କଟକରେ ବିଜେଡିକୁ ଡବଲ୍‌ ଝଟ୍‌କା: ହାତରୁ ଗଲା ୨ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ,୨୧ା୬ (କାର୍ତ୍ତିକ ସାହୁ)- କଟକ ମହାନଗର ନିଗମ (ସିଏମ୍‌ସି)ର ୮ଟି ଷ୍ଟାଣ୍ଡିଂ କମିଟି ମଧ୍ୟରୁ ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ବିଜେଡି ହାତରୁ ଏଥର ଖସିଯାଇଛି। ୬ଟି କମିଟିରେ ପୂର୍ବ ଅଧ୍ୟକ୍ଷମାନେ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ସିଏମ୍‌ସିର ବିଜୁ ଭବନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନ ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ଚଳିତ ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ସିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ଆଗାମୀ ଦିନରେ ବିଜେଡିକୁ ଅଡ଼ୁଆରେ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ସିଏମ୍‌ସି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ନିର୍ବାଚନ ଓ ମନୋନୟନ ଆଧାରରେ ନୂଆ ଅଧ୍ୟକ୍ଷମାନଙ୍କୁ ବାଛିଥିଲେ। ୮ଟି ଷ୍ଟାଣ୍ଡିଂ କମିଟିରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଏହି ସଦସ୍ୟମାନେ ସେମାନଙ୍କ କମିଟି ଅଧ୍ୟକ୍ଷ ବାଛିଥିଲେ। ଯାହାକି ଦୁଇଟି କମିଟିର ଅଧ୍ୟକ୍ଷ ବଦଳିଥିବାବେଳେ ୬ଟିରେ ଅଧ୍ୟକ୍ଷ ଅପରିବର୍ତ୍ତିତ ଅଛନ୍ତି। ଯୋଜନା ଓ ଉନ୍ନୟନ କମିଟି ଅଧ୍ୟକ୍ଷ ଭାବେ ୩ ନଂ. ୱାର୍ଡ ସ୍ବାଧୀନ କର୍ପୋରେଟର ପ୍ରଦୀପ କୁମାର ରାଉତ ଓ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ଅଧ୍ୟକ୍ଷ ଭାବେ ୫୧ ନଂ. ୱାର୍ଡର ଭାଜପା କର୍ପୋରେଟର ରାକେଶ ସ୍ବାଇଁ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷ ରାଉତ ୨୦୨୨ରେ ସ୍ବାଧୀନ କର୍ପୋରେଟର ଭାବେ ବିଜୟୀ ହେବା ପରେ ବିଜେଡିରେ ମିଶିଥିଲେ।

ଅପରପକ୍ଷରେ ଯୋଜନା ଓ ଉନ୍ନୟନ କମିଟି ଅଧ୍ୟକ୍ଷ ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ୨୧ ନଂ. ୱାର୍ଡର ବିଜେଡି କର୍ପୋରେଟର ଅଶୋକ ଶର୍ମାଙ୍କ ସପକ୍ଷରେ ଜଣେ ଭୋଟ ଦେଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ୩ ନଂ. ୱାର୍ଡ କର୍ପୋରେଟର ରାଉତ ନିଜକୁ ମିଶାଇ ୫ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ସେହିପରି ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ଅଧ୍ୟକ୍ଷ ଥିବା ପୂର୍ଣ୍ଣିମା ସ୍ବାଇଁଙ୍କ ସପକ୍ଷରେ ୩ ଜଣ ସଦସ୍ୟ ଥିବାବେଳେ ୫୧ ନଂ. ୱାର୍ଡ କର୍ପୋରେଟର ରାକେଶ ସ୍ବାଇଁଙ୍କ ସପକ୍ଷରେ ୪ ଜଣ ସଦସ୍ୟ ଭୋଟ ଦେଇଥିଲେ। ବିଜେଡି କର୍ପୋରେଟରମାନେ ପୂର୍ଣ୍ଣିମାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ମାତ୍ର ଉଭୟେ ୩ଟି ଲେଖାଏ ଭୋଟ ପାଇଥିବାବେଳେ ଶେଷ ପର୍ଯ୍ୟାୟରେ ଜଣେ ସଦସ୍ୟଙ୍କ ଭୋଟ ରାକେଶଙ୍କୁ ବିଜୟୀ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?