କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚ୍ଆର୍ସି)ଙ୍କ ନିକଟରେ ଏକସଙ୍ଗେ ୨ଟି ଜନସ୍ବାର୍ଥ ମାମଲା ବୁଧବାର ଦାୟର କରିଛନ୍ତି। ମୃତାହତଙ୍କୁ ମୋଟ ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବି ସହ ସୁରକ୍ଷା ବ୍ୟବସ୍ଥା ବାବଦରେ ଜିଲାପାଳଙ୍କୁ ରିପୋର୍ଟ ତଲବ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଜଳସମ୍ପଦ ବିଭାଗ ପକ୍ଷରୁ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କରାଯାଉଛି। ମାତ୍ର ନିର୍ମାଣସ୍ଥଳୀରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏପରି କି ସଚେତନତା ଫଳକ ଲଗାଯାଇନାହିଁ। ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ ଜାରି ରଖିଛି। ଫଳରେ ସୋମବାର ମାତୃଭବନ ନିକଟରେ ଏକ କାର କେନାଲକୁ ଖସିପଡ଼ିଥିଲା। ଏଥିରେ ବ୍ୟବସାୟୀ ଜ୍ଞାନରଞ୍ଜନ ଜେନାଙ୍କ ମୃତ୍ୟ ଘଟିଥିବାବେଳେ ସ୍ତ୍ରୀ ଅଞ୍ଜନା ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତ ଜ୍ଞାନରଞ୍ଜନଙ୍କ ପରିବାରକୁ ୧୦ ଲକ୍ଷ ଓ ଚିକିତ୍ସାଧୀନ ଥିବା ଅଞ୍ଜନାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ସେହିପରି କଟକ ଗମାଣ୍ଡିଆ ଅଞ୍ଚଳରେ ବକ୍ସଡ୍ରେନ୍ କାର୍ଯ୍ୟ ଜାରି ରହିଛି। ରାଉସାପାଟଣା ଅଞ୍ଚଳରୁ ଯୁକ୍ତଦୁଇ ଛାତ୍ରୀ ଏନ୍. ମୋହିନି ଦାସ(୧୭) ମଙ୍ଗଳବାର କେନାଲ ପାର ହେଉଥିବାବେଳେ ଲୁହା ପାଇପ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଚାପି ହୋଇ ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୋହିନିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି। ଉଭୟ ସ୍ଥାନରେ ଠିକାସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁ ଅଘଟଣ ଘଟିଥିବାବେଳେ ନିର୍ମାଣସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଜାଇକାର ମୁଖ୍ୟ ଯନ୍ତ୍ରୀ, ସିଏମ୍ସି କମିଶନର ଏବଂ ତାଳଦଣ୍ଡା କେନାଲ ଘଟଣାରେ ଜଳସମ୍ପଦ ବିଭାଗ, ପୂର୍ତ୍ତବିଭାଗ ଓ ପୋଲିସକୁ ପକ୍ଷଭୂକ୍ତ କରି କାରଣ ଦର୍ଶାଇବା ନିମନ୍ତେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି।
Posted inHome, Home Left, ଆମ ଜିଲା ଖବର, କଟକ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

