ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ଜିଲାପାଳଙ୍କୁ ପ୍ରସ୍ତାବ ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଶିକ୍ଷାଧିକାରୀ ଯେଉଁ ଜିଲା ପରିଷଦ ଜୋନ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ସେହିପରି ୬ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ୨୪ ନଂ ଜିଲା ପରିଷଦ ଜୋନ୍‌ର ପଞ୍ଚାୟତ ସରକାରୀ ହାଇସ୍କୁଲ,ତରମାକାନ୍ତ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ୧୩ ନଂ ଜିଲା ପରିଷଦ ସରକାରୀ ହାଇସ୍କୁଲ ବାଙ୍କୋ, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ୩୩ ନଂ ଜିଲା ପରିଷଦ ଜୋନ୍‌ର ପଞ୍ଚାୟତ ହାଇସ୍କୁଲ ଟାଙ୍ଗିରିଆପାଳ,ଯୋଡ଼ା ବ୍ଲକ ଅନ୍ତର୍ଗତ ୨୭ ନଂ ଜିଲା ପରିଷଦ ଜୋନ୍‌ର ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ ଜୁରୁଡି,କେନ୍ଦୁଝର ସଦର ବ୍ଲକର ୪ ନଂ ଜିଲା ପରିଷଦ ଜୋନ୍‌ର ପଞ୍ଚଶଖା ନୋଡାଲ ହାଇସ୍କୁଲ ଆମୁଣି, ୬ ନଂ ଜୋନ୍‌ ପ୍ରଗତି ହାଇସ୍କୁଲ,ମଇଦାନକେଲ ଏବଂ ପାଟଣା ବ୍ଲକ ଅନ୍ତର୍ଗତ ୨୧ ନଂ ଜିଲା ପରିଷଦ ଜୋନ୍‌ର ସରକାରୀ ନୋଡାଲ ହାଇସ୍କୁଲ,ବାଉଁଶୂଳୀ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟରେ ମୋଟ୍‌ ୧୮୩ଟି ହାଇସ୍କୁଲକୁ ଉନ୍ନୀତ କରିବା ପାଇଁ ସମସ୍ତ ଡିଇଓ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ନଂ ୧୧୯୫୭ ତା ୧୦/୧୦/୨୦୨୨ରେ ସମସ୍ତ ଜିଲାପାଳଙ୍କୁ ପୁନର୍ବାର ପ୍ରସ୍ତାବ ଦେବା ପାଇଁ ଚିଠି କରିଛନ୍ତି। ଯଦି କୌଣସି ଜିଲା ପରିଷଦ ଜୋନ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ କିମ୍ବା ଏହି ତାଲିକାରୁ ବାଦ୍‌ ପଡ଼ିଛି ସେଗୁଡିକର ନାମ ଅକ୍ଟୋବର ୧୮ ସୁଦ୍ଧା ଦେବାକୁ କୁହାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ଏବଂ ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। ଅନେକ ଜିଲା ପରିଷଦ ଜୋନ୍‌ରେ ଯୁକ୍ତ ୨ କଲେଜ ନ ଥିବାରୁ ମାଟ୍ରିକ ପାସ୍‌ ପରେ ଛାତ୍ରୀଛାତ୍ର ପାଠ ଛାଡୁଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ସାକାର ହେଲେ ବିଶେଷକରି ଆଦିବାସୀ ଝିଅମାନେ ଅଧିକ ଉପକୃତ ହେବେ ବୋଲି ଓଷ୍ଟା ସଂଘର କେନ୍ଦୁଝର ଜିଲା ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଯୁକ୍ତ ୨ କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବହୁ ଦୂରରେ ରହିଛି। ତେଣୁ ମାଟ୍ରିକ ପାସ୍‌ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟକର ହେଉଛି। ଯେଉଁଥିପାଇଁ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି ନିଜକୁ ଘରୋଇ କାମରେ ନିୟୋଜିତ ରହୁଛନ୍ତି। ଏଥିରେ ରୋକ ଲଗାଇବାକୁ ଆସନ୍ତା ଶିକ୍ଷା ବର୍ଷଠାରୁ ଅପ୍‌ଗ୍ରେଡେଶନ କରିବାକୁ ବରିଷ୍ଠ ଶିକ୍ଷାବିତ୍‌ ରବିନ୍ଦ୍ର କୁମାର ପଣ୍ଡା ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହାଦ୍ୱାରା ଡ୍ରପ୍‌ଆଉଟ କମିବା ସହିତ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ପାଇପାରିବେ ବୋଲି ସେ କହିଛନ୍ତି। ହରିଚନ୍ଦନପୁର ଟାଙ୍ଗିରିଆପାଳ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ହାଇସ୍କୁଲ, ଟାଙ୍ଗିରିଆପାଳରେ ନବମ ଏବଂ ଦଶମ ଶ୍ରେଣୀରେ ୯୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏହି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯିବା ପାଇଁ ପ୍ରସ୍ତାବ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲେ ଟାଙ୍ଗିରିଆପାଳ ଏବଂ ରାସୋଳ ପଞ୍ଚାୟତର ଆଦିବାସୀ ଛାତ୍ରୀଛାତ୍ର ଅଧିକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?