ଏକ ପଲିଥିନ୍‌ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସୋମବାର ଆଇଗିଣିଆ ଆଳୁଗଦି ନିକଟ ଏକ ପଲିଥିନ୍‌ ଗୋଦାମରେ ଚଢ଼ାଉ କରାଯାଇ ବେଆଇନ୍‌ ପଲିଥିନ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ସେଣ୍ଟ୍ରାଲ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ପ୍ଲାଷ୍ଟିକ୍‌ ଏନ୍‌ଫୋର୍ସମେଣ୍ଟ ସିକ୍ୟୁରିଟି ଏବଂ ବିଏମ୍‌ସି ଏସ୍‌ବିଏ ସେଲ୍‌ର ଏନ୍‌ଭାଇରନ୍‌ମେଣ୍ଟ ଇଞ୍ଜିନିୟର୍‌ କୀର୍ତ୍ତିମାନ୍‌ ଷଡ଼ଙ୍ଗୀ ଏହି ଗୋଦାମରେ ଚଢ଼ାଉ କରିଥିଲେ। ସେଠାରେ ବିପୁଳ ପରିମାଣର ବେଆଇନ ପଲିଥିନ୍‌ ଏବଂ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍‌/ଥର୍ମକୁଲ୍‌ ସାମଗ୍ରୀ ଦେଖି ଜୋନାଲ୍‌ ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କୁ ଜଣାଇଥିଲେ। ସମସ୍ତ ସାମଗ୍ରୀକୁ ତନଖି କରାଯାଇଥିଲା। ସମ୍ପୃକ୍ତ ଗୋଦାମ ସାହୁ ଟ୍ରେଡର୍ସଙ୍କ ପାଖରୁ ୨ଟନ୍‌ର ପଲିଥିନ୍‌ ବ୍ୟାଗ୍‌, ଡିସ୍‌ପୋଜେବୁଲ୍‌ ଗ୍ଲାସ୍‌ ଏବଂ ଥର୍ମକୁଲ୍‌ର ଥାଳି ଓ ଗିନା ଇତ୍ୟାଦି ଜବତ କରାଯିବା ସହ ସମ୍ପୃକ୍ତ ମାଲିକଙ୍କୁ ୫୦ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହିତ ନୋଟିସ୍‌ ମଧ୍ୟ ଦିଆଯାଇଛି। ଭବିଷ୍ୟତରେ ଏପରି କାରବାର ନଜରକୁ ଆସିଲେ ସମ୍ପୃକ୍ତ ମାଲିକଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସାଙ୍ଗକୁ ତାଙ୍କର ଗୋଦାମ ସିଲ୍‌ କରାଯିବ ଏବଂ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଜଣାଇଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ପରିଚାଳନାରେ ସ୍ବତନ୍ତ୍ର ରଣନୀତିରେ ଭୁବନେଶ୍ୱରକୁ ପରିବେଶ ବନ୍ଧୁ ସହର ଭାବେ ଗଢ଼ି ତୋଳିବା ପାଇଁ ନିୟମିତ ପ୍ରଚାର ପ୍ରସାର ସାଙ୍ଗକୁ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri