୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୨ା୧(ସ୍ବ.ପ୍ର.): ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଚତୁର୍ଥ ଦିନ ସୋମବାର ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୪ ଅଧିକାରୀ ପୁଣି ହୋଟେଲ ସାଇ ଇଣ୍ଟରନ୍ୟାଶନାଲକୁ ଯାଇ କର୍ମଚାରୀଙ୍କୁ ଜେରା କରିଥିଲେ। ଏହାର କିଛି ସମୟ ପରେ ଫରେନସିକ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ହୋଟେଲରେ ପହଞ୍ଚିଥିଲେ। ପରେ ବିଦାନୋଭ ଏବଂ ପାଭେଲଙ୍କୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ବିଦାନୋଭ ଏବଂ ପାଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ସେମାନଙ୍କ ସ୍ଥିତି କ’ଣ ଥିଲା ସେ ନେଇ ଅଧିକାରୀମାନେ ପଚରାଉଚରା କରିଥିଲେ। ବିଶେଷକରି ଘଟଣା ଦିନ ବିଦାନୋଭ ଏବଂ ପାଭେଲଙ୍କ ସାଙ୍ଗରେ ଆସିଥିବା ମିଖାଇଲ ଏବଂ ନାତାଲିଆଙ୍କ ହାବଭାବ ତଥା ବଡି ଲାଙ୍ଗୁଏଜ୍‌ କିପରି ଥିଲା ସେ ବିଷୟରେ ପଚରାଯାଇଥିବା ଅନୁମାନ କରାଯାଉଛି।
ଏହା ବ୍ୟତୀତ ଅନ୍ୟ ବିଭିନ୍ନ ଦିଗକୁ ନେଇ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟରୁ ବିଦାନୋଭଙ୍କ ଶରୀରରେ ଗଞ୍ଜେଇ କିମ୍ବା ଅଫିମର ଦୁର୍ଗନ୍ଧ ବାହାରିଥିବା ଉଲ୍ଲେଖ ଥିବାରୁ ବିଦେଶୀ ନାଗରିକଙ୍କୁ ଗଞ୍ଜେଇ କେଉଁଠାରୁ ମିଳିଲା ସେ ନେଇ ପ୍ରଶ୍ନ କରାଯାଇ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ହେଲେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରାରେ କ’ଣ ପ୍ରଶ୍ନ କରାଯାଇଥିଲା ସେ ବିଷୟରେ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଉକ୍ତ ୪ ରୁଷୀୟ ପର୍ଯ୍ୟଟକ ହୋଟେଲରେ ରହିବାକୁ ଆସିଥିବା ବେଳେ ସେମାନଙ୍କ ନିକଟକୁ ଗଞ୍ଜେଇ କେମିତି ଆସିଲା, ପୂର୍ବରୁ ସେମାନେ ଗଞ୍ଜେଇ ସାଙ୍ଗରେ ନେଇ ଆସିଥିଲେ ନା ହୋଟେଲକୁ ଆସିବା ପରେ ସେମାନଙ୍କୁ କେହି ଗଞ୍ଜେଇ ଯୋଗାଇଛନ୍ତି ତାହାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ନିୟମ ଅନୁଯାୟୀ, ହୋଟେଲରେ ରହିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ତଥ୍ୟ ଫର୍ମ-ସିରେ ପୂରଣ କରି ପୋଲିସକୁ ଉକ୍ତ ଫର୍ମ ସହ ଅବଗତ କରାଇବା ନେଇ ନିୟମ ରହିଛି। ହେଲେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହା କରାଯାଇଥିଲା କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ହୋଟେଲ ପକ୍ଷରୁ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବା ଦ୍ୱାରା ପୋଲିସକୁ ସେମାନଙ୍କ ସମସ୍ତ ସୂଚନା ମିଳିଥାଏ। ଏହାଦ୍ୱାରା ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହଜ ହୋଇଥାଏ। ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ଆଉ ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ତଦନ୍ତ କରିପାରେ ବୋଲି ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?