କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚ୍ଆର୍ସି)ଙ୍କ ନିକଟରେ ଏକସଙ୍ଗେ ୨ଟି ଜନସ୍ବାର୍ଥ ମାମଲା ବୁଧବାର ଦାୟର କରିଛନ୍ତି। ମୃତାହତଙ୍କୁ ମୋଟ ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବି ସହ ସୁରକ୍ଷା ବ୍ୟବସ୍ଥା ବାବଦରେ ଜିଲାପାଳଙ୍କୁ ରିପୋର୍ଟ ତଲବ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଜଳସମ୍ପଦ ବିଭାଗ ପକ୍ଷରୁ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କରାଯାଉଛି। ମାତ୍ର ନିର୍ମାଣସ୍ଥଳୀରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଏପରି କି ସଚେତନତା ଫଳକ ଲଗାଯାଇନାହିଁ। ଠିକା ସଂସ୍ଥା ମନ ଇଚ୍ଛା କାର୍ଯ୍ୟ ଜାରି ରଖିଛି। ଫଳରେ ସୋମବାର ମାତୃଭବନ ନିକଟରେ ଏକ କାର କେନାଲକୁ ଖସିପଡ଼ିଥିଲା। ଏଥିରେ ବ୍ୟବସାୟୀ ଜ୍ଞାନରଞ୍ଜନ ଜେନାଙ୍କ ମୃତ୍ୟ ଘଟିଥିବାବେଳେ ସ୍ତ୍ରୀ ଅଞ୍ଜନା ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତ ଜ୍ଞାନରଞ୍ଜନଙ୍କ ପରିବାରକୁ ୧୦ ଲକ୍ଷ ଓ ଚିକିତ୍ସାଧୀନ ଥିବା ଅଞ୍ଜନାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।
ସେହିପରି କଟକ ଗମାଣ୍ଡିଆ ଅଞ୍ଚଳରେ ବକ୍ସଡ୍ରେନ୍ କାର୍ଯ୍ୟ ଜାରି ରହିଛି। ରାଉସାପାଟଣା ଅଞ୍ଚଳରୁ ଯୁକ୍ତଦୁଇ ଛାତ୍ରୀ ଏନ୍. ମୋହିନି ଦାସ(୧୭) ମଙ୍ଗଳବାର କେନାଲ ପାର ହେଉଥିବାବେଳେ ଲୁହା ପାଇପ ମଧ୍ୟରେ ପ୍ରାୟ ୧ଘଣ୍ଟା ଧରି ଚାପି ହୋଇ ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୋହିନିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଆବେଦନପତ୍ରରେ ଦର୍ଶାଇଛନ୍ତି। ଉଭୟ ସ୍ଥାନରେ ଠିକାସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁ ଅଘଟଣ ଘଟିଥିବାବେଳେ ନିର୍ମାଣସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଜାଇକାର ମୁଖ୍ୟ ଯନ୍ତ୍ରୀ, ସିଏମ୍ସି କମିଶନର ଏବଂ ତାଳଦଣ୍ଡା କେନାଲ ଘଟଣାରେ ଜଳସମ୍ପଦ ବିଭାଗ, ପୂର୍ତ୍ତବିଭାଗ ଓ ପୋଲିସକୁ ପକ୍ଷଭୂକ୍ତ କରି କାରଣ ଦର୍ଶାଇବା ନିମନ୍ତେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି।
Posted inHome, Home Left, ଆମ ଜିଲା ଖବର, କଟକ View All
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ
ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ
ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
Archives

