ହାଙ୍ଗ୍ଝୋ, ୨୩ା୯ (ଏପି): ଆଫଗାନିସ୍ତାନ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ଅନୁଷ୍ଠିତ ହେଉଥିବା ପ୍ରଥମ ଏସିଆନ ଗେମ୍ସରେ ଦୁଇ ଦଳ ଆଥଲେଟ ଚାଇନିଜ ସହର ହାଙ୍ଗ୍ଝୋଠାରେ ପହଞ୍ଚତ୍ଛନ୍ତି। ଉଭୟଙ୍କ ରୂପ ଭିନ୍ନ ରହିଛି। ଗୋଟିଏ ଦଳ ଆଫଗାନିସ୍ତାନରୁ ଆସିଛି, ଯେଉଁ ଦେଶରେ ତାଲିବାନମାନେ ମହିଳାଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣକୁ ବାରଣ କରିଛି। ଏହି ଦଳରେ ରହିଥିବା ସମସ୍ତ ୧୩୦ ଆଥଲେଟ ହେଉଛନ୍ତି ପୁରୁଷ। ସେମାନେ ଭଲିବଲ, ଜୁଡୋ ଓ ରେସ୍ଲିଂ ସମେତ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ଆଫଗାନିସ୍ତାନ ଅଲିମ୍ପିକ କମିଟି ପାଇଁ ତାଲିବାନମାନଙ୍କ ଦ୍ୱାରା ନିଯୁକ୍ତ ମୁଖପାତ୍ର ଆତେଲ ମାଶଓ୍ବାନି ପ୍ରକାଶ କରିଛନ୍ତି। ଅନ୍ୟ ଦଳ ୨୦୨୧ରେ ତାଲିବାନଙ୍କ ଦ୍ୱାରା କ୍ଷମତାଚ୍ୟୁତ ହୋଇଥିବା ସରକାରଙ୍କ କଳା, ଲାଲ ଓ ସବୁଜ ପତାକା ଅଧୀନରେ ମହାଦେଶର ଏହି କ୍ରୀଡ଼ା ସମାରୋହରେ ଭାଗ ନେବେ। ଆଫଗାନିସ୍ତାନର ଏହି ଆଥଲେଟମାନେ ତାଲିବାନ ସରକାର କ୍ଷମତାସୀନ ହେବା ପରେ ଦେଶ ଛାଡ଼ି ପୃଥିବୀର ବିଭିନ୍ନ ଅଞ୍ଚଳରେ ବସବାସ କରୁଛନ୍ତି। ଏହି ଆଥଲେଟ ଦଳରେ ୧୭ ମହିଳା ରହିଛନ୍ତି।
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…
ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….
ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…
ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍ଯାପିତ
ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଯାଇଛି। ଦୁଇ…
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….
ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

