Posted inଖେଳ

ଆଇପିଏଲ୍‌ ମଝିରେ ଆର୍‌ସିବି ଛାଡି ଇଂଲଣ୍ଡ ଫେରିଲେ ୨ ଖେଳାଳି

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ପୂର୍ବରୁ ଇଂଲଣ୍ଡର ଅନ୍ୟ ୨ ଖେଳାଳି ଆଇପିଏଲ ୨୦୨୪କୁ ବିଦାୟ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆରଆର କ୍ୟାମ୍ପକୁ ବିଦାୟ ଦେଇଛନ୍ତି। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ ଏବଂ ବୋଲର ରିସ ଟୋପଲି ମଧ୍ୟ ଆଇପିଏଲ ୨୦୨୪ ଛାଡି ଇଂଲଣ୍ଡକୁ ଫେରୁଛନ୍ତି। ଆରସିବି ପକ୍ଷରୁ ଏକ ଭିଡିଓ ମାଧ୍ୟମରେ ଏହା ନିଶ୍ଚିତ ହୋଇଛ। ଜ୍ୟାକ ଏବଂ ଟୋପଲି ବେଙ୍ଗାଲୁରୁ ଦଳ ଛାଡି ଇଂଲଣ୍ଡ ଦଳର ଏକ ଅଂଶ ହେବାକୁ ଯାଉଛନ୍ତି।
ଆରସିବି ଜାରି କରିଥିବା ଭିଡିଓ ଜାରି କରିଛି। ଏହି ଭିଡିଓରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଡ୍ରେସିଂ ରୁମରେ ବସିଛନ୍ତି। ସମସ୍ତେ ଜ୍ୟାକ ଏବଂ ଟୋପଲିଙ୍କ ପାଇଁ କରତାଳି ଦେଇଥିଲେ ଏବଂ ଉଭୟ ଇଂଲଣ୍ଡ ଖେଳାଳିମାନେ ସିଜିନ୍‌ରେ ସେମାନଙ୍କର ସ୍ମୃତିକୁ ଶବ୍ଦରେ ପ୍ରକାଶ କରିଥିଲେ।
ଜ୍ୟାକ ୨୦୨୪ରେ ଆରସିବି ପାଇଁ ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ଏହି ସିଜନରେ ସେ ୮ଟି ମ୍ୟାଚରେ ହାରାହାରି ୩୨.୮୬ରେ ୨୩୦ ରନ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ସିଜନରେ ୪ଟି ମ୍ୟାଚରେ ରିସ ଟୋପଲି ମାତ୍ର ୪ ଉଇକେଟ ନେଇଛନ୍ତି।
ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହା ମେ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସିରିଜ ପାଇଁ ମୋଏନ ଅଲି (ସି,ସକେ), ଜନି ବେୟାରଷ୍ଟୋ (ପିବିକେଏସ୍‌), ସାମ କୁରାନ (ପିବିକେଏସ୍‌) ଏବଂ ଫିଲ ସଲ୍ଟ(କେକେଆର୍‌) ମଧ୍ୟ ଇଂଲଣ୍ଡ ଦଳରେ ଆଇପିଏଲ ୨୦୨୪ରେ ଖେଳୁଛନ୍ତି। ପାକିସ୍ତାନ ଏବଂ ବିଶ୍ୱକପ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଖେଳାଳିମାନେ ଆଗାମୀ କିଛି ଦିନ ମଧ୍ୟରେ ଇଂଲଣ୍ଡକୁ ଫେରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri