ଓଏଚ୍‌ଆର୍‌ସିରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍‌ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଏକସଙ୍ଗେ ୨ଟି ଜନସ୍ବାର୍ଥ ମାମଲା ବୁଧବାର ଦାୟର କରିଛନ୍ତି। ମୃତାହତଙ୍କୁ ମୋଟ ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବି ସହ ସୁରକ୍ଷା ବ୍ୟବସ୍ଥା ବାବଦରେ ଜିଲାପାଳଙ୍କୁ ରିପୋର୍ଟ ତଲବ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଜଳସମ୍ପଦ ବିଭାଗ ପକ୍ଷରୁ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କରାଯାଉଛି। ମାତ୍ର ନିର୍ମାଣସ୍ଥଳୀରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏପରି କି ସଚେତନତା ଫଳକ ଲଗାଯାଇନାହିଁ। ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ ଜାରି ରଖିଛି। ଫଳରେ ସୋମବାର ମାତୃଭବନ ନିକଟରେ ଏକ କାର କେନାଲକୁ ଖସିପଡ଼ିଥିଲା। ଏଥିରେ ବ୍ୟବସାୟୀ ଜ୍ଞାନରଞ୍ଜନ ଜେନାଙ୍କ ମୃତ୍ୟ ଘଟିଥିବାବେଳେ ସ୍ତ୍ରୀ ଅଞ୍ଜନା ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତ ଜ୍ଞାନରଞ୍ଜନଙ୍କ ପରିବାରକୁ ୧୦ ଲକ୍ଷ ଓ ଚିକିତ୍ସାଧୀନ ଥିବା ଅଞ୍ଜନାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ସେହିପରି କଟକ ଗମାଣ୍ଡିଆ ଅଞ୍ଚଳରେ ବକ୍ସଡ୍ରେନ୍‌ କାର୍ଯ୍ୟ ଜାରି ରହିଛି। ରାଉସାପାଟଣା ଅଞ୍ଚଳରୁ ଯୁକ୍ତଦୁଇ ଛାତ୍ରୀ ଏନ୍‌. ମୋହିନି ଦାସ(୧୭) ମଙ୍ଗଳବାର କେନାଲ ପାର ହେଉଥିବାବେଳେ ଲୁହା ପାଇପ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଚାପି ହୋଇ ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୋହିନିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି। ଉଭୟ ସ୍ଥାନରେ ଠିକାସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁ ଅଘଟଣ ଘଟିଥିବାବେଳେ ନିର୍ମାଣସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଜାଇକାର ମୁଖ୍ୟ ଯନ୍ତ୍ରୀ, ସିଏମ୍‌ସି କମିଶନର ଏବଂ ତାଳଦଣ୍ଡା କେନାଲ ଘଟଣାରେ ଜଳସମ୍ପଦ ବିଭାଗ, ପୂର୍ତ୍ତବିଭାଗ ଓ ପୋଲିସକୁ ପକ୍ଷଭୂକ୍ତ କରି କାରଣ ଦର୍ଶାଇବା ନିମନ୍ତେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri