କୋଟିପତି ଯନ୍ତ୍ରୀ: ସମ୍ବଲପୁରରେ ରହିଛି ୨ ପ୍ଲଟ୍‌, ନଗଦ ୫୦ ଲକ୍ଷ ଟଙ୍କା ସହ ଘରୁ ବାହାରିଲାଣି ୧୦ ଭରି ସୁନା

ରାୟଗଡ଼ା,୨୯ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଷାନ ଭିଜିଲାନ୍ସରେ ଧରା ପଡ଼ିଥିଲେ। ଯନ୍ତ୍ରୀ କିଷାନ ରାତି ପ୍ରାୟ ୭.୩୦ରେ ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌। ଗୁରୁବାର ସକାଳେ ଯନ୍ତ୍ରୀଙ୍କ ନିଜ ଘର ସମ୍ବଲପୁରରେ ଚଢ଼ାଉ କରାଯାଇ ବ୍ୟାଙ୍କ ଓ ମ୍ୟୁଚିଆଲ ଫଣ୍ଡରେ ଜମାଥିବା ୫୦ ଲକ୍ଷ ଟଙ୍କାର ନଥିପତ୍ର,୧୦୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯିବା ସହ ତାଙ୍କ ନାମରେ ସମ୍ବୁଲପୁର ଅଞ୍ଚଳରେ ୨ଟି ପ୍ଲଟ୍‌ ରହିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଅଧୀକ୍ଷଣ ଯନ୍ତ୍ରୀ କିଷାନ ଲାଞ୍ଚ ନେଉଥିବା ଭିଜିଲାନ୍ସରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଏସ୍‌ପି ରବୀନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ସଦାନନ୍ଦ ପାଣି, ଅଭୟ ପ୍ରଧାନ ଏବଂ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ରାୟଗଡ଼ାରେ ବୁଧବାର ତାଙ୍କୁ ଜଗିଥିଲେ। ଟଙ୍କା ନେଇ ବିଭାଗର ଏକ ସ୍କର୍ପିଓ ଗାଡ଼ି (ଓଡି ୧୮ଏନ୍‌ ୭୯୫୭)ରେ ଯିବା ସମୟରେ ଅଧୀକ୍ଷଣ ଯନ୍ତ୍ରୀ କିଷାନଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ତାଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ଏହାପରେ ସେଠାରୁ ଶିରିଗୁଡ଼ାସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ନଥିପତ୍ର ଜବତ କରିଛି। ଏହା ବ୍ୟତୀତ ବ୍ରାହ୍ମଣସାହି ନିକଟ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମେତ ତାଙ୍କ ସରକାରୀ ବାସଭବନ ଓ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଜବତ ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଯନ୍ତ୍ରୀ କିଷାନଙ୍କୁ ଭିଜିଲାନ୍ସ ଟିମ୍‌ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୧୬ ମାର୍ଚ୍ଚ ୨୯ରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ପାଇ ସମ୍ବଲପୁର ଡିଭିଜନ ଏବଂ ପରବର୍ତ୍ତୀ ସମୟରେ ଭବାନୀପାଟଣା ଓ ରାୟଗଡାରେ କାର୍ଯ୍ୟରତ ଥିଲେ। ୨୦୨୨ରେ ନିର୍ବାହୀ ଯନ୍ତ୍ରୀ ଏବଂ ୧ ମାର୍ଚ୍ଚ ୨୦୨୫ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ରାୟଗଡ଼ାରେ କାର୍ଯ୍ୟରତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲା ଆମେରିକା ରିପୋର୍ଟ, କହିଲା ‘ପାଇଲଟ ହିଁ ବନ୍ଦ କରିଦେଇଥିଲେ ଇଞ୍ଜିନ ଫୁଏଲ’

ନୂଆଦିଲ୍ଲୀ,୧୭।୭: ଗୁଜୁରାଟର ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ ଶେଷ କଥାବାର୍ତ୍ତାର କକପିଟ ରେକର୍ଡିଂ ସୂଚାଇଛି ଯେ କ୍ୟାପ୍ଟେନ ବିମାନର ଇଞ୍ଜିନର...

ଡ୍ରାଇଭରଙ୍କ ଉପରେ ଓଲଟି ପଡ଼ିଲା ହାଇଓ୍ବା, ଚାପି ହୋଇଗଲେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ବୁଧବାର ରାତିରେ ଏକ ହାଇଓ୍ବା ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର...

ପାଟଣାଗଡ଼ରେ ଓଡ଼ିଶା ବନ୍ଦର ପ୍ରଭାବ

ପାଟଣାଗଡ଼,୧୭ା୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଗୁରୁବାର ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ...

ଆନ୍ଦୋଳନ ଭିତରେ ଗର୍ଜିଲେ ସୋଫିଆ, ମୁଖ୍ୟମନ୍ତ୍ରୀ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୧୭।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ

ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା...

ସଚିନଙ୍କୁ ମିଳୁଛି କେତେ ପେନସନ୍‌: ଧୋନୀଙ୍କଠୁ କମ୍‌ ନା ବେଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଅବସରପ୍ରାପ୍ତ ଭାରତୀୟ ଖେଳାଳିମାନେ ପ୍ରତି ମାସରେ ବିସିସିଆଇରୁ ପେନସନ ପାଆନ୍ତି। ବିସିସିଆଇ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପ୍ରତି ମାସରେ ୭୦,୦୦୦ ଟଙ୍କା...

ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri